/odisha-reporter/media/post_attachments/uploads/2021/02/nmbn.jpg)
nmbn
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିଠି। ଓଡ଼ିଶାରେ ଆନ୍ଧ୍ରର ବେଆଇନ ନିର୍ବାଚନ ନେଇ ବିରୋଧୀଦଳ ନେତା ଚିଠି ଲେଖି ଆପତ୍ତି ଜଣାଇଛନ୍ତି। ବେଆଇନ ଭାବେ ଓଡ଼ିଶା ଭିତରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ ବିଜୟନଗରମ ଜିଲ୍ଲାପ୍ରଶାସନ ନିର୍ବାଚନ କରିଛି।
ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି । ଏହା ସାମ୍ବିଧାନିକ ସଂକଟ ବୋଲି ଦର୍ଶାଇଛନ୍ତି ବିରୋଧୀ ଦଳ ନେତା। ଦୁଇ ରାଜ୍ୟ ମଧ୍ୟରେ ସହମତି ପରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ ଆନ୍ଧ୍ର ଅବମାନନା କରିଛି ।
ଏହାଛଡ଼ା କୋଟିଆ ନେଇ ବିରୋଧୀ ଦଳ ନେତା ସିଧା ଲେଖିଛନ୍ତି ଯେ ଏହା ଓଡ଼ିଶାର । କୋଟିଆ ନେଇ ଆନ୍ଧ୍ରର ଦାବି ଅମୂଳକ । ୧ ଏପ୍ରିଲ ୧୯୩୬ରୁ କୋଟିଆ ଓଡ଼ିଶାର ବୋଲି ସେ ଚିଠିରେ ଲେଖିଛନ୍ତି । ୧୯୩୬ ମାର୍ଚ୍ଚ ୧୯ରେ ପ୍ରକାଶ ପାଇଥିବା ଭାରତ ସରକାରଙ୍କ ଗେଜେଟ୍ ନୋଟିଫିକେସନ ପ୍ରସଙ୍ଗ ବି ସେ ଉଠାଇଛନ୍ତି । ଏତେ ପରେ ବି କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରିବା ଯଥାର୍ଥ ନୁହେଁ । ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ବୋଲି ଜଗନ ମୋହନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
