Advertisment

ନନ୍ଦିଗ୍ରାମରେ ମହାସଂଗ୍ରାମ: ଦିଦିଙ୍କ ସିପାହୀ ଏବେ ବିଦ୍ରୋହୀ

କୋଲକାତା: ବର୍ଷ ୨୦୧୧। ସିଙ୍ଗୁର ଓ ନନ୍ଦିଗ୍ରାମ ଆନ୍ଦୋଳନ ମମତା ବାନାର୍ଜୀଙ୍କୁ କ୍ଷମତାରେ ବସାଇଥିଲା। ଆଉ ଏହି ଆନ୍ଦୋଳନକୁ ସଫଳ କରାଇବାରେ ମମତା ବାନାର୍ଜୀଙ୍କ ସିପାହୀ ସାଜିଥିଲେ ଶୁଭେନ୍ଦୁ ଅଧିକାରୀ ଏବଂ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ। ଏହି ଆନ୍ଦୋଳନ ମମତାଙ୍କୁ ଏଭଳି ପରିଚୟ ଦେଇଥିଲା ଯେ ଦୀର୍ଘ ୩୪ ବର୍ଷ ଧରି ବେଙ୍ଗଲରେ ଶାସନ କରୁଥିବା ବାମପନ୍ଥୀଙ୍କୁ କ୍ଷମତାଚ୍ୟୁତ କରିଥିଲା। ମାର୍ଚ୍ଚ ୧୦ (ବୁଧବାର) ମମତା ବାନାର୍ଜୀ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବାକୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନନ୍ଦିଗ୍ରାମରେ ମାଟି କାମୁଡିଲେ ମମତା, ଶୁଭେନ୍ଦୁ ଚାମ୍ପିୟନ୍

mamata vs subhendu

କୋଲକାତା: ବର୍ଷ ୨୦୧୧। ସିଙ୍ଗୁର ଓ ନନ୍ଦିଗ୍ରାମ ଆନ୍ଦୋଳନ ମମତା ବାନାର୍ଜୀଙ୍କୁ କ୍ଷମତାରେ ବସାଇଥିଲା। ଆଉ ଏହି ଆନ୍ଦୋଳନକୁ ସଫଳ କରାଇବାରେ ମମତା ବାନାର୍ଜୀଙ୍କ ସିପାହୀ ସାଜିଥିଲେ ଶୁଭେନ୍ଦୁ ଅଧିକାରୀ ଏବଂ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ। ଏହି ଆନ୍ଦୋଳନ ମମତାଙ୍କୁ ଏଭଳି ପରିଚୟ ଦେଇଥିଲା ଯେ ଦୀର୍ଘ ୩୪ ବର୍ଷ ଧରି ବେଙ୍ଗଲରେ ଶାସନ କରୁଥିବା ବାମପନ୍ଥୀଙ୍କୁ କ୍ଷମତାଚ୍ୟୁତ କରିଥିଲା।

Advertisment

ମାର୍ଚ୍ଚ ୧୦ (ବୁଧବାର) ମମତା ବାନାର୍ଜୀ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ବେଳେ ତାଙ୍କର ପ୍ରତିପକ୍ଷ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମାର୍ଚ୍ଚ ୧୨ରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଛନ୍ତି।

ହେଲେ ୨୦୨୧ରେ ବିଧାନସଭା ନିର୍ବାଚନ ପୂର୍ବରୁ ନନ୍ଦିଗ୍ରାମ ଓ ସିଙ୍ଗୁର ଆନ୍ଦୋଳନରେ ମମତାଙ୍କ ସିପାହୀ ସାଜିଥିବା ଶୁଭେନ୍ଦୁ ଓ ରବିନ୍ଦ୍ରନାଥ ଏବେ ମମତାଙ୍କ ବିଦ୍ରୋହୀ।  ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ମମତାଙ୍କୁ ଚଳିତ ବିଧାନସଭା ନିର୍ବାଚନ ବେଳେ ନିଜ ସହଯୋଗୀ ଜଣଙ୍କ ପରେ ଜଣଙ୍କ ଝଟକା ଦେଇ ଚାଲିଛନ୍ତି। ଦିଦିଙ୍କର ପୁରୁଣା ସିପାହୀ ପ୍ରାୟତଃ ଆଉ ତାଙ୍କ ସହିତ ନହାନ୍ତି। ଏବେ ସେହି ସିପାହୀ ବିଜେପି ଟିକେଟରେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦୀ।

Advertisment

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପିର ଚିହ୍ନ ନଥିଲା। ହେଲେ କହି କହି ୧୮ଟି ଆସନ ହାତେଇଥିଲା। ଯାହାକି ଟିଏମସିକୁ ବଡ଼ ଝଟକା ଦେଇଥିଲା। ମୋଦିଙ୍କ ଫଟୋ ଓ ଯୋଜନାକୁ ଆଧାର କରି ବିଜେପି ଭୋଟ୍ ଗୋଟାଇବାରେ ଏକପ୍ରକାର ସଫଳ ହୋଇଥିଲା। ତେଣୁ ମମତା ଭଳି ହେବିଓ୍ୱେଟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେପି ପାଇଁ ରାଜନୀତିରେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛି।

ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ସିଙ୍ଗୁର ଆନ୍ଦୋଳନରେ ମମତା ବାନାର୍ଜୀଙ୍କ ଜଣେ ପ୍ରମୁଖ ସହଯୋଗୀ ଥିଲେ ଏବଂ ୨୦୦୧ ମସିହାରୁ କ୍ରମାଗତ ଭାବରେ ଜିତି ଆସୁଥିଲେ। କିନ୍ତୁ ମମତା ବାନାର୍ଜୀ ଏଥର ତାଙ୍କୁ ଟିକେଟ ନଦେଇ ତାଙ୍କର ପ୍ରତିଦ୍ୱନ୍ଦୀ ବିଧାୟକ ବେଖରାମ ମାନ୍ନାଙ୍କୁ ହରିପାଲ ଆସନରୁ ଏବଂ ସିଙ୍ଗର ଆସନରୁ ବିଧାୟକ ବେଚାରାମ ମାନ୍ନାଙ୍କୁ ଟିକେଟ ଦେଇଥିବା ବେଳେ ତାଙ୍କର ପତ୍ନୀଙ୍କୁ ମଧ୍ୟ ଆଉ ଏକ ଆସନରୁ ଟିକେଟ୍ ଦେଇଥିଲେ। ଆଉ ଏଥିରେ ଅସନ୍ତୋଷ ପ୍ରକାଶ କରି ଭଟ୍ଟାଚାର୍ଯ୍ୟ ଟିଏମସିକୁ ବାଏ ବାଏ କହିଛନ୍ତି।

ସିଙ୍ଗୁରର ବିଧାୟକ ତଥା ମାଷ୍ଟର ମୋଶାଇ ଭାବରେ ପରିଚିତ ରବିନ୍ଦ୍ର ଭଟ୍ଟାଚାର୍ଯ୍ୟ ମମତାଙ୍କୁ ସିଙ୍ଗୁର ଆନ୍ଦୋଳନରେ ସମର୍ଥନ କରିଥିଲେ। ସେ ମମତାଙ୍କ ସପକ୍ଷରେ ଏହି ଆନ୍ଦୋଳନ ପାଇଁ ଚାଷୀଙ୍କୁ ଏକତ୍ରିତ କରିଥିଲେ।

ମମତା ବାନାର୍ଜୀ ୨୦୦୭-୦୮ ମସିହାରେ ତତ୍କାଳୀନ ବାମପନ୍ଥୀ ସରକାର ବିରୋଧରେ ହୁଗୁଳି ଜିଲ୍ଲାର ସିଙ୍ଗୁରରେ ଟାଟା ନାନୋ ପ୍ଲାଣ୍ଟ ପାଇଁ ଚାଷୀଙ୍କଠାରୁ ଜବରଦଖଲ ଜମି ଅଧିଗ୍ରହଣ ବିରୋଧରେ ଆନ୍ଦୋଳନ କରିଥିଲେ। ମମତାଙ୍କ ଆନ୍ଦୋଳନର ପରିଣାମ ସ୍ୱରୂପ ଟାଟା ସିଙ୍ଗୁର ଛାଡିବାକୁ ବାଧ୍ୟ ହୋଇଥିଲେ ଏବଂ ଟାଟା ଗୁଜୁରାଟରେ ନାନୋ କାରଖାନା ସ୍ଥାପନ କରିଥିଲେ।

West Bengal West Bengal Election 2021