ପୁଳାପୁଳା ପ୍ରମାଣ ତଥାପି ତଦନ୍ତ ଶୂନ୍‌: ଦିବ୍ୟଶଙ୍କରଙ୍କୁ ‘ବାଜି’ ଲଗାଇଛି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାର ପୁଳାପୁଳା ଅଭିଯୋଗ ଥିଲେ ମଧ୍ୟ ତଦନ୍ତ କିମ୍ବା ପ୍ରମାଣ ସଂଗ୍ରହ ପାଇଁ ପୁଲିସ ସାହସ ଜୁଟାଇ ପାରୁନି। ମମିତାଙ୍କୁ ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସତ୍ତ୍ୱେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ମାର୍କେଟିଂ କରାଉଥିବା ବିଜେଡିର କୋରଟିମ୍ ହିଁ ଦିବ୍ୟଶଙ୍କରଙ୍କ […]

naveen-patnaik-and-dibya-sh

naveen-patnaik-and-dibya-sh

Ordigital Desk
  • Published: Monday, 25 October 2021
  • Updated: 25 October 2021, 09:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାର ପୁଳାପୁଳା ଅଭିଯୋଗ ଥିଲେ ମଧ୍ୟ ତଦନ୍ତ କିମ୍ବା ପ୍ରମାଣ ସଂଗ୍ରହ ପାଇଁ ପୁଲିସ ସାହସ ଜୁଟାଇ ପାରୁନି। ମମିତାଙ୍କୁ ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସତ୍ତ୍ୱେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ମାର୍କେଟିଂ କରାଉଥିବା ବିଜେଡିର କୋରଟିମ୍ ହିଁ ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ବିରୋଧୀଙ୍କ ହୋ-ହାଲ୍ଲା, ଜିଲ୍ଲାସ୍ତରରେ ବନ୍ଦ, ବିକ୍ଷୋଭ ଓ ଧାରଣା ଭିତରେ ବିଜେଡିର ଏହି କୋରଟିମ୍ ଏବେ ‘ଦିବ୍ୟଶଙ୍କର’ଙ୍କୁ ବାଜି ଲଗାଇ ଦଳୀୟ ସଂଗଠନ ଉପରେ ଏକତରଫା ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛି। ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖି ଏହି କୋରଟିମ୍ ନିଜର ଜଣେ ଯୁବ ବିଧାୟକଙ୍କୁ ପତିଆରା ଦେଖାଇବାକୁ ସୁଯୋଗ ଦେବା ଓ ସଂଗଠନ ଉପରେ ତାଙ୍କର ହାକିମାତି ହିଁ କାମ କରୁଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି। ଅନ୍ୟପକ୍ଷରେ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ ପୁଳାପୁଳା ଅଭିଯୋଗ ଉପରେ ଶାସକ ଦଳର ବିଧାୟକଙ୍କଠୁ ଆରମ୍ଭ କରି ମନ୍ତ୍ରୀ ଓ ସାଂସଦ ପର୍ଯ୍ୟନ୍ତ କେହି ମୁହଁ ଖୋଲିବାକୁ ରାଜି ନଥିବାରୁ ଏହି କୋରଟିମ୍ ଏବେ ଅନଭିଜ୍ଞ ନବାଗତଙ୍କ ମାଧ୍ୟମରେ ବିଜେଡିର ପକ୍ଷ ରଖିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ଗୋବିନ୍ଦ ସାହୁ ସହ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଥା ଆସୁଥିବାବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ବିଜେଡିର ଅଧିକାଂଶ ନେତା ବେଶ୍ ଗୁରୁତ୍ୱ ଦେଉଛନ୍ତି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଏହି ମାମଲାକୁ ଦଳ ଯେଭଳି ଢଙ୍ଗରେ ହ୍ୟାଣ୍ଡେଲ କରୁଛି ତାହା ବିଜେଡିର ଅନେକ ନେତାଙ୍କୁ କ୍ଷୁବ୍ଧ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯୋଗାଯୋଗ ପାଇଁ କୌଣସି ନେତା ଓ ମନ୍ତ୍ରୀଙ୍କୁ ଅନୁମତି ନଥିବାରୁ ତା’ର ଫାଇଦା ଉଠାଇ ବିଜେଡିର ତଥାକଥିତ କୋରଟିମ୍ ଏବେ ନିଜସ୍ୱ ବ୍ୟବସାୟିକ ଓ ରାଜନୀତିକ ସ୍ୱାର୍ଥ ନିମନ୍ତେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଇଚାଲିଛି।

ଦିବ୍ୟଶଙ୍କର ମାମଲାକୁ ଏହି କୋରଟିମ୍ ଯେଉଁ ଢଙ୍ଗରେ ହ୍ୟାଣ୍ଡେଲ କରୁଛି ଅବା ଦିବ୍ୟଶଙ୍କରଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଦଳର ଯେଉଁମାନଙ୍କୁ ଗଣମାଧ୍ୟମ ସମ୍ମୁଖକୁ ଅଣାଯାଉଛି,ସେମାନଙ୍କର ଅନଭିଜ୍ଞତା ଓ ରାଜନୀତିକ ଅସ୍ତିତ୍ୱ ହିଁ ପରୋକ୍ଷରେ ବିଜେଡିର ପୁରୁଖା ଓ ବରିଷ୍ଠ ନେତାମାନଙ୍କୁ କ୍ଷୁବ୍ଧ କରିଛି। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ହିଁ ବିଜେଡିର ସମ୍ବଳ ହୋଇଥିବାବେଳେ ସେହି ସମ୍ବଳ ଓ ପୁଞ୍ଜିକୁ ଏହି କୋରଟିମ୍ କାହିଁକି ସାଧାରଣରେ ଲାଞ୍ଛିତ, ଅପମାନିତ ଓ କ୍ଷତାକ୍ତ କରିବା ଜିଦରେ ଅଟଳ ରହିଛି ତାହା ଦଳୀୟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପକ୍ଷରେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ନେତୃତ୍ୱ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବାରୁ ଏବେ ଦିବ୍ୟଶଙ୍କରଙ୍କ ମାଧ୍ୟମରେ ଏହି କୋରଟିମ୍ ନିଜର ଜଣେ ଅନୁଗତ(ଯୁବ ବିଧାୟକ)ଙ୍କୁ ଆଗକୁ ଆଣିଛି । ଦିବ୍ୟଶଙ୍କରଙ୍କ ପାଖରେ ଶକ୍ତି,ଶିଳ୍ପ,ଗୃହ ଓ ଏମଏସଏମଇ ବିଭାଗର ମନ୍ତ୍ରୀ ପଦ ଥିଲେ ମଧ୍ୟ ସମ୍ପୃକ୍ତ ଯୁବ ବିଧାୟକ ହିଁ ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଛନ୍ତି। ସେହି ଯୁବ ବିଧାୟକ ହିଁ ଏବେ ଦିବ୍ୟଶଙ୍କରଙ୍କ ସୁରକ୍ଷାକବଚ ପାଲଟିଥିବା ଉଭୟ ଦଳ ଓ ବିରୋଧୀ ଦଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି। ନବୀନଙ୍କୁ ମୋହରା ସଜାଇ ଏହି କୋରଟିମ୍ ସମ୍ପୃକ୍ତ ଯୁବ ବିଧାୟକଙ୍କୁ ମୁଣ୍ଡରେ ନେତୃତ୍ୱର ଶିରିପା ବାନ୍ଧବାକୁ ଯାଉଥିବାରୁ ଦିବ୍ୟଶଙ୍କରକୁ ସୁରକ୍ଷା ହିଁ ସରକାର,ଦଳ ଓ ବିରୋଧୀ ଦଳରେ ତାଙ୍କ ପତିଆରା ବୃଦ୍ଧିକୁ ଏକ ପ୍ରମୁଖ ସୁଯୋଗ ଭାବେ ଉପଯୋଗ କରୁଛି।

ଅନ୍ୟପକ୍ଷରେ, ପୁଲିସ ଏପର୍ଯ୍ୟନ୍ତ ମମିତା,ଗୋବିନ୍ଦ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫୋନ୍ କଲ ବିବରଣୀକୁ ତଦନ୍ତ ପରିସରଭୁକ୍ତ କରିନାହିଁ କିମ୍ବା କେଉଁ କାରଣ ପାଇଁ ମମିତାଙ୍କର ନିର୍ମମ ହତ୍ୟା କରାଗଲା ତା’ର ତଥ୍ୟପ୍ରମାଣ ଯୋଗାଡ଼ କରିବାରେ ପୁଲିସ ସକ୍ଷମ ହୋଇନି। ଯଦିଓ ଗୋବିନ୍ଦ ନିଜେ ଅପରାଧ ସ୍ୱୀକାର କରିଛି ଓ ମନ୍ତ୍ରୀଙ୍କ ଆଡ଼କୁ ଯେଭଳି କିଛି ଅଙ୍ଗୁଳି ନିର୍ଦ୍ଦେଶ ନହେବ ସେଥିପାଇଁ ପୁଲିସ ସୁଚିନ୍ତିତ ଭାବେ ବାରମ୍ବାର ପ୍ରେସମିଟ୍ କରିବା, ଅଭଯୁକ୍ତକୁ ଗଣମାଧ୍ୟମଠୁ ଦୂରେଇ ରଖିବା, ମନ୍ତ୍ରୀ ନିଜେ ନିରବତା ଅବଲମ୍ବନ କରୁଛନ୍ତି।

ଗୋବିନ୍ଦ ଓ ମନ୍ତ୍ରୀଙ୍କ ସମ୍ପର୍କ, ସେକ୍ସ ସ୍କାଣ୍ଡାଲ ଅଭିଯୋଗର ତଦନ୍ତ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ଆରମ୍ଭ କରିନଥିବାବେଳେ ବ୍ୟବସାୟିକ ସମ୍ପର୍କ ହିଁ ବାଧକ ସାଜିଛି। ଯେଉଁଥିପାଇଁ ଅଭିଯୋଗ ଉପରେ ପୁଲିସକୁ ତଦନ୍ତ କରିବାକୁ ସ୍ୱାଧୀନତା ମିଳୁନି ଓ ପରୋକ୍ଷରେ ମାମଲାକୁ ଦୁର୍ବଳ କରିଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଚର୍ଚ୍ଚା ହେଉଛି। ଆଉ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ୍ ଦେଇ ପୂର୍ବଭଳି ସରକାରୀ କାର୍ଯ୍ୟ କରିବା ନିମନ୍ତେ ଗତ ଶୁକ୍ରବାରଠୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story