Advertisment

ଗରିବଙ୍କୁ ମାଗଣା ଆଇନ ସହାୟତା: ୫ବର୍ଷ ବିତିଲା, ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଗହଳିରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦ୍ୱାରଦେଶରେ ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ବିଜେଡି ସରକାର ଗତ ୫ବର୍ଷ ତଳେ ଆରମ୍ଭ କରିଥିବା ‘ମଧୁବାବୁ ଆଇନ ସହାୟତା ଯୋଜନା’ ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୬ ଅକ୍ଟୋବର ୨ରୁ କାର୍ଯ୍ୟକ୍ଷମ ଏହି ଯୋଜନା ଏପର୍ଯ୍ୟନ୍ତ ରାଜ୍ୟର ୭୦ ପ୍ରତିଶତ ପଂଚାୟତାରେ ଆରମ୍ଭ ହୋଇନଥିବାବେଳେ ବାକି ୩୦ ପ୍ରତିଶତ ପଂଚାୟତରେ ନାଁକୁ ମାତ୍ର ଚାଲିଛି। ୨୦୧୭ ମସିହା ପଂଚାୟତ ନିର୍ବାଚନରେ ଏହି ଯୋଜନାକୁ ଆୟୁଧ […]

ଅଦ୍ୟତନ ହୋଇଛି
ଗରିବଙ୍କୁ ମାଗଣା ଆଇନ ସହାୟତା: ୫ବର୍ଷ ବିତିଲା, ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା

odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଗହଳିରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦ୍ୱାରଦେଶରେ ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ବିଜେଡି ସରକାର ଗତ ୫ବର୍ଷ ତଳେ ଆରମ୍ଭ କରିଥିବା ‘ମଧୁବାବୁ ଆଇନ ସହାୟତା ଯୋଜନା’ ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୬ ଅକ୍ଟୋବର ୨ରୁ କାର୍ଯ୍ୟକ୍ଷମ ଏହି ଯୋଜନା ଏପର୍ଯ୍ୟନ୍ତ ରାଜ୍ୟର ୭୦ ପ୍ରତିଶତ ପଂଚାୟତାରେ ଆରମ୍ଭ ହୋଇନଥିବାବେଳେ ବାକି ୩୦ ପ୍ରତିଶତ ପଂଚାୟତରେ ନାଁକୁ ମାତ୍ର ଚାଲିଛି। ୨୦୧୭ ମସିହା ପଂଚାୟତ ନିର୍ବାଚନରେ ଏହି ଯୋଜନାକୁ ଆୟୁଧ କରି ଓକିଲ ଓ ସାଧାରଣ ଲୋକଙ୍କ ଭୋଟ ହାତେଇଥିବା ଶାସକ ବିଜେଡି ଏବେ ସେହି ଯୋଜନାକୁ ଭୁଲି ଯାଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗାଁ ଗହଳିରେ ଆର୍ଥିକ ଓ ଅନ୍ୟାନ୍ୟ କାରଣରୁ ଆଇନଗତ ସହାୟତା ପାଇବାରୁ ବଂଚିତ ହେଉଥିବା ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ସେମାନଙ୍କର ଦ୍ୱାରଦେଶରେ ଆଇନ ସହାୟତା ଦେବା ପାଇଁ ‘ମଧୁବାବୁ ଆଇନ ସହାୟତା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତି ପଂଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯାଇ ଜଣେ ଲେଖାଏଁ ଓକିଲଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ମହିଳା, ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ଏସଇବିସି ସମେତ ସମାଜର ବଂଚିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଥିଲା।

ସବୁ ପଂଚାୟତ ଅଫିସରେ ପ୍ରତି ଶନିବାର ଓ ରବିବାର ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ଗ୍ରାମ ରୋଜଗାର ସେବକ(ଜିଆରଏସ) ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଗାଁ ଗହଳିରେ ଯାହାର ଆଇନ ସହାୟତା ଆବଶ୍ୟକ ଥିବ ସେଭଳି ଲୋକଙ୍କୁ ଚିହ୍ନଟ କରି ଏହି ଓକିଲମାନଙ୍କ ମାଧ୍ୟମରେ ମାଗଣାରେ ସହାୟତା ଦେବା ଦିଗରେ ପଦକ୍ଷେପ ନେଇଥାନ୍ତେ। ଏଥିପାଇଁ ଓକିଲମାନଙ୍କୁ ପ୍ରତିଥର ୫୦୦ଟଙ୍କା ଫି’ ମଧ୍ୟ ସରକାରଙ୍କ ପକ୍ଷରୁ ଦେବାର ବ୍ୟବସ୍ଥା ରହିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରତ୍ୟେକ ପଂଚାୟତ ନିମନ୍ତେ ୩ଜଣିଆ ଓକିଲଙ୍କ ତାଲିକା ସରକାରଙ୍କୁ ସୁପାରିଶ କରିବେ ଓ ସରକାର ସେଥିରୁ ଜଣଙ୍କୁ ଏହି ସହାୟତା କେନ୍ଦ୍ରରେ ନିଯୁକ୍ତି ଦେଇଥାନ୍ତେ। ସମ୍ପୃକ୍ତ ଓକିଲଙ୍କୁ ୨ବର୍ଷ ପାଇଁ ନିଯୁକ୍ତି ମିଳିବାର ପ୍ରାବଧାନ ରହିଛି।

Advertisment

ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗାଁ ଗହଳିରେ ଅନେକ ଲୋକ ଅର୍ଥ ଅଭାବ ଓ ବିଭିନ୍ନ ସମସ୍ୟାରୁ ଆଇନଗତ ସହାୟତାରୁ ବଂଚିତ ହେଉଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଘୋଷିତ ‘ମଧୁବାବୁ ଆଇନ ସହାୟତା’ ଯୋଜନାକୁ ଲାଗୁ କରିବାରେ ଆନ୍ତରିକତା ଦେଖାଇ ନାହାନ୍ତି

ରାଜ୍ୟ ଆଇନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମୋଟ ୬୮୦୨ଟି ପଂଚାୟତ ଥିବାବେଳେ ସେଥିରୁ ମାତ୍ର ୨୦୭୪ଟି ପଂଚାୟତରେ ଏବେ ମଧୁବାବୁ ଆଇନ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି। ବାକି ୪୭୨୮ଟି ପଂଚାୟତରେ ଏପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲିନି। ଆଉ ଯେଉଁ ପଂଚାୟତରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ସେଥିରୁ ଅଧିକାଂଶ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଓକିଲଙ୍କର ୨ବର୍ଷିଆ କାର୍ଯ୍ୟକାଳ ମଧ୍ୟ ସରିବାକୁ ବସିଲାଣି। ଜିଲ୍ଲାପାଳମାନେ ଏଦିଗରେ ଆନ୍ତରିକତା ଦେଖାଉନଥିବାରୁ ଏହି ଯୋଜନା ଫେଲ୍ ମାରିଛି।

ସବୁଠୁ ବଡ଼ କଥା ହେଉଛି, ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନା ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟର ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଗରିବଙ୍କୁ ଆଇନଗତ ସହାୟତା ଓ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର କାର୍ଯ୍ୟକାରିତାର କେବେ ସମୀକ୍ଷା କରିନାହାନ୍ତି। କିମ୍ବା ଏନେଇ ଜିଲ୍ଲାପାଳମାନଙ୍କୁ ତାଗିଦ୍ ମଧ୍ୟ କରିନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଯୋଜନା ୫ବର୍ଷ ପୂର୍ବରୁ କାର୍ଯ୍ୟକାରୀ ହୋଇ ମଧ୍ୟ ଏବେ କେବଳ ଘୋଷଣା ମଧ୍ୟରେ ସୀମିତ ହୋଇଯାଇଛି।

Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe