ପୌର ଫଳାଫଳ: ମନ୍ତ୍ରୀ ଦିବ୍ୟଶଙ୍କର ଧରାଶାୟୀ, ଟୁକୁନି ବି ମାରିଲେ ଫେଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦୯ଟି ସହରାଂଚଳ ପାଇଁ ହୋଇଥିବା ପୌର ନିର୍ବାଚନ ଫଳାଫଳରେ ଶାସକ ବିଜେଡିର ଦବଦବା ଦେଖିବାକୁ ମିଳିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ଦୁଇ ପ୍ରଭାବଶାଳୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଟୁକୁନି ସାହୁଙ୍କୁ ନିଜ ଘରେ ପରାଜୟ ସହ ଦୟନୀୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ଉଭୟ ମନ୍ତ୍ରୀଙ୍କୁ ନିଜ ସହରର ବାସିନ୍ଦାମାନେ ପ୍ରତ୍ୟାଖ୍ୟାନ କରି ବିଜେପି ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ଭାବେ ବିଜୟୀ କରାଇଛନ୍ତି । ସୂଚନା ଅନୁସାରେ, କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ (କଳାହାଣ୍ଡି […]

Dibya-and-tukuni

Dibya-and-tukuni

Ordigital Desk
  • Published: Saturday, 26 March 2022
  • Updated: 26 March 2022, 04:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦୯ଟି ସହରାଂଚଳ ପାଇଁ ହୋଇଥିବା ପୌର ନିର୍ବାଚନ ଫଳାଫଳରେ ଶାସକ ବିଜେଡିର ଦବଦବା ଦେଖିବାକୁ ମିଳିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ଦୁଇ ପ୍ରଭାବଶାଳୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଟୁକୁନି ସାହୁଙ୍କୁ ନିଜ ଘରେ ପରାଜୟ ସହ ଦୟନୀୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ଉଭୟ ମନ୍ତ୍ରୀଙ୍କୁ ନିଜ ସହରର ବାସିନ୍ଦାମାନେ ପ୍ରତ୍ୟାଖ୍ୟାନ କରି ବିଜେପି ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ଭାବେ ବିଜୟୀ କରାଇଛନ୍ତି ।

ସୂଚନା ଅନୁସାରେ, କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ (କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ) ବିଜେଡିର ଚେହେରା ଭାବେ ପ୍ରଭାବଶାଳୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ମିଳିଥିଲେ ମଧ୍ୟ ପୌର ନିର୍ବାଚନରେ ସ୍ଥାନୀୟ ସହରୀ ଭୋଟର ତାଙ୍କର ସ୍ଥିତିକୁ ଶୋଚନୀୟ କରିଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ୪ଟିରୁ ପୌର ସଂସ୍ଥାରୁ ୨ଟି ବିଜେଡି ଖାତାକୁ ଯାଇଥିବାବେଳେ ନୂଆପଡ଼ା ଜିଲ୍ଲାରେ ବିଜେଡି ଖାତା ଖୋଲିପାରିନି।

କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଜେଡି ସଂଗଠନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏକତରଫା ଦବଦବା ରହିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଖାସ୍ ଅନୁଗତ ଭାବେ ମନ୍ତ୍ରୀ ଶ୍ରୀ ମିଶ୍ର କଳାହାଣ୍ଡି ଜିଲ୍ଲା ଦଳୀୟ ସଂଗଠନରେ ନିଜର ପ୍ରଭାବ ବିସ୍ତାର କରି ପୌର ନିର୍ବାଚନରେ ଏକତରଫା ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଚଳିତ ପୌର ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନିର୍ବାଚନମଣ୍ଡଳୀରେ ଗୋଟିଏ ମାତ୍ର ଜୁନାଗଡ଼ ଏନଏସିରେ ନିର୍ବାଚନ ହୋଇଥିବାବେଳେ ସେଠାରେ ତାଙ୍କର ଅନୁଗତ ଦଳୀୟ ପ୍ରାର୍ଥୀଙ୍କୁ ପରାଜିତ କରି ବିଜେପିର ମୁକେଶ କୁମାର ଅଗ୍ରୱାଲ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି । ସେଠାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରବେଳେ ମନ୍ତ୍ରୀ ଶ୍ରୀ ମିଶ୍ର ବିଜେଡି ସଂଗଠନ ସମ୍ପାଦକ ପ୍ରଣବଙ୍କୁ ଭିଡିଓ କଲ କରି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରାଇଥିଲେ ମଧ୍ୟ ତା’ର ପ୍ରଭାବ ଅନୁଭୂତ ହୋଇନି । କେବଳ ନିଜ ନିର୍ବାଚନମଣ୍ଡଳୀ ନୁହେଁ ଧର୍ମଗଡ଼ ଏନଏସିରେ ମଧ୍ୟ ବିଜେଡିକୁ ସମାନ ସ୍ଥିତି ଭୋଗିବାକୁ ପଡ଼ିଛି ଓ ସେଠାରେ ଅଧ୍ୟକ୍ଷ ପଦ ବିଜେପି ଖାତାକୁ ଯାଇଛି ।

କଳାହାଣ୍ଡି ଜିଲ୍ଲାର ମୋଟ ୪ଟି ପୌରାଂଚଳ ମଧ୍ୟରୁ ୨ଟି ବିଜେପି ଓ ୨ଟି ବିଜେଡି ଖାତାକୁ ଯାଇଛି । ଆଉ ନୂଆପଡ଼ା ଜିଲ୍ଲାର ସମସ୍ତ ୩ଟି ପୌରାଂଚଳର ଅଧ୍ୟକ୍ଷ ପଦ ହାତେଇବାରେ ବିଜେଡି ସକ୍ଷମ ହୋଇନି । ଖଡ଼ିଆଳ ଏନଏଏସିରେ କଂଗ୍ରେସର ଉଜ୍ୱଳ ଗୁପ୍ତା ୩୯୦୦ ଭୋଟରେ ବିଜୟୀ ହୋଇଥିବାବେଳେ ବିଜେଡିର ମୂଳଚନ୍ଦ ସିଂଘଲ ସେଠାରେ ୧୮୫୭ଖଣ୍ଡ ଭୋଟ ପାଇଁ ତୃତୀୟରେ ରହିଛି । ସେହିପରି ଖଡ଼ିଆଳ ରୋଡ ଏନଏସିରେ ବିଜେପିର ସୋନିଆ ଜୈନ ୮୮୩ ଭୋଟରେ ବିଜୟୀ ହୋଇଛନ୍ତି । ନୂଆପଡ଼ା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୭ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ସମସ୍ତ ୭ଟି ପୌରାଂଚଳରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ପ୍ରଭାବ ଦେଖାଇ ଅଧ୍ୟକ୍ଷ ପ୍ରାର୍ଥୀ ଚୟନରେ ଗୁରୁଦାୟିତ୍ୱ ତୁଲାଇଥିଲେ । ଏପରିକି ମନ୍ତ୍ରୀ ହେବାକୁ ଦୀର୍ଘଦିନ ଧରି ଲବି କରୁଥିବା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପାଇଁ ଏହି ଫଳାଫଳ ନିରାଶାଜନକ ହୋଇଛି ।

ସେହିପରି ବଲାଙ୍ଗିର ଜିଲ୍ଲାରେ ଏକମାତ୍ର ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ ନିଜ ନିର୍ବାଚନମଣ୍ଡଳୀ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ହୋଇପାରିନାହାନ୍ତି । ବଲାଙ୍ଗିର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ସୁଶାନ୍ତ ସିଂ କାର୍ଯ୍ୟ କରୁଥିବାବେଳେ ତାଙ୍କର ଘନିଷ୍ଠ ଭାବେ ଟୁକୁନି ଜଣାଶୁଣା । ଜିଲ୍ଲାର ୫ଟି ପୌରାଂଚଳର ଅଧ୍ୟକ୍ଷ ପଦବୀ ଚୟନରେ ସେ ନିଜର ପତିଆରା ଦେଖାଇଥିଲେ । କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ବିଜେଡି ହାତରୁ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ପୌର ପରିଷଦକୁ ବିରୋଧୀ ଦଳ ଛଡ଼ାଇ ନେଲେ । ଟୁକୁନି ନିଜର ଜଣେ ଖାସ୍ ଅନୁଗତ ମହିଳାଙ୍କୁ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପିର ମମତା ଦେବୀ ଜୈନ ୩୭୪୩ଖଣ୍ଡ ଭୋଟରେ ଟୁକୁନିଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ବିଜେଡି ସହ ବିରୋଧୀ ଦଳର ସଲାସୁତରା ଯୋଗୁ ବଲାଙ୍ଗିର ପୌର ପରିଷଦ ଆସନଟି ବିଜେଡି ହାତକୁ ଯାଇଥିବା ଚର୍ଚ୍ଚା ହେଉଛି । ପାଟଣାଗଡ଼ ଓ ତୁଷୁରା ଏନଏସିର ଅଧ୍ୟକ୍ଷ ପଦବୀକୁ ହାତେଇ ବିଜେଡି ଜିଲ୍ଲାରେ ନିଜର ଇଜ୍ଜତ ବଂଚାଇବାକୁ ପ୍ରୟାସ କରିଛି ।

ସେହିପରି ଭଦ୍ରକ ପୌରାଧ୍ୟକ୍ଷ ଆସନଟି ସ୍ୱାଧୀନ ପ୍ରାର୍ଥୀ ଗୁଲମକ୍କି ହବିବଙ୍କୁ ଯାଇଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ଖାସ୍ ଅନୁଗତ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ସବୁ ଉଦ୍ୟମ କରି ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ହୋଇପାରିନାହାନ୍ତି।

ସୂଚନାଯୋଗ୍ୟ, ଅପରାହ୍ନ ୩ଟା ସୁଦ୍ଧା ବିଭିନ୍ନ ପୌରାଂଚଳର ମେୟର ଓ ଅଧ୍ୟକ୍ଷ ପଦବୀ ମଧ୍ୟରୁ ୭୬ଟିରେ ବିଜେଡି, ୧୬ଟିରେ ବିଜେପି, ୬ଟିରେ କଂଗ୍ରେସ ଓ ୯ଟି ଅନ୍ୟମାନେ ଆଗରେ ଥିବାବେଳେ ୧୮୨୮ଟି କର୍ପୋରେଟର ଓ କାଉନସିଲର ପଦବୀ ମଧ୍ୟରୁ ୧୨୫୩ଟିରେ ବିଜେଡି, ୩୦୩ଟିରେ ବିଜେପି, ୧୩୯ଟିରେ କଂଗ୍ରେସ ଓ ୧୩୩ଟିରେ ଅନ୍ୟମାନେ ଆଗରେ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story