Advertisment

ଭୋଟିଂ ମାଧ୍ୟମରେ କଂଗ୍ରେସ ସଭାପତି ବାଛିବ, ରେସରେ ଏହି ନେତା

ନୂଆଦିଲ୍ଲୀ: ଏଥର ଭୋଟିଂ ଜରିଆରେ କଂଗ୍ରେସ ଦଳର ପରବର୍ତ୍ତୀ ସଭାପତି ଚୟନ କରିବ। ସୂଚନାନୁସାରେ ଜୁନ୍ ୨୩ରେ ଆଭ୍ୟନ୍ତରୀଣ ମତଦାନ ମାଧ୍ୟମରେ କଂଗ୍ରେସ ଦଳର ସଭାପତି ନିର୍ବାଚିତ ହେବେ ବୋଲି କଂଗ୍ରେସ ୱାର୍କିଂ କମିଟିରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।  ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଫଳାଫଳ ପରେ ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଛି। ଏହି ସମୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ନିର୍ବାଚନ ଫଳାଫଳ […]

ଅଦ୍ୟତନ ହୋଇଛି
କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବେ ସୋନିଆ!

sonia-rahul

Advertisment

ନୂଆଦିଲ୍ଲୀ: ଏଥର ଭୋଟିଂ ଜରିଆରେ କଂଗ୍ରେସ ଦଳର ପରବର୍ତ୍ତୀ ସଭାପତି ଚୟନ କରିବ। ସୂଚନାନୁସାରେ ଜୁନ୍ ୨୩ରେ ଆଭ୍ୟନ୍ତରୀଣ ମତଦାନ ମାଧ୍ୟମରେ କଂଗ୍ରେସ ଦଳର ସଭାପତି ନିର୍ବାଚିତ ହେବେ ବୋଲି କଂଗ୍ରେସ ୱାର୍କିଂ କମିଟିରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।  ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଫଳାଫଳ ପରେ ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଛି। ଏହି ସମୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ଯେ ଦଳରେ ତୃଣମୂଳ ସ୍ତରରେ ସୁଧାର ଆବଶ୍ୟକ।

Advertisment

କଂଗ୍ରେସ ୱାର୍କିଂ କମିଟି ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଥିଲେ, ଦଳର ପ୍ରଦର୍ଶନରୁ ସ୍ପଷ୍ଟ ଯେ ଆମକୁ ଆଗକୁ ବଢ଼ିବାକୁ ହେବ। ଏଥିପାଇଁ ସୁଧାରର ଆବଶ୍ୟକ ରହିଛି। ନିର୍ବାଚନରେ ଯେଉଁ ଫଳାଫଳ ଆସିଛି ତାର ସମସ୍ତ ଦିଗ ଉପରେ ଆଲୋଚନା ହେବା ଦରକାର। ଏଥିପାଇଁ ସେ ଏକ କମିଟି ଗଠନ କରି ପରାଜୟର କାରଣ ବାବଦରେ ବିସ୍ତୁତ ରିପୋର୍ଟ ଦେବାକୁ କହିଛନ୍ତି। ଆସାମ ଏବଂ କେରଳରେ ପରାଜୟ ଏବଂ ପଶ୍ଚିମବଙ୍ଗରେ ମୂଳପୋଛ ହେବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ସୂଚନାଯାଗ୍ୟ, ୨୦୧୯ରେ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ରାହୁଲ୍ ଗାନ୍ଧୀ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ରହିଛନ୍ତି। ହେଲେ ପୂର୍ଣ୍ଣ ସଭାପତି ଭାବରେ ଥିବା ଏହି ପଦ ଖାଲି ପଡ଼ିଛି। ଏହାରି ଭିତରେ ଦଳର ବରିଷ୍ଠ ନେତା କପିଲ ଶିବଲ, ଗୁଲାମ ନବୀ ଆଜାଦ, ମନୀଷ ତିଓ୍ୱାରୀ ପ୍ରମୁଖ ୨୩ ନେତା ଦଳର ନୀତିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଆଉ କହିଥିଲେ ଦଳରେ ଉପରୁ ତଳ ପରିବର୍ତ୍ତନ ହେବା ଆବଶ୍ୟକ। ହେଲେ ଏହାକୁ ସହଜରେ ଗ୍ରହଣ କରିନଥିଲେ ସୋନିଆ ଗାନ୍ଧୀ। ଆଉ ୨୩ ନେତାଙ୍କୁ କଥାକୁ ଅଣଦେଖା କରିଥିଲେ।

Advertisment

ରେସରେ ପୁଣି ରାହୁଲ୍

ସୋନିଆ ଗାନ୍ଧୀ ଅସୁସ୍ଥ ଅଛନ୍ତି। ତାଙ୍କର ନେତୃତ୍ୱ ବେଳେ ରାହୁଲ ଗାନ୍ଧୀ ହିଁ ପ୍ରମୁଖ ନେତା ଭାବରେ ମତ ରଖୁଛନ୍ତି। କିଛି ଦିନ ହେବ ରାହୁଲ ଗାନ୍ଧୀ ମଧ୍ୟ ସରକାର ବିରୋଧରେ ପ୍ରତିଦିନ ଟ୍ୱିଟ୍ କରିବା ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ ଘେରୁଛନ୍ତି। ଏଯାବତ ଦଳର ଅନ୍ୟତମ ପ୍ରମୁଖ ନେତା ମଧ୍ୟ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ରଖିଛନ୍ତି। ଆଉ ରାହୁଲ ମଧ୍ୟ ବିଭିନ୍ନ ନିର୍ବାଚନୀ ପ୍ରଚାର ବେଳେ ଦଳ ପକ୍ଷରୁ ପ୍ରମୁଖ ନେତା ଭାବରେ ରାଲି କରୁଥିଲେ। ତେଣୁ ଦଳ ଆଭ୍ୟନ୍ତରୀଣ ମତଦାନ ଜରିଆରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବରେ ନିର୍ବାଚିତ କରିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe