Advertisment

ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ପ୍ରମିଳା, ପ୍ରଣବ, ବ୍ୟୋମକେଶ ବାଦ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୧୦ଜଣ ମନ୍ତ୍ରୀ ଓ ୧୮ଜଣ ବିଧାୟକଙ୍କୁ ସାମିଲ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର କରିବେ । ତେବେ ଦଳର ଷ୍ଟାର ପ୍ରଚାରକ ତାଲିକାରୁ ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଓ […]

author-image
Ordigital Desk
ଅଦ୍ୟତନ ହୋଇଛି
ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ପ୍ରମିଳା, ପ୍ରଣବ, ବ୍ୟୋମକେଶ ବାଦ୍

Pramila,Pranab and Bymokesh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୧୦ଜଣ ମନ୍ତ୍ରୀ ଓ ୧୮ଜଣ ବିଧାୟକଙ୍କୁ ସାମିଲ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର କରିବେ । ତେବେ ଦଳର ଷ୍ଟାର ପ୍ରଚାରକ ତାଲିକାରୁ ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଓ ଯୁବ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଣବ ବଳବନ୍ତରାୟଙ୍କୁ ସ୍ଥାନ ମିଳିନି । ଧାମନଗର ଉପନିର୍ବାଚନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ସମସ୍ତ ନେତାଙ୍କୁ ପଦ୍ମପୁର ଉପନିର୍ବାଚନରୁ ଦୂରେଇ ରଖାଯାଇଥିବାବେଳେ କେବଳ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

Advertisment

ସୂଚନା ଅନୁସାରେ, ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରତାପ କେଶରୀ ଦେବ, ରାଜେନ୍ଦ୍ର ଢୋଲକିଆ, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ରୋହିତ ପୂଜାରୀ, ଟୁକୁନି ସାହୁ ଓ ରୀତା ସାହୁ ଥିବାବେଳେ ସାଂସଦ ରମେଶ ଚନ୍ଦ୍ର ମାଝୀ,ବିଧାୟକ ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅରୁଣ ସାହୁ, ସୁଶାନ୍ତ ସିଂହ, ଶାରଦା ନାୟକ, ପ୍ରଶାନ୍ତ ମୁଦୁଲି, ମନୋହର ରନ୍ଧାରୀ, ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମଲ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ବିକ୍ରମ ପଣ୍ଡା, ରାଜେନ୍ଦ୍ର କୁମାର ସାହୁ, ଚନ୍ଦ୍ରସାରଥୀ ବେହେରା, ବ୍ରଜ କିଶୋର ପ୍ରଧାନ ଓ ଅଳକା ମହାନ୍ତି ଥିବାବେଳେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, କଳିକେଶ ନାରାୟଣ ସିଂହଦେଓ, ବିଭୂତି ବଳବନ୍ତରାୟ, ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଦୀପ ମାଝୀ, ଆକାଶ ଦାସ ନାୟକ, ଶ୍ରୀମୟୀ ମିଶ୍ର, ଅରିନ୍ଦମ ରାୟ ଓ ସତ୍ୟବ୍ରତ ତ୍ରିପାଠୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଓ ପରିଚାଳନାଗତ ତ୍ରୁଟି ପାଇଁ ସେଠାରେ ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ଯୁବ ସଭାପତି ବ୍ୟୋମକେଶ ରାୟ, ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ମହାସଚିବ ଏଲିନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ଆଦିଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିବା ତ ଦୂରର କଥା ସେମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି । ଅବଶ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ଓ ପ୍ରଣବ ବଳବନ୍ତରାୟ ଏବେ ପଦ୍ମପୁରରେ ଡେରା ପକାଇ ରହିଛନ୍ତି । ଦଳ ପାଇଁ ପଦ୍ମପୁର ଉପନିର୍ବାଚନ ଜିତିବା ସବୁଠୁ ବଡ଼ ସମ୍ମାନର ପ୍ରଶ୍ନ ଥିବାରୁ ସଂଗଠନ ସମ୍ପାଦକ ପ୍ରଣବ ଓରଫ ବବି ସେଠାରେ ରହି ନିର୍ବାଚନ ପରିଚାଳନା କରୁଥିବା ଜଣାପଡ଼ିଛି ।

Advertisment
BjD PadampurBypoll