/odisha-reporter/media/post_attachments/uploads/2021/06/SONIA-RAMESH.jpg)
SONIA-RAMESH
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ। ଦଳର ନେତୃତ୍ୱ ଏଭଳି ହେଲେ ଆଗାମୀ ଦିନରେ ମଜବୁତ ହୋଇପାରିବନି। ତେଣୁ ଦଳକୁ ମଜବୁତ କରିବାକୁ ହେବ ବୋଲି ସେ କହିଛନ୍ତି। ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ୨୩ ନେତା ମଧ୍ୟ ସମାନ କଥା ଉଠାଇଥିଲେ।
ଜୟରାମ ରମେଶ NDTV କୁ ସାକ୍ଷାତକାର ଦେଇ କହିଛନ୍ତି, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି। ଏବେ ଘରକୁ ମଜବୁତ କରିବାକୁ ହେବ। ଏଥିପାଇଁ ଘରର ମୁରବି ତଥା ଦଳର ମୁଖିଆ ଠିକ୍ କରିବାକୁ ହେବ। କୌଣସି ଗୋଟିଏ ନେତାର ପ୍ରଭାବରେ ଦଳ ଆଗକୁ ବଢ଼ି ପାରିବ ନାହିଁ ବରଂ ଗୋଟିଏ ଟିମ୍ ଓ୍ୱାର୍କରେ ଆଗକୁ ବଢ଼ିବାକୁ ହେବ। ଆସନ୍ତା ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ଏକାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ଏବେ କଂଗ୍ରେସ ଛାଡ଼ି ବିଜେପି ଯାଇଥିବା ବଡ଼ ବଡ଼ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନ ପ୍ରସାଦଙ୍କ ଉପରେ ଏକ ଜବାବ ଦେଇ ସେ କହିଛନ୍ତି, ଦଳ ଛାଡ଼ିଥିବା ଯୁବକମାନେ ଜନ୍ମରୁ ଅନେକ ଅଧିକାର ପାଇଛନ୍ତି। ସେ ଦଳରେ ମଧ୍ୟ ଭଲ ପଦବୀ ପାଇଥିଲେ। ଯଦିଓ ସେ ଦଳ ଛାଡ଼ିଛନ୍ତି କିନ୍ତୁ ହଜାର ହଜାର କଂଗ୍ରେସ କର୍ମୀ ଏବେ ବି ଆମ ସହିତ ରହିଛନ୍ତି ବୋଲି ସେ କହିଛନ୍ତି।
ତେବେ ସଚିନ ପାଇଲଟଙ୍କୁ ନେଇ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସେ ଜଣେ ଭଲ ନେତା। ଦଳରେ ତାଙ୍କର ଭବିଷ୍ୟତ ରହିଛି। ସେ ଦଳ ପାଇଁ ବଡ଼ ସମ୍ପତ୍ତି।
ସୂଚନାଯୋଗ୍ୟ, ଗୁଲାମ ନବୀ ଏବଂ ତାଙ୍କ ସହ ଥିବା ଅନ୍ୟ ନେତା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ହାଇକମାଣ୍ଡ ଏବଂ ତାଙ୍କ କୋଟେରୀ ଏହାର ପାଲଟା ଜବାବ ଦେଇଥିଲେ ଗୁଲାମ ଏବଂ ତାଙ୍କ ସହଯୋଗୀଙ୍କୁ। ପରେ ଗୁଲାମ ଏବେ କୋଣ ଠେସା। ତେଣୁ ଏବେ ଜୟରାମ ସୋନିଆଙ୍କ ରୋଷର ଶିକାର ହେବିନି ତ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
