Advertisment

ଉଦ୍ଧାର ହେଲେ ଅପହୃତ ବିଜେପି ନେତା, ଶରୀରରେ ଲାଗିଛି ଆଘାତ

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଅପହୃତ ହୋଇଥିବା ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଉଦ୍ଧାର କରିଛି ପୁଲିସ। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି।  ଦିଲ୍ଲୀପଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ଦିଲ୍ଲୀପଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି କାର୍‌ରେ ବସାଇ ବନ୍ଧୁକ ମୁନ୍‌ରେ […]

ଅଦ୍ୟତନ ହୋଇଛି
ଉଦ୍ଧାର ହେଲେ ଅପହୃତ ବିଜେପି ନେତା, ଶରୀରରେ ଲାଗିଛି ଆଘାତ

bjp

Advertisment

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଅପହୃତ ହୋଇଥିବା ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଉଦ୍ଧାର କରିଛି ପୁଲିସ। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି।  ଦିଲ୍ଲୀପଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ଦିଲ୍ଲୀପଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି କାର୍‌ରେ ବସାଇ ବନ୍ଧୁକ ମୁନ୍‌ରେ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏନେଇ ଥାନାରେ ଏତଲା ଦେଇଥିଲେ। ରାତି ପ୍ରାୟ ୧୧ଟା ସମୟରେ ବିଜେପି ନେତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଥିଲା।  ଦିଲ୍ଲୀପଙ୍କୁ ଗତକାଳଇ ରାତିରେ ମେଡିକାଲରେ ବିଜେପିର କିଛି ବରିଷ୍ଠ ନେତା ଭେଟିଛନ୍ତି।

ପଦ୍ମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, ଝାରବନ୍ଧ ବ୍ଲକର ଡଙ୍ଗୁରିଚଢ଼ା ଗାଁରେ ବିଜେଡି କର୍ମୀ ପଇସା ବାଣ୍ଟୁଥିଲେ। ଭାରତୀୟ ଜନତା ପାର୍ଟିର କିଛି ଲୋକ ଓ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି  ପଇସା ବାଣ୍ଟୁଥିବା ବିଜେଡି କର୍ମୀଙ୍କୁ ଥାନାକୁ ନେଇଥିଲା।  ପ୍ରତିହିଂସା ପରାୟଣ ହୋଇ ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ତାଙ୍କ ସହଯୋଗୀଙ୍କୁ ଧରି ବିଜେପିର କାର୍ଯ୍ୟକର୍ତ୍ତା ଦିଲ୍ଲୀପ କୁମାର ସେନାପତିଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଅପହରଣ କରି ନେଇଥିଲେ। ତାଙ୍କୁ ପ୍ରବଳ ମାଡପିଟ୍‌ କରି ଛାଡ଼ି ଦେଇଥିଲେ।  ବିଜୁ ଜନତା ଦଳ କର୍ମୀମାନେ ଚାରିଆଡେ ଆତଙ୍କରାଜ କରୁଛନ୍ତି।

Advertisment

ଏହି ଘଟଣାକୁ ନେଇ ବିଧାୟକ ପ୍ରଦୀପ ଦିଶାରୀ କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe