Advertisment

କ୍ୟାପଟେନ୍ ଜିତିଲେ, ହିଟ୍ ଓ୍ୱିକେଟ୍ ହେଲେ ସିଦ୍ଧୁ

ନୂଆଦିଲ୍ଲୀ: କ୍ରିକେଟ ପରେ ରାଜନୀତିକ ଇଂନିସ ଖେଳୁଥିବା ନବଜୋତ ସିଂହ ସିଦ୍ଧୁ ହିଟ୍ ଓ୍ୱିକେଟ ହୋଇଛନ୍ତି। ରାଜ୍ୟ କଂଗ୍ରେସର କ୍ୟାପଟେନ ହେବାକୁ ଇଚ୍ଛା ରଖିଥିବା କଂଗ୍ରେସ ବିଧାୟକ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ଲାଗିଛି ଶକ୍ତ ଝଟକା। କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ହାଇକମାଣ୍ଡଙ୍କ ଆଗରେ ନିଜର ଭାବମୂର୍ତ୍ତି ବଢ଼ାଇବାକୁ ଚେଷ୍ଟା କରୁଥିଲେ। ହେଲେ ନବଜୋତ ସିଂହ ସିଦ୍ଧୁ ଅଭିଯୋଗର ପାହାଡ଼ ଲଦି ହାଇକମାଣ୍ଡଙ୍କ ଆଗରେ ଭଲ ସ୍କୋର କରିବା […]

ଅଦ୍ୟତନ ହୋଇଛି
ମଙ୍ଗଳବାର ରାହୁଲଙ୍କୁ ଭେଟିବେ ସିଦ୍ଧୁ, ବୁଝାଇପାରେବି ତ ରାହୁଲ?

sidhu-amarinder

Advertisment

ନୂଆଦିଲ୍ଲୀ: କ୍ରିକେଟ ପରେ ରାଜନୀତିକ ଇଂନିସ ଖେଳୁଥିବା ନବଜୋତ ସିଂହ ସିଦ୍ଧୁ ହିଟ୍ ଓ୍ୱିକେଟ ହୋଇଛନ୍ତି। ରାଜ୍ୟ କଂଗ୍ରେସର କ୍ୟାପଟେନ ହେବାକୁ ଇଚ୍ଛା ରଖିଥିବା କଂଗ୍ରେସ ବିଧାୟକ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ଲାଗିଛି ଶକ୍ତ ଝଟକା। କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ହାଇକମାଣ୍ଡଙ୍କ ଆଗରେ ନିଜର ଭାବମୂର୍ତ୍ତି ବଢ଼ାଇବାକୁ ଚେଷ୍ଟା କରୁଥିଲେ। ହେଲେ ନବଜୋତ ସିଂହ ସିଦ୍ଧୁ ଅଭିଯୋଗର ପାହାଡ଼ ଲଦି ହାଇକମାଣ୍ଡଙ୍କ ଆଗରେ ଭଲ ସ୍କୋର କରିବା ବଦଳରେ ରୋଷର ଶିକାର ହୋଇଥିବା ସୂଚନା ରହିଛି। ଯାହାକି ସିଦ୍ଧୁଙ୍କ ହିଟ୍ ଓ୍ୱିକେଟର ସାମ୍ନା କରିବାକୁ ପଡ଼ିଛି।

Advertisment

ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ସିଦ୍ଧୁ ଏବଂ ଅମରିନ୍ଦରଙ୍କ ମଧ୍ୟରେ ଥିବା କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲା। ସିନ୍ଧୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସର ମୁଖିଆ ହେବାକୁ ଇଚ୍ଛା ବ୍ୟକ୍ତି କରି ବାରମ୍ୱାର ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଭେଟିଥିଲେ। କିନ୍ତୁ କ୍ୟାପଟେନ ଅମରିନ୍ଦରଙ୍କ ପତିଆରା ଓ ସିଦ୍ଧୁଙ୍କ ଅସନ୍ତୋଷକୁ ଦେଖି କୌଣସି ସର୍ତ୍ତକୁ ଗାନ୍ଧୀ ପରିବାର ମାନିବାକୁ ରାଜି ହୋଇ ନଥିବା ସୂଚନା ରହିଛି।

ପରିଣାମ ସ୍ୱରୂପ ଅମରିନ୍ଦର ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ କ୍ୟାପଟେନ ହେବେ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ଏଥିସହ ଅମରିନ୍ଦର ତାଙ୍କର ନିଜସ୍ୱ ଟିମ୍ ଚୟନ କରିବେ। ଏଥିରେ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି ହାଇକମାଣ୍ଡଙ୍କ ଦରବାରରୁ ଦଳୀୟ କର୍ମୀଙ୍କ ପାଇଁ ବାର୍ତ୍ତା ଆସିଥିବା ସୂଚନା ରହିଛି।

Advertisment

ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ସିଦ୍ଧୁ ବାରମ୍ୱାର କ୍ୟାପଟେନଙ୍କ ବିରୋଧରେ ବିଷ ଓଗାଳୁଥିଲେ। ଯାହାକି ଦୁଇ ନେତାଙ୍କ ମଧ୍ୟରେ ଥିବା କନ୍ଦଳ କେତେ ଅଧିକ ଜଣାପଡ଼ିଥିଲା। ଏପରି ହେବା ଦ୍ୱାରା ଦଳର ଭାବମୂର୍ତ୍ତି ନଷ୍ଟ ହୋଇଛି। ଦଳକୁ ଅନେକ ପ୍ରକାର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଯଦି ଏଭଳି ଚାଲିବ ତାହେଲେ କାହାରି ଲାଭ ହେବ ନାହିଁ। ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ନଷ୍ଟ ହେବା ଏକ ପ୍ରକାର ଥୟ ହେବ ବୋଲି ହାଇକମାଣ୍ଡଙ୍କ ଦରବାରରେ ନିଯୁକ୍ତ ଥିବା ଦଳର କୋଟେରୀ ହୃଦବୋଧ କରିଛି। ତେଣୁ ସିଦ୍ଧୁଙ୍କୁ ନିର୍ବାଚନ ବେଳେ କିମ୍ୱା ଆଗାମୀ ଦିନରେ ଉପମୁଖ୍ୟମନ୍ତ୍ରୀ କି ପିସିସି ସଭାପତି ପଦ ମଧ୍ୟ କଂଗ୍ରେସ ଦେବାକୁ ଚିନ୍ତା କରୁନଥିବା ସୂଚନା ରହିଛି।

ନିକଟରେ କଂଗ୍ରେସ ସିଦ୍ଧୁଙ୍କୁ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲା ହେଲେ ସିଦ୍ଧୁ ଗ୍ରହଣ କରିନଥିଲେ। ପରେ ପିସିସି ସଭାପତି ପଦବୀ ଚାହୁଁଥିବା ଜଣାପଡ଼ିଥିଲା।

Navjot Singh Sidhu Amarinder-Sidhu Controversy Punjab Captain Amarinder Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe