କଂଗ୍ରେସକୁ ପ୍ରଦୀପ୍ତଙ୍କ ଜବାବ: କହିଲେ- ଗୋଟିଏ ପତା ଖସିଲେ ମୁଖ୍ୟମନ୍ତ୍ରୀ ବି ଖସିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପରୀ’ ପ୍ରସଙ୍ଗରେ ରାଜ୍ୟରେ ବଢ଼ି ଚାଲିଛି ବିବାଦ। ରାଜନୈତିକ ଦଳଗୁଡିକ ପରସ୍ପର ଉପରେ କାଦୁଅ ଫିଙ୍ଗା ଫିଙ୍ଗା ହେଉଛନ୍ତି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ଯଦି ବିଜେପିର ସାହାସ ଅଛି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରନ୍ତୁ  । ଏହା ସହ ବିଜେପି ମୂଳ ପ୍ରସଙ୍ଗକୁ ଡାଇଭର୍ଟ କରୁଛି ବୋଲି ଅଭିଯୋଗ କରିଥିଲା । ତେବେ ଏହାର ଜାବବ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ […]

pradipta-naik-target-congre

pradipta-naik-target-congre

Madhupriya Mistry
  • Published: Sunday, 06 December 2020
  • Updated: 06 December 2020, 01:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପରୀ’ ପ୍ରସଙ୍ଗରେ ରାଜ୍ୟରେ ବଢ଼ି ଚାଲିଛି ବିବାଦ। ରାଜନୈତିକ ଦଳଗୁଡିକ ପରସ୍ପର ଉପରେ କାଦୁଅ ଫିଙ୍ଗା ଫିଙ୍ଗା ହେଉଛନ୍ତି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ଯଦି ବିଜେପିର ସାହାସ ଅଛି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରନ୍ତୁ  । ଏହା ସହ ବିଜେପି ମୂଳ ପ୍ରସଙ୍ଗକୁ ଡାଇଭର୍ଟ କରୁଛି ବୋଲି ଅଭିଯୋଗ କରିଥିଲା । ତେବେ ଏହାର ଜାବବ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ପ୍ରଦୀପ୍ତ କହିଛନ୍ତି, କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପ୍ରଥମେ ନିଜ ଦଳକୁ ସମ୍ଭାଳନ୍ତୁ । ନିକଟରେ ହୋଇଥିବା ଉପନିର୍ବାଚନରେ କିଏ ବ୍ରିକ୍ରି ହୋଇଥିଲା, ତାହା ସମସ୍ତେ ଜାଣନ୍ତି । ବିଜେପି ହିଁ ବିଜେଡି ସହ ଲଢ଼ିଥିଲା । କୁନ୍ଦୁଲି କେସରେ ଏସଆଇଟିକୁ ବିରୋଧ କରୁଥିବା କଂଗ୍ରେସ କିଭଳି ପରୀ କେସରେ ଏହି ତଦନ୍ତକୁ ସମର୍ଥନ କରୁଛି?  ବିଜେପି-ବିଜେଡି ଗୋଟଏ ମୁଦ୍ରାର ଦୁଇ ପାର୍ଶ୍ୱ ନା କଂଗ୍ରେସ, ତାହା ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି ।

ବିରୋଧୀ ଦଳ ନେତା କହିଛନ୍ତି, ବାବୁଲା ନାୟକକୁ ଯେଉଁ କୃଷିମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି, ତାଙ୍କୁ ବହିଷ୍କାର କରାଯାଉ । ତାସ ଘରୁ ଗୋଟିଏ ପତା ଖସିଲେ ମୁଖ୍ୟମନ୍ତ୍ରୀ ଆପେ ଆପେ ଖସିଯିବେ । ଏଥିସହ ପରୀ ହତ୍ୟା ଘଟଣାରେ ବାବୁଲି ନାୟକଙ୍କୁ ଗିରଫ ଏବଂ ସିବିଆଇ ତଦନ୍ତ ଆମର ଦାବି । ପରୀର ମୃତ ଶରୀରରେ କେମିକାଲ ବୋଲା ଯାଇଥିଲା । କେଉଁ ଡାକ୍ତରଖାନାରେ ତାଙ୍କର ଅଙ୍ଗ ବାହାର କରାଯାଇଥିଲା ୧୦ ଦିନ ଭିତରେ ତା’ର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ପରୀ ପ୍ରସଙ୍ଗରେ ମୁହଁ ବନ୍ଦ ରଖିବାକୁ କଂଗ୍ରେସ ବିଧାୟକମାନେ ବିଜେଡିଠୁ ଲାଞ୍ଚ ନେଇଥିବା କିଛି ଦିନ ତଳେ  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ ଆଣିଥିଲେ। ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ  କଥା ଉଠାଇ ବିଜେପି ଉପରେ ବର୍ଷିଥିଲେ। ଚେଲ୍ଲା କୁମାର କହିଥିଲେ ଯେ ତାଙ୍କ ଦଳର ନେତାଏ ଲାଞ୍ଚ ନେଇ ନାହାନ୍ତି। ବରଂ ସିବିଆଇ ତଦନ୍ତ ଆଳରେ ବିଜେପି ଘଟଣାକୁ ଡାଇର୍ଭଟ କରିବାକୁ ଚାହୁଁଛି। ସେହିପରି ନରସିଂହ ମିଶ୍ର କହିଥିଲେ ଯେ ସମ୍ବିତ ପାତ୍ର ଲିଖିତ ଆକାରରେ ଭୁଲ ମାଗନ୍ତୁ। ନଚେତ ଆଇନର ଆଶ୍ରୟ ନେବୁ। ହାଇକୋର୍ଟଙ୍କ ଜରିଆରେ ତାଙ୍କୁ ନୋଟିସ କରିବୁ। ସାହାସ ଅଛି ତ ଆମ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story