Advertisment

୫ ବର୍ଷରେ ଓଡ଼ିଶାରେ ଗରିବୀ ୧୦%କୁ ହ୍ରାସ କରିବୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦%କୁ ହ୍ରାସ ପାଇବ। ଭୁବନେଶ୍ୱରରେ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କୁ ଭର୍ଚୁଆଲ ମୋଡରେ ଉଦବୋଧନ ଦେବା ସହ କିଛି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ବିଜେଡିର ସଫଳତା ପଛରେ ଅଛନ୍ତି ସମୃଦ୍ଧ ଓଡ଼ିଶାର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କ୍ୟାବିନେଟ୍ ନିଷ୍ପତ୍ତିକୁ ଫୁ’ : ୨ବର୍ଷ ଧରି ସମ୍ପତ୍ତି ତାଲିକା ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

CM Naveen Patnaik

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦%କୁ ହ୍ରାସ ପାଇବ। ଭୁବନେଶ୍ୱରରେ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କୁ ଭର୍ଚୁଆଲ ମୋଡରେ ଉଦବୋଧନ ଦେବା ସହ କିଛି ବଡ଼ ଘୋଷଣା କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ବିଜେଡିର ସଫଳତା ପଛରେ ଅଛନ୍ତି ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଓଡ଼ିଶାବାସୀ। ସମସ୍ତଙ୍କୁ ସାଥିରେ ନେଇ ବିଜେଡି ଶହ ଶହ ବର୍ଷ ଯାଏଁ ରାଜ୍ୟର ସେବା କରିବ। ଆମ ସଳ ବିଜେଡିର କୌଣସି ବସ୍ ଦେଶର ରାଜଧାନୀ ଦିଲ୍ଲୀରେ ନାହାନ୍ତି। ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ। ବିଜେଡି କେବଳ ଓଡ଼ିଶାବାସୀଙ୍କ ନିକଟରେ ଉତ୍ତରଦାୟୀ ରହିବ ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବୀ କମ୍ କରିବାରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି। ଓଡ଼ିଶାରେ ଗରିବୀ ୬୩%ରୁ ୨୯%କୁ ହ୍ରାସ ପାଇଛି। ଏବେ ରାଜ୍ୟରେ ୮୦ ଲକ୍ଷ ଲୋକ ଗରିବୀ ରେଖା ଉପରକୁ ଆସିଛନ୍ତି। ଓଡ଼ିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦%କୁ ହ୍ରାସ କରିବୁ।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅନ୍ତର୍ଜାତୀୟ ସ୍ୱୀକୃତି ପାଇଛି। କରୋନା ସମୟରେ ଓଡ଼ିଶା ସରକାର ରୋଗୀଙ୍କୁ ମାଗଣା ଚିକିତ୍ସା ଦେଇଛି। କରୋନାକାଳରେ ଯେଉଁଠି ସାରା ଦେଶରେ ଅକ୍ସିଜେନର ଅଭାବର ଥିଲା, ସେହି ଠାରେ ଓଡ଼ିଶା ସରକାର ୧୭ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଛି।

ସୂଚନାଯୋଗ୍ୟ, ବିଜେଡି ଆଜି 25 ବର୍ଷରେ ପାଦ ଥାପିଛି। ପାର୍ଟିର ମୁଖ୍ୟ କାର୍ଯ୍ୟାଳୟରେ ଆଜି  ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ପାର୍ଟିର ବରିଷ୍ଠ ନେତାଙ୍କ ସହ ଦଳର ବହୁ ମହିଳା ନେତ୍ରୀ ଓ ଛାତ୍ରକର୍ମୀ ଯୋଗ ଦେଇଥିଲେ।