Advertisment

ମମତାଙ୍କ 'ବାହାର ପାର୍ଟି' ମନ୍ତବ୍ୟର ଜବାବ ଦେଲେ ମୋଦି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜେପି-ଟିଏମସି ମଧ୍ୟରେ ଲଢ଼େଇ ଆର ପାରର ହୋଇଛି। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତଙ୍କର ନଜର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ସ୍ଥିତି ବ୍ରିଗେଡ ପଡିଆର ରାଲି ଉପରେ। ଆଉ ଏହି ରାଲି ଜରିଆରେ ଟିଏମସିର ସମସ୍ତ ରାଜନୀତିକ ବାଣର ଜବାବ ଦେଇ ବିଜେପି ଏବେ ଟିଏମସିକୁ ପାଲଟା ପ୍ରଶ୍ନ କରିଛି। ବିଜେପି ବାହାର ପାର୍ଟି, ପଶ୍ଚିମବଙ୍ଗକୁ ବାହାର ଲୋକ କି ଗୁଜରାଟୀ ଶାସନ କରିପାରିବେ […]

ଅଦ୍ୟତନ ହୋଇଛି
ମମତାଙ୍କ 'ବାହାର ପାର୍ଟି' ମନ୍ତବ୍ୟର ଜବାବ ଦେଲେ ମୋଦି

modi-kolkatta

Advertisment

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜେପି-ଟିଏମସି ମଧ୍ୟରେ ଲଢ଼େଇ ଆର ପାରର ହୋଇଛି। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତଙ୍କର ନଜର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ସ୍ଥିତି ବ୍ରିଗେଡ ପଡିଆର ରାଲି ଉପରେ। ଆଉ ଏହି ରାଲି ଜରିଆରେ ଟିଏମସିର ସମସ୍ତ ରାଜନୀତିକ ବାଣର ଜବାବ ଦେଇ ବିଜେପି ଏବେ ଟିଏମସିକୁ ପାଲଟା ପ୍ରଶ୍ନ କରିଛି।

Advertisment

ବିଜେପି ବାହାର ପାର୍ଟି, ପଶ୍ଚିମବଙ୍ଗକୁ ବାହାର ଲୋକ କି ଗୁଜରାଟୀ ଶାସନ କରିପାରିବେ ନାହିଁ ବୋଲି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ଏବେ ଏହାର ଜବାବ ବହୁତ ଚତୁରତାର ସହ ଦେଇଛନ୍ତି ମୋଦି। ବିଜେପି ପୂର୍ବରୁ ଏହି ପ୍ରସଙ୍ଗର ଜବାବ ରଖି କହୁଥିଲା ଦେଶ ଗୋଟିଏ। ଏଠି ବାହାର କିଏ? ଏବେ ମୋଦି ବାହାର ପାର୍ଟିର ଜବାବ ଦେବାକୁ ଯାଇ ମମତାଙ୍କୁ ଟାର୍ଗେଟ କରିଛନ୍ତି।

ମୋଦି କହିଛନ୍ତି ଟିଏମସିର ଗୋତ୍ର କଂଗ୍ରେସରୁ ଆସିଛି। ଆଉ କଂଗ୍ରେସର ଜନ୍ମ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି କହି ଟିଏମସି ପାର୍ଟିର ଆଭିମୁଖ୍ୟକୁ ବାହାର ପାର୍ଟିର ଚିନ୍ତାଧାରା ସହିତ ଯୋଡ଼ିଛନ୍ତି ବୋଲି କହିବାକୁ ଚେଷ୍ଟା କରିଛନ୍ତ ମୋଦି। ସେହିପରି ବାମପନ୍ଥୀ ଦଳ ମାର୍କଙ୍କ ଚିନ୍ତାଧାରାରେ ଚାଲିଛି ବୋଲି କହିଛନ୍ତି ମୋଦି।

Advertisment

କଂଗ୍ରେସ ଦେଶରେ ସର୍ବ ପୁରାତନ ଦଳ। ଏହି ପାର୍ଟି ୧୮୮୫ରେ ପ୍ରତିଷ୍ଠା ହୋଇଥିଲା। ଇଂଲଣ୍ଡର ଆଲାନ ଅକ୍ଟୋଭିନ୍ ହୁମେ, ଓ୍ୱିଲିୟମ ଓ୍ୱେଡ୍ଡେରିବୁରନ ଏବଂ ଡବ୍ଲୁସି ବୋନେର୍ଜି, ସୁରେନ୍ଦ୍ରନାଥ ବାନାର୍ଜୀ, ମୋନୋମୋହୁନ ଘୋଷ, ଲାଲମୋହନ ଘୋଷ, ବଦ୍ରୁଦ୍ଦିନ ତ୍ୟାବଜି, ଏମଜି ରାଣାଦେ, ଦାଦାଭାଇ ନାରୋଜି, ଦିନଶାଓ୍ୱ ଓ୍ୱାଚା, ଫିରୋଜେଶାହ ମେହଟ୍ଟା ଦଳର ପ୍ରତିଷ୍ଠାତା ସଦସ୍ୟ।

ମମତା ବାନାର୍ଜୀ ତାଙ୍କ ରାଜନୀତିକ ଇନିଂସ କଂଗ୍ରେସରୁ ଆରମ୍ଭ କରିଥିଲେ। ୧୯୭୦ରେ ସେ କଂଗ୍ରେସରେ ସାମିଲ୍ ହୋଇଥିଲେ। ତେବେ ୧୯୭୫ରେ ଜୟପ୍ରକାଶ ନାରାୟଣଙ୍କ ବିରୋଧରେ ଆନ୍ଦୋଳନ କରି ସମସ୍ତଙ୍କ ନଜରକୁ ଆସିଥିଲେ। ୧୯୮୪ରେ ସେ କଂଗ୍ରେସ ଟିକେଟରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୮ରେ ସେ କଂଗ୍ରେସରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସ ପ୍ରତିଷ୍ଠା କରିଥିଲେ। ଯେହେତୁ କଂଗ୍ରେସ ଆଲାନ ଅକ୍ଟୋଭିନ୍ ହୁମେ, ଓ୍ୱିଲିୟମ ଓ୍ୱେଡ୍ଡେରିବୁରନଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇଥିଲା ଆଉ କଂଗ୍ରେସ ଛାଡ଼ି ଟିଏମସି ତିଆରି କରିଛନ୍ତି ମମତା। ଏବେ ଏହିସବୁ ପ୍ରସଙ୍ଗକୁ ଯୋଡ଼ି ଟିଏମସିକୁ ବାହାର ପାର୍ଟି ମନ୍ତବ୍ୟର ଜବାବ ଦେଇଛନ୍ତି ମୋଦି।

ସେହିପରି ବିଜେପି ତିଆରି ପଛରେ ପଶ୍ଚିମବଙ୍ଗର ମହକ ରହିଛି ବୋଲି ମୋଦି କହିଛନ୍ତି। ମୋଦି ଏଭଳି କହି ଦଳର ଅନ୍ୟତମ ପ୍ରତିଷ୍ଠାତା ତଥା ପଶ୍ଚିମବଙ୍ଗର ନେତା ସ୍ୱର୍ଗତ ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ କଥା କହିଛନ୍ତି। ନେହରୁ ସରକାରରେ ଶ୍ୟାମା ପ୍ରସାଦ ମନ୍ତ୍ରୀ ଥିଲେ। ହେଲେ ନେହରୁ-ଲିଆକତ ଚୁକ୍ତିକୁ ବିରୋଧ କରି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ପରେ ଆରଏସଏସ ସହ ମିଶି ଶ୍ୟାମା ପ୍ରସାଦ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ। ଯାହାକି ପରେ ଭାରତୀୟ ଜନତା ପାର୍ଟିରେ ପରିଣତ ହୋଇଛି।

West Bengal West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe