Advertisment

ସରକାରଙ୍କୁ ଅଡ଼ୁଆରେ ପକାଇଲେ ଲତିକା, କହିଲେ କୁତ୍ସିତ ମାନସିକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଥିବାବେଳେ ବିଜେଡି ବିଧାୟିକା ଲତିକା ପ୍ରଧାନ ରାଜ୍ୟ ସରକାରଙ୍କ ଅସଲମୁଖା ଖୋଲି ଦେଇଛନ୍ତି। ନବୀନ ପଟ୍ଟନାୟକ ସରକାର କୌଣସି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବେ ନାହିଁ ଓ ସରକାର ନିଶ୍ଚିତ ଭାବେ ତଦନ୍ତରେ ନିରପେକ୍ଷତା ଅବଲମ୍ବନ କରିବେ ବୋଲି ସେ କହି ପରୋକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଠିକ୍ ଭାବେ ଆଗେଇ ନଥିବା ସ୍ୱୀକାର କରିଛନ୍ତି। […]

ଅଦ୍ୟତନ ହୋଇଛି
ସରକାରଙ୍କୁ ଅଡ଼ୁଆରେ ପକାଇଲେ ଲତିକା, କହିଲେ କୁତ୍ସିତ ମାନସିକତା

latika-pradhan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଥିବାବେଳେ ବିଜେଡି ବିଧାୟିକା ଲତିକା ପ୍ରଧାନ ରାଜ୍ୟ ସରକାରଙ୍କ ଅସଲମୁଖା ଖୋଲି ଦେଇଛନ୍ତି। ନବୀନ ପଟ୍ଟନାୟକ ସରକାର କୌଣସି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବେ ନାହିଁ ଓ ସରକାର ନିଶ୍ଚିତ ଭାବେ ତଦନ୍ତରେ ନିରପେକ୍ଷତା ଅବଲମ୍ବନ କରିବେ ବୋଲି ସେ କହି ପରୋକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଠିକ୍ ଭାବେ ଆଗେଇ ନଥିବା ସ୍ୱୀକାର କରିଛନ୍ତି। ମମିତା ମେହେର ହତ୍ୟା ମାମଲା ହେଉଛି ଏକ କୁତ୍ସିତ ମାନସିକତା ଓ ଏହାକୁ ସେ ନିନ୍ଦା ମଧ୍ୟ କରିଛନ୍ତି। ମମିତା ହତ୍ୟାର ୧୯ ଦିନ ପରେ ଶାସକ ବିଜେଡିର କୌଣସି ବିଧାୟିକା ପ୍ରଥମଥର ପାଇଁ ଘଟଣାକୁ ନେଇ ମୁହଁ ଖୋଲିବା ସହ ଏଭଳି ଘୃଣ୍ୟ କାର୍ଯ୍ୟରେ କୌଣସି ପ୍ରକାର କମ୍ପ୍ରମାଇଜ୍ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଗଣମାଧ୍ୟମରେ ବିଧାୟିକାଙ୍କ ଏଭଳି ବୟାନ ଶାସକ ଦଳକୁ ଅଡ଼ୁଆରେ ପକାଇଥିବାବେଳେ ମମିତା ହତ୍ୟା ପ୍ରସଙ୍ଗରୁ ନିଜର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ବିଜେଡିକୁ ଶକ୍ତ ଧକ୍କା ଲାଗିଛି।

Advertisment

ସୂଚନା ଅନୁସାରେ, ବିଜେଡି ବିଧାୟିକା ଲତିକା ପ୍ରଧାନ ଆଜି ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ହେଉଛି କିଛି ବ୍ୟକ୍ତିବିଶେଷଙ୍କର ମାନସିକତା। ଓଡ଼ିଶା ହେଉ କି ଭାରତ ଅବା ବିଶ୍ୱର ଯେକୌଣସି ସ୍ଥାନରେ ଏପରି ଯେଉଁ କୁତ୍ସିତ ମାନସିକତା ରହିଛି ତାକୁ ସେ ନିନ୍ଦା କରୁଛନ୍ତି। ଏହା ଘୃଣ୍ୟ। ଏଥିରେ କୌଣସି ପ୍ରକାରର କମ୍ପ୍ରମାଇଜ୍ କରାଯାଇ ପାରିବ ନାହିଁ। ସରକାର ପୂର୍ବରୁ ଏଭଳି ଘଟଣାରେ ନିରପେକ୍ଷ ତଦନ୍ତ କରିଛନ୍ତି ଓ ରିପୋର୍ଟ ଦେଇଛନ୍ତି। ଏବେ ତଦନ୍ତରେ ସରକାର ନିରପେକ୍ଷତା ନିଶ୍ଚିତ ଅବଲମ୍ବନ କରିବେ । ସରକାର କୌଣସି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବେ ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସରକାର ତଦନ୍ତ ମାମଲା ହାତକୁ ନେଇଛନ୍ତି। ତଦନ୍ତ ଚାଲିଛି । ନିଶ୍ଚିତ ଭାବେ ଆଇନ ତା’ବାଟରେ ଯିବ ବୋଲି ସେ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଶାସକ ବିଜେଡିର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ପରେ ଦଳର ଜଣେ ମହିଳା ବିଧାୟିକା ଶ୍ରୀମତୀ ପ୍ରଧାନ ଏବେ ମମିତା ମେହେର ହତ୍ୟା ଘଟଣାକୁ କୁତ୍ସିତ ଓ ଘୃଣ୍ୟ ମାନସିକତା କହୁଥିବାବେଳେ ବିଜେଡି ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରୁନାହାନ୍ତି କାହିଁକି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚ ଅବା ବିଚାର ବିଭାଗୀୟ ତଦନ୍ତ କରାଉଥିବା ନବୀନ ସରକାର ଏମାମଲାରେ ଜିଲ୍ଲା ପୁଲିସ ଭରସାରେ କାହିଁକି ବସିଛନ୍ତି? ନିଜର ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବାକୁ ନା ଯାହାକିଛି ପ୍ରମାଣ ରହିଛି ତାକୁ ନଷ୍ଟ କରିବା ପାଇଁ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଅବଶ୍ୟ ମମିତା ମେହେର ହତ୍ୟା ମାମଲା ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସପକ୍ଷରେ ପ୍ରଥମେ ଯୁକ୍ତି ବାଢ଼ି ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ସୋସିଆଲ ମିଡିଆ ସମେତ ନିଜ ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏପରିକି ପ୍ରମିଳା ଜଣେ ହୃଦୟହୀନା ଓ ସମ୍ବେଦନଶୀଳହୀନତା ମହିଳା ବୋଲି କହିବାକୁ ସୌମ୍ୟ ପଛାଇ ନଥିଲେ। ସେବେଠୁ ମମିତା ମାମଲାରେ ପ୍ରମିଳା ନିରବ ବସିଥିବାବେଳେ ଦୁଇଜଣ ଅନଭିଜ୍ଞ ଓ ଅପାରଗ ମହିଳାଙ୍କ ମୁହଁରେ ବିଜେଡି ମମିତା ମେହେର ମାମଲାରେ ନିଜର ପକ୍ଷ ରଖିବା ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲା। କିନ୍ତୁ ରାଜନୀତିକ ପ୍ରସିଦ୍ଧି ପାଇଁ ଗଣମାଧ୍ୟମ ଆଗରେ ବୟାନ ଦେବାକୁ ବ୍ୟାକୁଳ ହେଉଥିବା ବିଜେଡିର ଏହି ଦୁଇ ମହିଳାଙ୍କୁ ସବୁସ୍ତରର ନିନ୍ଦା କରାଯିବା ପରେ ସେମାନେ ବି ନିଜର ମୁହଁ ଚୁପ୍ ରଖିବାକୁ ବାଧ୍ୟ ହୋଇଛନ୍ତି।

ମାତ୍ର ଆଜି ବିଜେଡି ବିଧାୟିକା ଲତିକା ପ୍ରଧାନ କଥାରେ କଥାରେ ମମିତା ମେହେର ହତ୍ୟା ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କୁତ୍ସିତ ମାନସିକତା ଓ ଘୃଣ୍ୟ ବୋଲି କହି ପରୋକ୍ଷରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମାନସିକତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତେବେ ବିରୋଧୀଙ୍କଠୁ ଆରମ୍ଭ କରି ନିଜ ଦଳର ଜଣେ ମହିଳା ବିଧାୟକଙ୍କ ଦ୍ୱାରା ଏହି ଘୃଣ୍ୟ ମାମଲା ନିନ୍ଦା କରାଯାଉଥିବା ସତ୍ତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କିଭଳି ବିବେକହୀନ ଓ ସମ୍ବେଦନହୀନ ହୋଇପଡ଼ିଛନ୍ତି ତାକୁ ନେଇ ଚର୍ଚ୍ଚା। ବିରୋଧୀଙ୍କଠୁ ଆରମ୍ଭ କରି ଶାସକ ଦଳ ପର୍ଯ୍ୟନ୍ତ ସମସ୍ତେ ମମିତା ମେହେର ହତ୍ୟା ଓ ସ୍କୁଲରେ ସେକ୍ସ କାରବାରକୁ କଡ଼ା ଭାଷାରେ ନିନ୍ଦା କରୁଥିବାବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁର ପୃଷ୍ଠପୋଷକ ମନ୍ତ୍ରୀ ଶ୍ରୀ ମିଶ୍ର କାହିଁକି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ନିରପେକ୍ଷ ତଦନ୍ତର ସମ୍ମୁଖୀନ ହେଉନାହାନ୍ତି ତାହା ସାଧାରଣରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Mamita Meher Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe