Advertisment

ପଦ୍ମପୁରରେ କାହିଁକି ହାରିଲା ବିଜେପି? କାରଣ କହିଲେ ଜୟ ନାରାୟଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ କାହିଁକି ହାରିଲା ବିଜେପି ? ଦଳକୁ ଶୋଚନୀୟ ପରାଜୟ ଦେଖିବାକୁ କାହିଁକି ପଡ଼ିଲା? ଏନେଇ ଶୁକ୍ରବାର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ପଦ୍ମପୁରରେ କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଇଗଲା, ଯାହା ଆମ ପାଇଁ ବିପଦ ହେଲା। ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ। ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି। ଜୟ ନାରାୟଣ ଆହୁରି କହିଛନ୍ତି, […]

ଅଦ୍ୟତନ ହୋଇଛି
ପଦ୍ମପୁରରେ କାହିଁକି ହାରିଲା ବିଜେପି? କାରଣ କହିଲେ ଜୟ ନାରାୟଣ

Jay Narayan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ କାହିଁକି ହାରିଲା ବିଜେପି ? ଦଳକୁ ଶୋଚନୀୟ ପରାଜୟ ଦେଖିବାକୁ କାହିଁକି ପଡ଼ିଲା? ଏନେଇ ଶୁକ୍ରବାର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

Advertisment

ସେ କହିଛନ୍ତି, ପଦ୍ମପୁରରେ କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଇଗଲା, ଯାହା ଆମ ପାଇଁ ବିପଦ ହେଲା। ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ। ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି।

ଜୟ ନାରାୟଣ ଆହୁରି କହିଛନ୍ତି, ପଦ୍ମପୁରରେ ଜିତୁବୁ ବୋଲି ଆଶା ରଖିଥିଲୁ। ଗତଥର ଠାରୁ ବିଜେପିକୁ ଅଧିକ ଭୋଟ୍ ମିଳିଛି, କିନ୍ତୁ ଭୋଟ୍ ବ୍ୟବଧାନ ଅଧିକ ଥିଲା। ପଦ୍ମପୁର ପରାଜୟର ସମୀକ୍ଷା କରାଯିବ।

Advertisment

୨୪ରେ ବ୍ୟାପକ ଲଢ଼େଇ ହେବ। ଓଡ଼ିଶା ରାଜନୀତିରୁ କଂଗ୍ରେସ ବାହାରି ଗଲାଣି। ତେଣୁ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି ସେ କହିଛନ୍ତି।

ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ବିଜେଡି ବିଧାୟକ ଦେବୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ଭୋଟ ବିଜେଡିକୁ ଆସିବା ଅବାନ୍ତର ଯୁକ୍ତି। ଗୁଜରାଟରେ କଂଗ୍ରେସର ଭୋଟ ଗଲା କୁଆଡେ? ସାଧାରଣ ଭୋଟ୍ ସୁଇଂ ହୋଇଛି। ଅବାନ୍ତର ଯୁକ୍ତି କଲେ ଗଣତନ୍ତ୍ର ପ୍ରତି ତାତ୍ସଲ୍ୟ ହେଉଛି।

ସେ ଆହୁରି କହିଛନ୍ତି, ନବୀନଙ୍କ ଯୋଗୁ ଭୋଟ ପ୍ରତିଶତ ବଢୁଛି। ଲୋକଙ୍କ ଉପରେ ତାଙ୍କ ପ୍ରଭାବ ରହିଛି। ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ୱ ଦେଇଛି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏପରି ଭୋଟ୍ ଓ ପରିସ୍ଥିତି ଲାଗି ରହିଲେ କଂଗ୍ରେସ ଲୋପ ପାଇଯିବ। ଧାମନଗର ଓ ପଦ୍ମପୁରରେ ଅମାନତ ଗଲା। ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ।

ସେ ଆହୁରି କହିଛନ୍ତି, ଦିନକ ପୂର୍ବରୁ ପିସିସି ସଭାପତି କେମିତି ଜାଣିଲେ ହାରିବୁ ବୋଲି ? ପିସିସି ସଭାପତି ନିଜର ଗୋଷ୍ଠୀ ତିଆରି କରୁଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ି ଦଳ ପାଇଁ କାମ କରିବାକୁ ପଡ଼ିବ। ନହେଲେ କଂଗ୍ରେସ ଲୋପ ପାଇଯିବ।

Bjp Odisha PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe