Advertisment

ନବୀନ, ସୋନିଆଙ୍କ ସମେତ ୧୫ଟି ଦଳର ନେତାଙ୍କୁ ମମତାଙ୍କ ଚିଠି

ନନ୍ଦିଗ୍ରାମ: ଏପ୍ରିଲ ୧ରେ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାପୂର୍ବରୁ ନନ୍ଦିଗ୍ରାମର ଟିଏମସି ବିଧାୟକ ପ୍ରାର୍ଥୀ ମମତା ବାନାର୍ଜୀ ଅଣ ବିଜେପି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି। ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତଙ୍କୁ ଏକାଠି ହେବା ଦରକାର ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ହାଇଭୋଲଟେଜ ନିର୍ବାଚନ ପ୍ରଚାର ଚାଲିଛି। ବିଜେପି ଏବଂ ଟିଏମସି କ୍ଷମତା ଦଖଲ ପାଇଁ ସମସ୍ତ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଏକଜିଟ୍ ପୋଲ […]

ଅଦ୍ୟତନ ହୋଇଛି
ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସମେତ ୨୨ ଜଣ ନେତାଙ୍କୁ ଚିଠି ଲେଖିଲେ ମମତା

Mamata Banerjee & Naveen Patnaik

Advertisment

ନନ୍ଦିଗ୍ରାମ: ଏପ୍ରିଲ ୧ରେ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାପୂର୍ବରୁ ନନ୍ଦିଗ୍ରାମର ଟିଏମସି ବିଧାୟକ ପ୍ରାର୍ଥୀ ମମତା ବାନାର୍ଜୀ ଅଣ ବିଜେପି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି। ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତଙ୍କୁ ଏକାଠି ହେବା ଦରକାର ବୋଲି ମମତା କହିଛନ୍ତି।

Advertisment

ପଶ୍ଚିମବଙ୍ଗରେ ହାଇଭୋଲଟେଜ ନିର୍ବାଚନ ପ୍ରଚାର ଚାଲିଛି। ବିଜେପି ଏବଂ ଟିଏମସି କ୍ଷମତା ଦଖଲ ପାଇଁ ସମସ୍ତ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଏକଜିଟ୍ ପୋଲ ଏବଂ ସର୍ଭେ ଅନୁଯାୟୀ ରାଜ୍ୟରେ କିଏ ସରକାର ଗଢ଼ିବ ଆଗୁଆ କହିହେବନି। କିନ୍ତୁ ଗତ ବିଧାନସଭା ନିର୍ବାଚନ ଅପେକ୍ଷା ବିଜେପି ବହୁ ଅଧିକ ଆସନରେ ବିଜୟୀ ହେବ ବୋଲି କୁହାଯାଉଛି। ଆଉ ଟିଏମସିର ଆସନ ସଂଖ୍ୟା କମିବ ବୋଲି ଆକଳନ ହୋଇଛି।

ଏବେ ନିର୍ବାଚନ ପ୍ରକ୍ରିୟା ଅଧା ବି ହୋଇନି କେନ୍ଦ୍ରର ବିଜେପି ସରକାର ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇ ମୋଟ୍ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି ମମତା ବନ୍ଦୋପାଧ୍ୟାୟ। ଯେଉଁଥିରେ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ, ଏନସିପି ସୁପ୍ରିମୋ ଶରଦ ପାଓ୍ୱାର, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍, ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ଼ୀ, ନ୍ୟାଶନାଲ କନଫରେନସ ସୁପ୍ରିମୋ ଫାରୁକ ଅବଦୁଲ୍ଲା, ପିଡିପି ସୁପ୍ରିମୋ ମେହବୁବା ମୁଫତିଙ୍କୁ ବ୍ୟକ୍ତିଗତ ଭାବରେ ଚିଠି ଲେଖି ସମର୍ଥନ ମାଗିଛନ୍ତି ମମତା। ଏବେ ସମୟ ଆସିଛି ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରିବା ଦରକାର ବୋଲି ଦିଦି ଲେଖିଛନ୍ତି।

Advertisment

https://twitter.com/ANI/status/1377203875963277312?s=20

ଏହି ଚିଠି ଲେଖିବା ବେଳେ ମମତା ବିଭିନ୍ନ ଦଳର ନେତାଙ୍କ ମାନଭଞ୍ଜନ କରିବା ପାଇଁ ସେମାନେ କେନ୍ଦ୍ର ସରକାର ବିରୋଧରେ ଉଠାଉଥିବା ପ୍ରସଙ୍ଗ ବାବଦରେ ମତ ରଖିଛନ୍ତି। ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଜିଏନସିଟିଡି ବିଲ୍ କଥା ଉଲ୍ଲେଖ କରିଛନ୍ତି ମମତା। ଏହା ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ବୋଲି କହି କେଜ୍ରିଓ୍ୱାଲ ସରକାର ପ୍ରତି ତାଙ୍କ ଦଳର ସମର୍ଥନ ରହିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ବିରୋଧରେ ବିଜେପି ସରକାର ସିବିଆଇ, ଇଡି ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଛି। ମୋଦି ସରକାରଙ୍କ ନିର୍ଦ୍ଦେଶରେ ଇଡି କେବଳ ଟିଏମସି, ଡିଏମକେ ଏବଂ ଅନ୍ୟ ଦଳର ନେତାଙ୍କ ଘରେ ରେଡ୍ କରୁଛି। ଗଣତନ୍ତ୍ର ଏବଂ ସମ୍ବିଧାନ ଉପରେ ବିଜେପି ଘନ ଘନ ଆକ୍ରମଣ କରୁଛି। ଏହା ବିରୋଧରେ ସମସ୍ତେ ଏକଜୁଟ ହେବା ଆବଶ୍ୟକ ବୋଲି ମମତା କହିଛନ୍ତି। ବିଧାନସଭା ନିର୍ବାଚନ ପରେ ଏକ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମମତା କହିଛନ୍ତି।

West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe