Advertisment

ତଦନ୍ତ ନ କରି ବିଜେଡି ଚାପରେ ମୋତେ ଗିରଫ କରାଯାଇଛି: ଦେବଗଡ଼ ବିଧାୟକ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ତଦନ୍ତ ନ କରି ବିଜେଡି ଚାପରେ ତାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ। ଜାମିନ ନାମଞ୍ଜୁର ହୋଇଯିବାରୁ ଗତକାଲି ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ଆଜି ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି। ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମିଛରେ ଏଫ୍‌ଆଇଆର ଦେଇ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ତଦନ୍ତ ନ କରି ବିଜେଡି ଚାପରେ ମୋତେ ଗିରଫ କରାଯାଇଛି: ଦେବଗଡ଼ ବିଧାୟକ

Subash Chandra Panigrahee

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ତଦନ୍ତ ନ କରି ବିଜେଡି ଚାପରେ ତାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ। ଜାମିନ ନାମଞ୍ଜୁର ହୋଇଯିବାରୁ ଗତକାଲି ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ଆଜି ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମିଛରେ ଏଫ୍‌ଆଇଆର ଦେଇ ମୋତେ ଗିରଫ କରାଯାଇଛି। ଜଣେ ବିଧାୟକ ହିସାବରେ ସବୁ ଅଫିସରଙ୍କୁ ପ୍ରଶ୍ନ କରିବାର ଅଧିକାର ମୋର ଅଛି। ସେହିପରି ବିଧାୟକ ହିସାବରେ ମୁଁ ସେମାନଙ୍କ ସହିତ ଆଲୋଚନା କରି ଦେବଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ କରିବା କଥା। ଯଦି ଅଫିସରମାନଙ୍କୁ ପ୍ରଶ୍ନ କଲେ ଆମ ବିରୋଧରେ ଏତଲା ଦିଆଯାଇ ଗିରଫ କରାଯିବ, ତା’ହେଲେ ଦେବଗଡ଼ ଜିଲ୍ଲାରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ନାହିଁ। ଜିଲ୍ଲାକୁ ଟଙ୍କା ଆସୁଛି, କିନ୍ତୁ ଅଫିସରମାନେ ହରିଲୁଟ୍ କରୁଛନ୍ତି। ବିରୋଧ କଲେ ସେମାନେ ହତ୍ୟା ଧମକ ଦେବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

ସେ ଆହୁରି କହିଛନ୍ତି, ତଦନ୍ତ ନ କରି ମୋତେ ଗିରଫ କରାଯାଇଛି। ସରକାରୀ ଚାପରେ ହେଉ କି ବିଜେଡି ଚାପରେ ହେଉ, ରାତି ଅଧିଆ ଗିରଫ କରାଯିବା କେତେଦୂର ଠିକ୍, ତାହା ଜନସାଧାରଣ ବିଚାର କରନ୍ତୁ। ମନ୍ତ୍ରୀ ସୁଶାନ୍ତ ସିଂ ବିଜେଡିର ଦେବଗଡ଼ ଜିଲ୍ଲା ଦାୟିତ୍ୱରେ ରହିବା ଦିନଠୁ ଅଫିସରମାନେ ଆଉ କାହା କଥା ଶୁଣୁ ନାହାନ୍ତି। କେବଳ ସୁଶାନ୍ତ ସିଂ ଯାହା କହିବେ ତାହା ହେଉଛି।

Advertisment

ବର୍ଷିଲେ ସମୀର
ବିଧାୟକଙ୍କୁ ଗିରଫ କରାଯିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ସରକାର ମୁଷ୍ଟିମେୟ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି। ଅଧିକାରୀ ବି ସରକାରୀ ଦଳ କର୍ମୀ ଭାବେ କାମ କରୁଛନ୍ତି। ତେଣୁ ଏପରି ଘଟଣା ଘଟୁଛି। ବିନା ତଦନ୍ତରେ ଦେବଗଡ଼ ବିଧାୟକଙ୍କୁ ଗିରଫ କରାଯାଇଛି। ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ବିଧାୟକଙ୍କ ଏତଲା ପରେ ବି ବିଡିଓଙ୍କୁ କାହିଁକି ଗିରଫ କରାଯାଇନି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର।

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ଓଏଏସ୍‌ ସଂଘ
ଅନ୍ୟପକ୍ଷରେ ଏହି ଘଟଣାରେ ଆଜି ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଭେଟିଛି ଓଏଏସ ସଂଘ। ସଂଘ ପକ୍ଷରୁ ଅଫିସରଙ୍କ ସୁରକ୍ଷା ଦାବି କରିବା ସହ ଏପରି ଘଟଣାର ଯେପରି ପୁନରାବୃତି ହେବନି ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି। ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବାରେ ଆହୁରି ଅନେକ ଅଭିଯୁକ୍ତ ଅଛନ୍ତି। ସେମାନଙ୍କୁ ବି ଗିରଫ କରାଯାଉ ବୋଲି ସଂଘ ଦାବି କରିଛି।