ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ: ବିରୋଧୀଙ୍କ ହଟ୍ଟଗୋଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା ଆଜି ବିଧାନସଭା ଶୀତ ଅଧିବେଶନକୁ ସରଗରମ କରିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ରହିବାକୁ ନେଇ ବାଚସ୍ପତିଙ୍କଠୁ ରୁଲିଂ ଦାବି କରି ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେଡିର ନେତାମାନେ ଏହି ସେକ୍ସ ସ୍କାଣ୍ଡାଲରେ ସାମିଲ ଥିବାରୁ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ […]

Narasingha Mishra

Narasingha Mishra

Ordigital Desk
  • Published: Thursday, 24 November 2022
  • Updated: 24 November 2022, 08:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା ଆଜି ବିଧାନସଭା ଶୀତ ଅଧିବେଶନକୁ ସରଗରମ କରିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ରହିବାକୁ ନେଇ ବାଚସ୍ପତିଙ୍କଠୁ ରୁଲିଂ ଦାବି କରି ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେଡିର ନେତାମାନେ ଏହି ସେକ୍ସ ସ୍କାଣ୍ଡାଲରେ ସାମିଲ ଥିବାରୁ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।

ଆଜି ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ଗୃହରେ ଉଠାଇଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ଭିତରେ ଓ ବାହାରେ କହିଥିଲେ ଯେ, ଓଡ଼ିଶାରେ ବୀଭତ୍ସ କାଣ୍ଡ ଘଟିଛି । ଏହି ସେକ୍ସ ସ୍କାଣ୍ଡାଲ ଓଡ଼ିଶାର ସବୁଠୁ ହଟ୍ ଟପିକ୍ ପାଲଟିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି ଏହି ଘଟଣାରେ ନୋଟିସ୍ କଲେଣି । ଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେଣି । ପୁଲିସ ତଦନ୍ତ କରି ଯାହାକୁ ଛାଡ଼ି ଦେଇଥିଲା, ଇଡି ଏବେ ତଦନ୍ତ କରି ସେମାନଙ୍କୁ ଗିରଫ କରୁଛି ।  ବିଭିନ୍ନ ପ୍ରକାରର ଚର୍ଚ୍ଚା-ଆକଳନ ଚାଲିଛି । ସରକାରୀ ଦଳ ନେତା,ମନ୍ତ୍ରୀ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ବିଭିନ୍ନ ପ୍ରକାରର ଫଟୋ ବାହାରୁଛି । ମୁଖ୍ୟମନ୍ତ୍ରୀ ଏହି ସମଗ୍ର ଘଟଣାରେ ନିରବଦ୍ରଷ୍ଟା ସାଜିଛନ୍ତି । କିଛି ପ୍ରତିକ୍ରିୟା ଦେଉନାହାନ୍ତି । ଏଥିରୁ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଘଣ୍ଟ ଘୋଡ଼ାଇବାକୁ ଚାହୁଁଛନ୍ତି । ତାଙ୍କ ନିଜ ପୁଲିସ ମଧ୍ୟ ଠିକରେ ଅନୁସନ୍ଧାନ କରୁନି । ଲୋକଙ୍କ ଜାଣିବା ପାଇଁ ଏହି ମାମଲାରେ ପୁଲିସ କିଛି କହୁନି କି ଇଡି ମଧ୍ୟ କିଛି ବୟାନ ଦେଉନି । ଏବେସୁଦ୍ଧା ଇଡି ଯାହା କରିଛି, ତାହା ଠିକ୍ କଲା ଭଳି ଲାଗୁଛି । କିନ୍ତୁ ସନ୍ଦେହ ହେଉଛି, ଚିଟଫଣ୍ଡ ମାମଲାରେ ସିବିଆଇ ଯେଭଳି ମୁଖ୍ୟମନ୍ତ୍ରୀଙ୍କ ଗେଟ୍ ପାଖରୁ ଫେରିଗଲା, ସେମିତି ତଦନ୍ତ ନହେଉ । ତେଣୁ ଏଭଳି ନୀରବ ରହିଥିବା ମୁଖ୍ୟମନ୍ତ୍ରୀଙ୍କର ଶାସନରେ ରହିବାର ନୈତିକତା ନାହିଁ ଓ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରୁଛି ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ । ଶାସକ ବିଜେଡିର ନେତା,ବିଧାୟକ ଓ ସେମାନଙ୍କର ସମ୍ପର୍କୀୟମାନେ ଏଥିରେ ସମ୍ପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନିରବ ସାଜିଛନ୍ତି । ପୁଲିସ୍ ତଦନ୍ତ ଠିକ୍ ଭାବେ ହୋଇନି । ସେମାନଙ୍କର ସମ୍ପୃକ୍ତି ଯୋଗୁ ମୁଖ୍ୟମନ୍ତ୍ରୀ ଚୁପ୍ ଥିବାରୁ ତୁରନ୍ତ ଇସ୍ତଫା ଦିଅନ୍ତୁ । ଏହାସହିତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଗୃହରେ ବିବୃତ୍ତି ରଖିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ବିଜେପି ପକ୍ଷରୁ ବାଚସ୍ପତିଙ୍କଠୁ ରୁଲିଂ ଦାବି କରାଯାଇଥିଲା ।

ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଧାନସଭାରେ ସାଧାରଣ ଲୋକଙ୍କର ବହୁ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଲୋକେ ଆମକୁ ନିର୍ବାଚିତ କରି ପଠାଇଛନ୍ତି । କୃଷିଠାରୁ ଆରମ୍ଭ କରି ରାସ୍ତାଘାଟ, ପାଣି ସମସ୍ୟା ଆଦି ରହିଛି ଆଲୋଚନା ପାଇଁ । ଅର୍ଚ୍ଚନା ନାଗ ମାମଲାର ଆଲୋଚନା କରି ଗୃହର ସମୟ ନଷ୍ଟ କରିବାକୁ ଲୋକେ ଚାହିଁ ବସିନାହାନ୍ତି । ସରକାର ସବୁବେଳେ ସବୁ କଥାର ଆଲୋଚନାପ ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳ ସଭ୍ୟମାନେ ଠିକ୍ ଫୋରମରେ ଆସନ୍ତୁ। ଏହି ମାମଲାରେ ବିଜେପି ନେତାଙ୍କ ସମ୍ପୃକ୍ତି ଅଧିକ ବାହାରିବ । ଅପେକ୍ଷା କରନ୍ତୁ । ଇଡିକୁ ସେମାନେ ଏଠାରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । କାହାର ଭାଇକୁ ଇଡି ଜେରା କଲା ସେ ବିଷୟରେ କିଛି କହିବାର ନାହିଁ । ଇଡି ତଦନ୍ତ କରୁଛି, ଯାହାର ସମ୍ପୃକ୍ତି ଥିବା ସେ ଦଣ୍ଡ ପାଇବ । ବିଧାନସଭା ସମୟରେ ଏଭଳି ପ୍ରସଙ୍ଗ ବାରମ୍ବାର ଆସୁଛି, ବିରୋଧୀ ଦଳ ସଦସ୍ୟମାନେ ଗୃହର ସମୟ ନଷ୍ଟ କରୁଛନ୍ତି ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos