Advertisment

ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଧାୟକଙ୍କ ପତ୍ନୀ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଓହ୍ଲାଇଲେ ଜଣେ ବିଧାୟକଙ୍କ ପତ୍ନୀ। ସେ ସମିତି ସଭ୍ୟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାଁ ଶୁଭ୍ରାନ୍ତି ସାମନ୍ତରାୟ। ତାଙ୍କ ସ୍ୱାମୀଙ୍କ ନାଁ ଉମାକାନ୍ତ ସାମନ୍ତରାୟ, ଯିଏ ସତ୍ୟବାଦୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛିଆଁ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶୁଭ୍ରାନ୍ତି ସାମନ୍ତରାୟ। ଆଜି ସେ କଣାସ ବ୍ଲକ୍ ବିଡିଓଙ୍କ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଧାୟକଙ୍କ ପତ୍ନୀ

Subhranti Samantaray

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଓହ୍ଲାଇଲେ ଜଣେ ବିଧାୟକଙ୍କ ପତ୍ନୀ। ସେ ସମିତି ସଭ୍ୟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାଁ ଶୁଭ୍ରାନ୍ତି ସାମନ୍ତରାୟ। ତାଙ୍କ ସ୍ୱାମୀଙ୍କ ନାଁ ଉମାକାନ୍ତ ସାମନ୍ତରାୟ, ଯିଏ ସତ୍ୟବାଦୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Advertisment

ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛିଆଁ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶୁଭ୍ରାନ୍ତି ସାମନ୍ତରାୟ। ଆଜି ସେ କଣାସ ବ୍ଲକ୍ ବିଡିଓଙ୍କ ଅଫିସ୍‌ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାୟକଙ୍କ ଧର୍ମପତ୍ନୀ ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିବାରୁ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଓ ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ।

Advertisment
Candidates In Focus Odisha Panchayat Election 2022