Advertisment

‘ମା’ ମାନଙ୍କ ଯୋଗୁ ନବୀନ ପଟ୍ଟନାୟକ ଅଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତାଙ୍କ ପ୍ରତିଶ୍ରୁତିକୁ ପୁଣି ମନେ ପକାଇଲେ ଦଳର ବରିଷ୍ଠ ନେତା ତଥା ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। କହିଲେ ମୋ ରାଜ୍ୟସଭା ଯିବା କଥା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଦୁଇଥର ରାଜ୍ୟସଭା ସିଟ ଖାଲି ହୋଇଛି, ଅନ୍ୟମାନେ ଯାଇଛନ୍ତି। ଏଥର ମୁଁ ଆଶାବାଦୀ ନବୀନ ତାଙ୍କ ପ୍ରତିଶ୍ରୁତି ରଖିବେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ପ୍ରସନ୍ନ କହିଛନ୍ତି, ନବୀନ ସବୁବେଳେ ନବୀନ। […]

ଅଦ୍ୟତନ ହୋଇଛି
ପାଟ୍ଟଶାଣୀଙ୍କୁ ରାଜ୍ୟପାଳ ଅଫର୍ ଦେବେ କି ମୋଦି?

prasanna-pattsani

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତାଙ୍କ ପ୍ରତିଶ୍ରୁତିକୁ ପୁଣି ମନେ ପକାଇଲେ ଦଳର ବରିଷ୍ଠ ନେତା ତଥା ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। କହିଲେ ମୋ ରାଜ୍ୟସଭା ଯିବା କଥା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଦୁଇଥର ରାଜ୍ୟସଭା ସିଟ ଖାଲି ହୋଇଛି, ଅନ୍ୟମାନେ ଯାଇଛନ୍ତି। ଏଥର ମୁଁ ଆଶାବାଦୀ ନବୀନ ତାଙ୍କ ପ୍ରତିଶ୍ରୁତି ରଖିବେ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ପ୍ରସନ୍ନ କହିଛନ୍ତି, ନବୀନ ସବୁବେଳେ ନବୀନ। ଏପଟେ ‘ନ’, ସେପଟେ ‘ନ’ ଏବଂ ମଝିରେ ‘ବ’। ‘ବ’ ହେଲା ବିଜୁ ପଟ୍ଟନାୟକ। ‘ନ’ ଅର୍ଥ ନିର୍ମାଣ ଏବଂ ଆଉଏକ ‘ନ’ ଅର୍ଥ ନୈବେଦ୍ୟ। ଏମିତି ବହୁତ କଥା ଅଛି। ତେଣୁ ତାକୁ କ’ଣ ବାଖ୍ୟା କରିବି।

ପ୍ରସନ୍ନ କହିଛନ୍ତି, ମୋତେ କେଉଁଠାକୁ ପଠାଗଲା ନାହିଁ, ସେଥିପାଇଁ ମୁଁ ଆଦୌ ବିଚଳିତ କି ବିବ୍ରତ ନୁହେଁ। ଯେଉଁମାନେ ଦଳ ନିର୍ମାଣ କରିଥିଲେ, ତାହା ଆମମାନଙ୍କ ପାଇଁ ବଡ଼ ଆନନ୍ଦ ଥିଲା। ଶଙ୍ଖ ବାଜିଲେ ଆଜି ବି ଆମେ ସେହି ଆନନ୍ଦ ଅନୁଭୂତ କରୁଛୁ। ମା’ ମାନଙ୍କ ପାଇଁ ନବୀନ ପଟ୍ଟନାୟକ ଅଛନ୍ତି। କାରଣ ସମଗ୍ର ଓଡ଼ିଶାରେ ମାତୃଜାତି ଥିବାରୁ ବାରମ୍ବାର ଦଳ କ୍ଷମତାକୁ ଆସୁଛି ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

Advertisment

ରାଜ୍ୟସଭାକୁ ପଠାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କଥା ମନେ ପକାଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ମୁଁ ରାଜ୍ୟସଭା ଯିବା କଥା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ଥର ରାଜ୍ୟସଭା ସିଟ୍ ଖାଲି ହୋଇଛି ଏବଂ ଅନ୍ୟମାନେ ଯାଇଛନ୍ତି। ଏଥର ମୁଁ ଆଶାବାଦୀ ଯେ ନବୀନ ତାଙ୍କ ପ୍ରତିଶ୍ରୁତି ପାଳନ କରିବେ। ମୁଁ ସେଇ ବିଶ୍ୱାସରେ ଦଳରେ କାର୍ଯ୍ୟ କରୁଛି। ଦଳର ସବୁ ମିଟିଂକୁ ଯାଉଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe