Advertisment

ଓବିସିଙ୍କୁ ବାଦ୍ ଦେଇ ପ୍ରକାଶ ପାଇଲା ନୂଆ ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ହୋଇଛି ଗାଁ ରାଜନୀତି। ବଡ଼ ଠାରୁ ଆରମ୍ଭ କରି ସବୁ ନେତା ଏବେ ଗାଁରେ ଡେରା ପକାଇ ଆରମ୍ଭ କଲେଣି। ଆଉ ଆଜି ପଞ୍ଚାୟତ ନିର୍ବାଚନ ଲାଗି ଆସନ ସଂରକ୍ଷଣ ଚିଠା ପ୍ରକାଶ ପାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ୟ ଅଧ୍ୟକ୍ଷ ପଦବୀ ଲାଗି ରିଜଭେର୍ସନ ଡ୍ରାଫ୍ଟ ଲିଷ୍ଟ ଜାରି ହୋଇଛି। ଏହି ନୂଆ ତାଲିକାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣକୁ ବାଦ୍ […]

ଭୋଟ୍ ପାଇଁ ମିଳିବ ଛୁଟି

Election

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ହୋଇଛି ଗାଁ ରାଜନୀତି। ବଡ଼ ଠାରୁ ଆରମ୍ଭ କରି ସବୁ ନେତା ଏବେ ଗାଁରେ ଡେରା ପକାଇ ଆରମ୍ଭ କଲେଣି। ଆଉ ଆଜି ପଞ୍ଚାୟତ ନିର୍ବାଚନ ଲାଗି ଆସନ ସଂରକ୍ଷଣ ଚିଠା ପ୍ରକାଶ ପାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ୟ ଅଧ୍ୟକ୍ଷ ପଦବୀ ଲାଗି ରିଜଭେର୍ସନ ଡ୍ରାଫ୍ଟ ଲିଷ୍ଟ ଜାରି ହୋଇଛି। ଏହି ନୂଆ ତାଲିକାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣକୁ ବାଦ୍ ଦିଆଯାଇଛି। ଯାହାକୁ ନେଇ ରାଜନୀତି ତେଜିବାରେ ଲାଗିଛି।

Advertisment

ଜାନୁଆରୀ ୩ ଭିତରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ୫ ତାରିଖରେ ଏହାର ସମାଧାନ କରାଯାଇ ୭ ତାରିଖରେ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯିବ। ଏହାପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ସେପଟେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ଡ୍ରାଫ୍ଟ ଲିଷ୍ଟ ପ୍ରକାଶ ପାଇବା ପରେ ତେଜିଛି ରାଜନୀତି।

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରଖାଯିବା ନେଇ ଆଇନ ସଂଶୋଧନ ପୂର୍ବରୁ ବିଜେଡି ଦଳୀୟ ସ୍ତରରେ ୨୭ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା। ତେବେ ପରବର୍ତ୍ତୀ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି ଘୋଷଣା କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ବାରମ୍ବାର ଆଭିମୁଖ୍ୟ ବଦଳାଯାଉଛି ବିଜେଡି? ଆଇନଗତ ଭାବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇ ପାରିନଥିବାରୁ କାଳେ ଏହି ବର୍ଗ ବିଜେଡି ବିରୋଧୀ ହେବ, ସେଥିପାଇଁ ଏହି ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

Advertisment

ବିଜେପି ଓବିସି ମୋର୍ଚ୍ଚା ସୂରତ ବିଶ୍ୱାଳ ଯେଉଁ ସରକାର ଗତ ଅଗଷ୍ଟ ମାସରେ କହିଥିଲେ ଯେ ଆମେ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ୨୭% ସଂରକ୍ଷଣ ଦେବୁ। ପରେ ସରକାର ସଂଶୋଧନ କରି କହିଲେ ଯେ ୧୨% ପ୍ରତିଶତ ଭିତରେ ସୀମିତ ରହିବ। ତେଣୁ ଏମିତି ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ବିଜେଡି ସରକାର ଆହୁରି ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, କଂଗ୍ରେସର ଦାବି ଆଗେ ସଂରକ୍ଷଣ କର, ତା’ ପରେ ନିର୍ବାଚନ କର। ତୁରନ୍ତ ରାଜ୍ୟ ସରକାର ବିଧାନସଭା ଡାକନ୍ତୁ। ଗୃହରେ ଏ ବିଷୟରେ ଆଲୋଚନା କରାଯାଉ। ଯଦି ରାଜ୍ୟ ସରକାର ଏ ବର୍ଗକୁ ଅବଜ୍ଞା କରନ୍ତି, ତାହେଲେ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସେପଟେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ଟ୍ରିପଲ୍ ଟେଷ୍ଟ ସଂପର୍କିତ ରାୟ ଉପରେ ମଧ୍ୟପ୍ରଦେଶ ସରକାର ରିଭ୍ୟୁ ପିଟିସନ୍ ଫାଇଲ୍ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ତାଙ୍କ ପିଟିସନ୍ କୋର୍ଟରେ ଦାଖଲ କରିଛନ୍ତି। ସର୍ବୋଚ୍ଚ କୋର୍ଟଙ୍କ ରାୟ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ରାୟ ଯାହା ବି ଆସୁ ତାହା ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ ବୋଲି ଆଇନ ବିଶେଷଜ୍ଞ କହିଛନ୍ତି। କାରଣ ହାଇକୋର୍ଟରେ ରାଜ୍ୟ ସରକାର ନିଜ ଆଡ଼ୁ ସତ୍ୟପାଠ ଦାଖଲ କରି ନୂଆ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ ବୋଲି ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe