Advertisment

ପୁଣି ଜୟଲଳିତାଙ୍କ ଦୁଇ ଅନୁଗତ ମଧ୍ୟରେ ତେଜିଲା କଳି

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏଆଇଏମଡିଏମକେ କ୍ଷମତାରୁ ହଟିବା ପରେ ପୁଣିଥରେ ଇପିଏସ ଓ ଓପିଏସ କଳି ରିଟର୍ଣ୍ଣ କରିଛି। ଏବେ ଏହି କଳି ବିରୋଧୀ ଦଳ ନେତା ପଦବୀ ପାଇଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପଡି କେ ପଲାନିସ୍ୱାମୀ (ଇପିଏସ) ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଓ. ପନ୍ନୀରସେଲଭମ୍ (ଓପିଏସ) କ୍ୟାମ୍ପ ବିରୋଧୀ ଦଳର ନେତା ପଦବୀ ପାଇଁ ମୁହାଁମୁହଁ ହୋଇଛନ୍ତି। ପରାଜୟର କାରଣ ପରସ୍ପରକୁ ଦୋଷ ଦେଉଛନ୍ତି। ତେବେ ଇପିଏସ ବିରୋଧୀ ଦଳର ନେତା […]

ଅଦ୍ୟତନ ହୋଇଛି
ପୁଣି ଜୟଲଳିତାଙ୍କ ଦୁଇ ଅନୁଗତ ମଧ୍ୟରେ ତେଜିଲା କଳି

eps-ops-jayalalita

Advertisment

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏଆଇଏମଡିଏମକେ କ୍ଷମତାରୁ ହଟିବା ପରେ ପୁଣିଥରେ ଇପିଏସ ଓ ଓପିଏସ କଳି ରିଟର୍ଣ୍ଣ କରିଛି। ଏବେ ଏହି କଳି ବିରୋଧୀ ଦଳ ନେତା ପଦବୀ ପାଇଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପଡି କେ ପଲାନିସ୍ୱାମୀ (ଇପିଏସ) ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଓ. ପନ୍ନୀରସେଲଭମ୍ (ଓପିଏସ) କ୍ୟାମ୍ପ ବିରୋଧୀ ଦଳର ନେତା ପଦବୀ ପାଇଁ ମୁହାଁମୁହଁ ହୋଇଛନ୍ତି। ପରାଜୟର କାରଣ ପରସ୍ପରକୁ ଦୋଷ ଦେଉଛନ୍ତି। ତେବେ ଇପିଏସ ବିରୋଧୀ ଦଳର ନେତା ହେବା ନେଇ ଅଧିକ ସକାରାତ୍ମକ ଯୁକ୍ତି ରହିଛି। ଯାହାକି ଓପିଏସଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି।

Advertisment

ଇପିଏସ ସମର୍ଥକ ବିଧାୟକ କହିଛନ୍ତି, ପଲ୍ଲାନିସ୍ୱାମୀ ନିଜ ବିଧାନସଭା ଆସନ ଏଡାପଡି ଆସନରୁ ଡିଏମକେ ପ୍ରାର୍ଥୀଙ୍କୁ ୯୩,୮୦୨ ଖଣ୍ଡ ଭୋଟରେ ହରାଇଛନ୍ତି। ଯାହାକି ତାମିଲନାଡୁ ବିଧାନସଭା ନିର୍ବାଚନରେ ରେକର୍ଡ। ଆଉ ଉତ୍ତର ଏବଂ ପଶ୍ଚିମ ତାମିଲନାଡୁରେ ପଲାନିସ୍ୱାମୀ ୫୪ଟି ଆସନରୁ ୩୨ଟି ଆସନରେ ଦଳକୁ ଜିତାଇଛନ୍ତି।

ହେଲେ ଓପିଏସ ଦକ୍ଷିଣ ତାମିଲନାଡ଼ୁର ଜଣେ ଟାଣୁଆ ନେତା ଭାବରେ ଜଣାଶୁଣା। ଦିବଂଗତ ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଜୟଲଳିତାଙ୍କ ଅନୁଗତ ଭାବରେ ଓପିଏସଙ୍କର ଲୋକପ୍ରିୟତା ମଧ୍ୟ ରହିଛି। ହେଲେ ସେ ତାଙ୍କର ଡିଏମକେ ପ୍ରତିଦ୍ୱନ୍ଦୀଠୁ ମାତ୍ର ୧୧,୦୨୧ ଖଣ୍ଡ ଭୋଟରେ ଥେନି ଜିଲ୍ଲାର ବୋଦିନୟକନୁଅର ଆସନରି ବିଜୟୀ ହୋଇଛନ୍ତି।  ଦକ୍ଷିଣ ତାମିଲନାଡୁର ମୋଟ୍ ୬୦ଟି ଆସନରୁ ୧୬ଟି ଆସନରେ ଏଆଇଏମଡିଏମକେ ବିଜୟୀ ହୋଇଛି। ଯେଉଁଥିପାଇଁ ଡିଏମକେ ସରକାର ଗଢ଼ିବାରେ ସଫଳ ହେଲା ବୋଲି ଇପିଏସ ଗୋଷ୍ଠୀ କହିଛନ୍ତି। ତେବେ ଓପିଏସ ଗୋଷ୍ଠୀ କହିଛନ୍ତି ମୁଖ୍ୟମନ୍ତ୍ରୀ ବହୁ ବିଳମ୍ୱରେ ବାଣିୟାର କମ୍ୟିନିଟିକୁ ସଂରକ୍ଷଣ ଦେବେ ବୋଲି ଘୋଷଣା କଲେ। ଯଦି ଆଗୁଆ ହୋଇଥାନ୍ତା ତାହେଲେ ଭୋଟ୍ ଏଆଇଏମଡିଏମକେ ସମର୍ଥନରେ ରହିଥାନ୍ତା।

Advertisment

ଅନ୍ୟପଟେ ଡିଏମକେ ବିଧାୟକ ଦଳର ନେତା ଭାବରେ ଏମ୍ କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଆଗାମୀ ୧୨ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ। ଶନିବାର ବିଧାନସଭାର ସଚିବ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ଘୋଷଣା କରିଛନ୍ତି। ତେଣୁ ବିଧାନସଭାର ନିୟମ ଅନୁଯାୟୀ ବାଚସ୍ପତିଙ୍କୁ ତାଙ୍କ ଆସନ ପାଖକୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ସମ୍ମାନର ସହ ପାଛୋଟି ନେବେ। ତେଣୁ ୧୧ ତାରିଖ ସୁଦ୍ଧା ବିରୋଧୀ ଦଳର ନେତା ଘୋଷଣା ହେବା ଦରକାର।

ସୂଚନାଯୋଗ୍ୟ, ଜୟଲଳିତାଙ୍କ ଦେହାନ୍ତ ପରେ ଏହି ଦୁଇ ଅନୁଗତ ମଧ୍ୟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଓପିଏସ ଓ ଇପିଏସ ଜିଦ୍ ଧରି ବସିବା ପରେ ଦଳ ଦୁଇଫାଳ ହୋଇଯିବ ବୋଲି କୁହାଯାଉଥିଲା। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ବିଜେପିର ହସ୍ତକ୍ଷେପ ପରେ ଉଭୟ ଏକାଠି ହୋଇଥିଲେ। ତେଣୁ ଏବେ ମଧ୍ୟ ବିଜେପି ବଡ଼ ଭାଇର ଭୂମିକା ଲିଭାଇ ଓପିଏସ, ଇପିଏସଙ୍କୁ ବୁଝାଇ ବିରୋଧୀ ଦଳର ନେତା ପାଇଁ ଥିବା ଦ୍ୱନ୍ଦ ଉପରୁ ପରଦା ହଟାଇବ ବୋଲି କୁହାଯାଉଛି। କାରଣ ରାଜ୍ୟରେ ବିଜେପି, ଏଆଇଏଡିଏମକେ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe