Advertisment

‘ମାମୁ-ଭଣଜା’ ଘାଇର ବିବାଦୀୟ ବିଧାୟକ ହେଲେ ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡ ଉପଦେଷ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର କେଲୁଅ ନଦୀରେ ୨୦୨୦ ମସିହାର ବହୁଚର୍ଚ୍ଚିତ ‘ମାମୁ ଭଣଜା’ ଘାଇକୁ ନେଇ ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ ରାଜ୍ୟ ସରକାର ସାମିଲ କରିଛନ୍ତି। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ୨୦୨୦ ମସିହାରେ ଧର୍ମଶାଳାର ରାମପୁର ଅଂଚଳରେ କେଲୁଅ ନଦୀରେ ପ୍ରାୟ ୩୦୦ଫୁଟ୍ ଘାଇ […]

ଅଦ୍ୟତନ ହୋଇଛି
‘ମାମୁ-ଭଣଜା’ ଘାଇର ବିବାଦୀୟ ବିଧାୟକ ହେଲେ ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡ ଉପଦେଷ୍ଟା

Pranab Kumar Balabantaray

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର କେଲୁଅ ନଦୀରେ ୨୦୨୦ ମସିହାର ବହୁଚର୍ଚ୍ଚିତ ‘ମାମୁ ଭଣଜା’ ଘାଇକୁ ନେଇ ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ ରାଜ୍ୟ ସରକାର ସାମିଲ କରିଛନ୍ତି। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ୨୦୨୦ ମସିହାରେ ଧର୍ମଶାଳାର ରାମପୁର ଅଂଚଳରେ କେଲୁଅ ନଦୀରେ ପ୍ରାୟ ୩୦୦ଫୁଟ୍ ଘାଇ ମନୁଷ୍ୟକୃତ ବୋଲି ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ସମେତ ତାଙ୍କ ମାମୁ ତଥା ଜେଇ ନରେନ୍ ଜେନା ଓ ମୋଟ ୬ଜଣଙ୍କୁ ଏହି ମାମଲାରେ ଲୋକାୟୁକ୍ତ ନୋଟିସ୍ ମଧ୍ୟ ଜାରି କରିଥିଲେ।

Advertisment

ସୂଚନା ଅନୁସାରେ, ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ପ୍ରମିଳା ମଲ୍ଲିକ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ରାଜସ୍ୱ ମନ୍ତ୍ରୀ ହେବା ପରେ ତାଙ୍କ ସ୍ଥାନରେ ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ଏହି ଉପଦେଷ୍ଟା କମିଟିର ସଦସ୍ୟ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।

ତେବେ ଶ୍ରୀ ବଳବନ୍ତରାୟଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ନେଇ ସୂଚନାକର୍ମୀ ସର୍ବେଶ୍ୱର ବେହୁରା ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ଓ ଫାଇଭ-ଟି ଶାସନର ପ୍ରଚାର କରୁଛନ୍ତି । କିନ୍ତୁ ଏ ସରକାରରେ ଯିଏ ଯେତେ ଦୁର୍ନୀତିଗ୍ରସ୍ତ ତାଙ୍କୁ ସେତେ ବଡ଼ ପଦବୀ ଓ ଗୁରୁତ୍ୱ ମିଳୁଛି । ଦୁର୍ନୀତିଗ୍ରସ୍ତ ବେଶୀ ଆଗରେ ରହୁଛନ୍ତି ବୋଲି ସେ କହିଛନ୍ତି ।

Advertisment

କେଲୁଅ ନଦୀରେ କୃତ୍ରିମ ଘାଇ ହେବାର ଅଭିଯୋଗ କରି ଶ୍ରୀ ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଥିଲେ । ଶ୍ରୀ ବେହୁରା କହିଛନ୍ତି ଯେ, ଭିଜିଲାନ୍ସ ତଦନ୍ତ ପରେ ଏହି କେସକୁ ଲୋକାୟୁକ୍ତ ବନ୍ଦ କରିଦେଇଛନ୍ତି । ମାତ୍ର ଏହି ଘାଇ ହେବା ପରେ ପରେ ତତକାଳୀନ ମୁଖ୍ୟ ସଚିବ ଓ ଯାଜପୁର ଜିଲ୍ଲାପାଳ ଯେଉଁ ୨ଜଣ ଗିରଫ ହୋଇଛନ୍ତି ବୋଲି କହିଥିଲେ ଗଣମାଧ୍ୟମକୁ କହିଥିଲେ, ସେମାନେ କିଏ ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ । ସ୍ଥାନୀୟ ବିଧାୟକଙ୍କ ଚାପରେ ଏହି କେଲୁଅ ନଦୀ ବନ୍ଧ ଭଙ୍ଗା(ମାମୁ ଭଣଜା ଘାଇ) ମାମଲା ଅଧିକ ଆଗେଇ ପାରିଲା ନାହିଁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, କେଲୁଅ ନଦୀରେ ‘ମାମୁ ଭଣଜା’ ଘାଇ ଯୋଗୁ ପ୍ରାୟ ୭ଟି ପଂଚାୟତର ୫୦ହଜାର ଲୋକେ ପ୍ରଭାବିତ ହୋଇଥିଲେ। ଶ୍ରୀ ବେହୁରାଙ୍କ ଅଭିଯୋଗ ଆଧାରରେ ଲୋକାୟୁକ୍ତ ଏହି ଘାଇ ଭଙ୍ଗାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଭିଜିଲାନ୍ସ ରିପୋର୍ଟକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଲୋକାୟୁକ୍ତ କ୍ଲିନଚିଟ ଦେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe