Advertisment

ଅମିତ ଶାହ ଓ ଶରଦ ପାଓ୍ୱାରଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ। ଅହମଦାବାଦରେ ବିଜେପିର ଶୀର୍ଷ ନେତା ଅମିତ ଶାହଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଶନିବାର ଦୁଇ ନେତାଙ୍କ ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏହି ବୈଠକରେ ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ରହିଛି। ହେଲେ କଣ ଆଲୋଚନା ହୋଇଛି ବା ଭେଟଘାଟ ପଛର କାରଣ କଣ ତାହା କହି ନାହାନ୍ତି ଅମିତ ଶାହ। ସମସ୍ତ କଥା ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅମିତ ଶାହ ଗଣମାଧ୍ୟମକୁ […]

ଅଦ୍ୟତନ ହୋଇଛି
ଅମିତ ଶାହ ଓ ଶରଦ ପାଓ୍ୱାରଙ୍କ ରୁଦ୍ଧଦ୍ୱାର ବୈଠକ

amit-shah-sharad-pawar

Advertisment

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ। ଅହମଦାବାଦରେ ବିଜେପିର ଶୀର୍ଷ ନେତା ଅମିତ ଶାହଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଶନିବାର ଦୁଇ ନେତାଙ୍କ ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏହି ବୈଠକରେ ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ରହିଛି। ହେଲେ କଣ ଆଲୋଚନା ହୋଇଛି ବା ଭେଟଘାଟ ପଛର କାରଣ କଣ ତାହା କହି ନାହାନ୍ତି ଅମିତ ଶାହ। ସମସ୍ତ କଥା ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅମିତ ଶାହ ଗଣମାଧ୍ୟମକୁ କହିଛନ୍ତି। ଗୁଜରାଟର ଏକ ଆଞ୍ଚଳିକ ଖବରକାଗଜର ରିପୋର୍ଟ ଅନୁଯାୟୀ ଶନିବାର ଅହମଦାବାଦରେ ଅମିତ ଶାହଙ୍କୁ ଭେଟିଛନ୍ତି ଏନସିପି ନେତା ପ୍ରଫୁଲ ପଟେଲ ଏବଂ ଶରଦ ପାଓ୍ୱାର।

Advertisment

ଅନ୍ୟପଟେ ଖବରକାଗଜ ‘ସାମ୍ନା’ ଜରିଆରେ ଶିବସେନା ଏନସିପି ତଥା ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ବଟି ଆଦାୟ ଅଭିଯୋଗକୁ ନେଇ ବର୍ଷିଛି। ଆଉ ଏହି ସମୟରେ ଏନସିପି ନେତା ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ। ଏହାପରେ ଏନସିପି ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଯାଇଛି। ଆଉ ବିରୋଧୀ ବିଜେପି ମଧ୍ୟ ଏହି ଆଳରେ ଶିବସେନାକୁ ଗୋଟିଏ ପରେ ଗୋଟିଏ ରାଜନୀତିକ ବାଣ ମାରି ଚାଲିଛି। ଆଉ ଏହି ଘଟଣା ବାବଦରେ ମୁଖ୍ୟମନ୍ତ୍ରୀ ନିରବ ରହୁଥିବାରୁ ବିଜେପି ମଧ୍ୟ ପ୍ରଶ୍ନ ଉଠାଇଛି। ସେ କାହାର ଚାବି ଦ୍ୱାରା ପରିଚାଳିତ କି ବୋଲି ମଧ୍ୟ ବିଜେପି ନେତା ପ୍ରଶ୍ନ କରିଛନ୍ତି।

Advertisment

ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ମେଣ୍ଟ ସରକାର ଗଠନ କରିଛନ୍ତି। ଏନସିପି ହେଉଛି ଏହି ମେଣ୍ଟର ପ୍ରମୁଖ ଖମ୍ଭ। ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଶିବସେନା ଏନସିପି ଓ କଂଗ୍ରେସ ସହିତ ମିଶି ସରକାର ଗଠନ କରିଛି। ଆଉ ଏହାପରଠାରୁ ସରକାର ଗଢ଼ିବା ନେଇ ବିଜେପି ଚେଷ୍ଟା କରୁଥିବା ଜଣାପଡ଼ିଛି।

Amit Shah Sharad Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe