ଯଦି ନାରାୟଣ ରାଣେ ଗିରଫ ହେଲେ, ଉଦ୍ଧବ ଠାକରେ କାହିଁକି ନୁହେଁ?

ମୁମ୍ୱାଇ: ବିଜ୍ଞାନ କୁହେ ମଣିଷ ଜିଭ (Tongue)ର ଲମ୍ୱା ୮.୫ ସେଣ୍ଟିମିଟର। ଏହି ଜିଭର ଯଦିଓ ହାଡ ନାହିଁ ହେଲେ ଟଙ୍ଗ ସ୍ଲିପ କାରଣରୁ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ମଧ୍ୟ ରହିଛି। ଯାହାର ପରିଣାମ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହୁ କହୁ କହି ଦେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେତେ ତମ ସ୍ୱାଧୀନତା ଦିବସ ବୋଲି ଜାଣି ନଥିଲେ। ସେ ତାଙ୍କ ପାଖରେ ବସିଥିବା ସହଯୋଗୀଙ୍କୁ ପଚାରି ବୁଝିଥିଲେ ଦେଶ କେତେ […]

Udhav-thakrey-narayan-rane

Udhav-thakrey-narayan-rane

Subhransu Sekhar
  • Published: Wednesday, 25 August 2021
  • Updated: 25 August 2021, 04:21 PM IST

Sports

Latest News

ମୁମ୍ୱାଇ: ବିଜ୍ଞାନ କୁହେ ମଣିଷ ଜିଭ (Tongue)ର ଲମ୍ୱା ୮.୫ ସେଣ୍ଟିମିଟର। ଏହି ଜିଭର ଯଦିଓ ହାଡ ନାହିଁ ହେଲେ ଟଙ୍ଗ ସ୍ଲିପ କାରଣରୁ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ମଧ୍ୟ ରହିଛି। ଯାହାର ପରିଣାମ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହୁ କହୁ କହି ଦେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେତେ ତମ ସ୍ୱାଧୀନତା ଦିବସ ବୋଲି ଜାଣି ନଥିଲେ। ସେ ତାଙ୍କ ପାଖରେ ବସିଥିବା ସହଯୋଗୀଙ୍କୁ ପଚାରି ବୁଝିଥିଲେ ଦେଶ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ନାରାୟଣ ରାଣେ ଏହି କଥା ଗୋଟିଏ ପ୍ରେସ କନଫରେନସରେ କହିବା ବେଳେ କହିଥିଲେ ତାଙ୍କୁ ଇଚ୍ଛା ହେଉଥିଲା ସେହି ସମୟରେ ଗୋଟିଏ ଚାପୁଡା ମାରିବେ। ଏହା ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦ୍ଦେଶ୍ୟରେ କହିଥିଲେ।

ଯେଉଁଥିପାଇଁ ମଙ୍ଗଳବାର ମହାରାଷ୍ଟ୍ର ପୁଲିସ ନାରାୟଣ ରାଣେଙ୍କୁ ଗିରଫ କରିଥିଲା। ଏହାପରେ ନାରାୟଣ ରାଣେଙ୍କ ସମର୍ଥକ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ସମାନ କଥା ଶିବସେନାର ସମର୍ଥକ ମାନେ ମଧ୍ୟ କରିଛନ୍ତି। ଏଥିସହ କୋଭିଡ ବେଳେ ଜନଆଶୀର୍ବାଦ ଯାତ୍ରା କରିଥିବାରୁ ପୁଲିସ ନାରାୟଣ ରାଣେଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇଛି। ପରେ ବିଳମ୍ୱିତ ରାତିରେ ନାରାୟଣ ରାଣେ ଜାମିନ ପାଇଛନ୍ତି। କୋର୍ଟ ଜାମିନ ଦେବା ବେଳେ କିନ୍ତୁ ବିଭିନ୍ନ ସର୍ତ୍ତ ରଖିଛନ୍ତି। ତେବେ ନାରାୟଣ ରାଣେଙ୍କ ଗିରଫଦାରୀଙ୍କୁ ବିଜେପି ବିରୋଧ କରିଛି। ହେଲେ ଚାପୁୁଡା ମାରିବା ମନ୍ତବ୍ୟକୁ ନେଇ ବିଜେପି କୌଣସି ପ୍ରତିକ୍ରିୟା ରଖି ନାହିଁ।

ବିଜେପି ନେତା କହିଛନ୍ତି ନିଜ ସରକାରରେ ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ଆଇନକୁ ପରିହାସ କରି ବୁଲୁଛନ୍ତି, କିନ୍ତୁ ଉଦ୍ଧବଙ୍କ ଜିଭରୁ କୌଣସି ଶବ୍ଦ ବାହାରିଲାନି । ତେବେ ପ୍ରଶ୍ନ ନାରାୟଣ ରାଣେ କି ଅନୀଲ ଦେଶମୁଖ ନୁହେଁ। ପ୍ରଶ୍ନ ହେଲା ଠିକ ଏବଂ ଭୁଲର। କାରଣ ଯଦି ମୁଖ୍ୟମନ୍ତ୍ରୀଙ୍କୁ ଥପଡ ମାରିବା ପାଇଁ ନାରାୟଣ ରାଣେଙ୍କୁ ଗିରଫ କରାଯାଏ, ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାରିବାକୁ ଉଦ୍ଧବ ନିଜେ ଯେଉଁ ଧମକ ଦେଇଥିଲେ ସେତେବେଳେ ଉଦ୍ଧବ ବନ୍ଧାହେଲେନି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।

ଯୋଗୀଙ୍କୁ ଚପଲରେ ମାରିବା ଠିକ୍ ଥିଲା: ଉଦ୍ଧବ ଠାକରେ

୨୦୧୮ ମସିହା ମେ ୨୬ରେ ଉଦ୍ଧବ ଠାକରେ କହିଥିଲେ ‘ଯୋଗୀ ଆଦିତ୍ୟନାଥ କେଉଁ ପ୍ରକାର ଯୋଗୀ? ଯଦି ତୁମେ ଜଣେ ଯୋଗୀ ତେବେ ତୁମେ କିପରି ମୁଖ୍ୟମନ୍ତ୍ରୀ ହୋଇପାରିବ ... ଯଦି ତୁମେ ଯୋଗୀ ତେବେ ତୁମେ ସବୁକିଛି ବଳିଦାନ ଦେଇ ବସିବା ଉଚିତ୍। ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କ କ’ଣ କହିବ?... ସେ ଚପଲ ପିନ୍ଧି ସିଧା ଶିବାଜୀ ମହାରାଜଙ୍କ ପାଖକୁ ଯାଇଥିଲେ। ମୋତେ ଏଭଳି ଲାଗୁଥିଲା ଯେମିତି ମୁଁ ତାଙ୍କୁ ଚପଲରେ ସେଠି ମାରିବା ଠିକ୍ ଥିଲା'। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଏପରି ଧମକ ଦେଇ ଅପରାଧି କରି ନାହାନ୍ତି କି?

ଖାଲି ଏତିକି ନୁହେଁ ନାରାୟଣ ରାଣେ ଗିରଫ ହେବା ପରେ ଶିବସେନା ସମର୍ଥକ ବିଭିନ୍ନ ପାର୍ଟି ଅଫିସରେ ଭଙ୍ଗାରୁଜା କରିଥିଲେ। ଏବଂ ଯେଉଁଠି ସେମାନେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଦେଖିବେ ସେଠାରେ ସେମାନେ ରାସ୍ତା ଉପରେ ବାଡେଇବେ ବୋଲି ଶିବସେନା ସମର୍ଥକ ଧମକ ଦେଇଥିଲେ। ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶିବସେନା ସମର୍ଥକ ଏପରି ଧମକ ଦେବା କଣ ଅପରାଧ ନୁହେଁ କି? ପୁଲିସ ଏହି ସ୍ଥିତିରେ ଶିବସେନା ସମର୍ଥକଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ନକରି ମୁଖ୍ୟମନ୍ତ୍ରୀଙ୍କ ବୋଲକରା ସାଜି ନାହାନ୍ତି କି?

ଖାଲି ଏତିକି ନୁହେଁ ଗତବର୍ଷ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଉଦ୍ଧବ ଠାକରେଙ୍କ ଏକ କାର୍ଟୁନ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଦେଖି ଶିବସେନା ସମର୍ଥକ ସେହି ବ୍ୟକ୍ତିଙ୍କ ଘରେ ବସି ମାଡ଼ ମାରି ଲହୁ ଲୁହାଣ କରିଥିଲେ। ସେତେବେଳେ ଉଦ୍ଧବ ଠାକରେ କାହିଁକି ନିରବ ଥିଲେ?

ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଏବଂ ନାରାୟଣ ରାଣେଙ୍କ କଳି ବହୁ ପୁରୁଣା। ନାରାୟଣ ରାଣେ ମଧ୍ୟ ଶିବସେନାର କର୍ମୀ ଥିଲେ। ଛୋଟ ବେଳେ ଛେଳି ଚରାଉଥିବା ନାରାୟଣ ରାଣେ ଶିବସେନାରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ। ପରେ ଉଦ୍ଧବ ଠାକେରଙ୍କ ସହ ବିବାଦ ବଢିବା ପରେ ସେ ଦଳ ଛାଡ଼ି ପ୍ରଥମେ କଂଗ୍ରେସ ପରେ ପରେ ବିଜେପିରେ ସାମିଲ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos