Advertisment

ରାହୁଲ ଓ ପ୍ରିୟଙ୍କାଙ୍କ ନିକଟତମ ବ୍ୟକ୍ତି ବିଜେପିରେ ସାମିଲ

ନୂଆଦିଲ୍ଲୀ: ୟୁପି କଂଗ୍ରେସର ବଡ଼ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ମନମୋହନ ସିଂହ ସରକାରରେ ଜିତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କ ବାପା ସ୍ୱର୍ଗତ ଜିତେନ୍ଦ୍ର ପ୍ରସାଦ ମଧ୍ୟ କଂଗ୍ରେସର ବରିଷ୍ଠ ନେତା ଥିଲେ। ରାଜୀବ ଗାନ୍ଧୀ ଓ ନରସିମହା ରାଓ ସମୟରେ ଜିତେନ୍ଦ୍ରଙ୍କ ଦବଦବା ଥିଲା। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତନ ବିଜେପିରେ ସାମିଲ ହୋଇଛନ୍ତି। ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଜିତନ ବିଜେପିରେ […]

ଅଦ୍ୟତନ ହୋଇଛି
ରାହୁଲ ଓ ପ୍ରିୟଙ୍କାଙ୍କ ନିକଟତମ ବ୍ୟକ୍ତି ବିଜେପିରେ ସାମିଲ

JITAN-PRIYANKA

Advertisment

ନୂଆଦିଲ୍ଲୀ: ୟୁପି କଂଗ୍ରେସର ବଡ଼ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ମନମୋହନ ସିଂହ ସରକାରରେ ଜିତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କ ବାପା ସ୍ୱର୍ଗତ ଜିତେନ୍ଦ୍ର ପ୍ରସାଦ ମଧ୍ୟ କଂଗ୍ରେସର ବରିଷ୍ଠ ନେତା ଥିଲେ। ରାଜୀବ ଗାନ୍ଧୀ ଓ ନରସିମହା ରାଓ ସମୟରେ ଜିତେନ୍ଦ୍ରଙ୍କ ଦବଦବା ଥିଲା।

Advertisment

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତନ ବିଜେପିରେ ସାମିଲ ହୋଇଛନ୍ତି। ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଜିତନ ବିଜେପିରେ ସାମିଲ୍ ହେବା ବିରୋଧୀ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ୨୦୧୯ରେ ଜିତିନ ପ୍ରସାଦ କଂଗ୍ରେସ ଛାଡିବା ନେଇ କଳ୍ପନାଜଳ୍ପନା କରାଯାଇଥିଲା କିନ୍ତୁ ସେତେବେଳେ ତାହା ହୋଇ ନଥିଲା।

ବିଜେପି ସଭାପତି ଜେପି ନଡ୍ଡା ଏବଂ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ଜିତନ ବିଜେପିରେ ସାମିଲ୍ ହୋଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜିତିନ ପ୍ରସାଦ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଥିଲେ। ବିଜେପି ମୁଖପାତ୍ର ତଥା ଉତ୍ତରପ୍ରଦେଶର ସାଂସଦ ଅନୀଲ ବାଲୁନି ବୁଧବାର ଟ୍ୱିଟ୍ କରି କହିଥିଲେ ଅପରାହ୍ନ ଗୋଟାଏରେ ଜଣେ ବଡ ନେତା ବିଜେପିରେ ସାମିଲ ହେବେ।  ଏହାପରେ ଜିତିନ ପ୍ରସାଦଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା।

Advertisment

https://twitter.com/ANI/status/1402533540604960772?s=20

ଗତ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବ୍ରାହ୍ମଣ ସମାଜକୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଥିଲା। ପରେ ସମାଜବାଦ ପାର୍ଟି ସହ ମେଣ୍ଟ କରିବା ପୂର୍ବରୁ ଶୀଲା ଦୀକ୍ଷିତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା କଂଗ୍ରେସ। ଏହି ବ୍ରାହ୍ମଣ ସମ୍ପ୍ରଦାୟର ନେତା ହେଉଛନ୍ତି ଜିତିନ ପ୍ରସାଦ। ଏହା ବ୍ୟତୀତ ଜିତିନ ପ୍ରସାଦ କଂଗ୍ରେସର ସେହି ନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାର ଭାବମୂର୍ତ୍ତି ସ୍ୱଚ୍ଛ ଏବଂ ସେ ବିବାଦ ବାହାରେ ରୁହନ୍ତି। କଂଗ୍ରେସରେ ଥିବା ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ଥିଲେ। କିନ୍ତୁ ୟୁପିରେ ପ୍ରିୟଙ୍କାଙ୍କୁ କଂଗ୍ରେସ ଗୁରୁତ୍ୱ ଦେଉଥିବା ଦେଖି ଜିତନ ଅସନ୍ତୋଷ ଥିଲେ। ଯାହାର ପରିଣାମ ଏବେ କଂଗ୍ରେସକୁ ଭୋଗିବାକୁ ପଡ଼ିଛି। ଯାହାକି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି।

କିଛି ଦିନ ପୂର୍ବରୁ ଜିତିନ ପ୍ରସାଦ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ବ୍ୟତୀତ ସେ କଂଗ୍ରେସ ନେତା ବୋଲି ଟ୍ୱିଟରୁ ହଟାଇ ଦେଇଛନ୍ତି। ସେବେଠାରୁ ଜିତନ ଦଳ ଡିଆଁ ମାରିବା ବୋଲି ଚର୍ଚ୍ଚା ହେଉଥିଲା।

ଅନ୍ତିମ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ିବେ ବୋଲି କୁହାଯାଉଥିଲା। ପରେ କଂଗ୍ରେସ କିନ୍ତୁ ବୁଝାଇ ସୁଝାଇ ରଖିଥିଲା। ଏହାପରେ ତାଙ୍କ ଅସନ୍ତୋଷର ପୁଣି ଥରେ ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ ଲୋକସଭା ନିର୍ବାଚନରେ ​​ତାଙ୍କର ଅବହେଳାକୁ ନେଇ ସେ ରାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe