Advertisment

କାଲି କରୋନା ପଜିଟିଭ୍‌, ଆଜି ବାହାରେ ବୁଲିଲେ ସୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ବରିଷ୍ଠ ନେତା ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଗତକାଲି କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହାର ଦିନ ପରେ ଅର୍ଥାତ୍ ଆଜି ସୁର ରାଉତରାୟ ବଡ଼ ଦାୟିତ୍ୱହୀନତା କାମ କରିଛନ୍ତି। କୋଭିଡ୍ ପଜିଟିଭ୍ ବାହାରିବା ସତ୍ତ୍ୱେ ସୁର ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଓ ସୂଚନା ଭବନକୁ ଆସି ସର୍ବ ସାଧାରଣରେ ବୁଲୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପଚାରିବାରୁ ସୁର ଓଲଟା ଯୁକ୍ତି ବାଢ଼ି କହିଛନ୍ତି ଯେ ତାଙ୍କୁ […]

ଅଦ୍ୟତନ ହୋଇଛି
କାଲି କରୋନା ପଜିଟିଭ୍‌, ଆଜି ବାହାରେ ବୁଲିଲେ ସୁର

sura-routray

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ବରିଷ୍ଠ ନେତା ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଗତକାଲି କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହାର ଦିନ ପରେ ଅର୍ଥାତ୍ ଆଜି ସୁର ରାଉତରାୟ ବଡ଼ ଦାୟିତ୍ୱହୀନତା କାମ କରିଛନ୍ତି। କୋଭିଡ୍ ପଜିଟିଭ୍ ବାହାରିବା ସତ୍ତ୍ୱେ ସୁର ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଓ ସୂଚନା ଭବନକୁ ଆସି ସର୍ବ ସାଧାରଣରେ ବୁଲୁଥିବା ଦେଖିବାକୁ ମିଳିଛି।

Advertisment

ଏ ସମ୍ପର୍କରେ ପଚାରିବାରୁ ସୁର ଓଲଟା ଯୁକ୍ତି ବାଢ଼ି କହିଛନ୍ତି ଯେ ତାଙ୍କୁ ସରକାର ଲକ୍ଷେ ୨୨ ହଜାର ଟଙ୍କାର ଇଂଜେକ୍ସନ ଦେଇଛନ୍ତି। ଏହା ଦ୍ୱାରା ତାଙ୍କ ଭିତରେ କରୋନା ଭୂତାଣୁ ସମ୍ପୂର୍ଣ୍ଣ ସଫା ହୋଇଯିବ। ଏପରିକି କୌଣସି ସଂକ୍ରମଣ ତାଙ୍କୁ ଛୁଇଁବ ନାହିଁ। ଏହାସହ ସେ ତାହାକୁ ସଂକ୍ରମିତ କରିବେ ନାହିଁ ବୋଲି ସୁର ଗଣମାଧ୍ୟମକୁ କହିଛନ୍ତି। ତା’ଛଡ଼ା ସୁର ଇଞ୍ଜେକ୍ସନ୍ ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହା ସହ ନଭେମ୍ବର ୨୧ ତାରିଖରେ ମହତାବ ଜୟନ୍ତୀ ମଧ୍ୟ ଆୟୋଜନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ଭୁବନେଶ୍ୱର ଲୋୟର ପିଏମଜିରେ ଏକ ରାଲି ବାହାରିବ ଏବଂ ଏହାକୁ ଖୋଦ୍ ସୁର ଆୟୋଜନ କରିବେ ବୋଲି କହିଛନ୍ତି। ସୁର ଆହୁରି କହିଛନ୍ତି, ମୁଁ ସବୁଠିକି ଯିବାକୁ ପ୍ରସ୍ତୁତ। କିନ୍ତୁ ଚାରିଆଡ଼େ କଟକଣା। ଘରେ ରହିକି ମୁଁ ପାଗଳ ହେଇ ଯାଉଛି।

Advertisment

ସୁରଙ୍କ ଏଭଳି ଦାୟିତ୍ୱହୀନତାକୁ ସବୁ ମହଲରେ ନିନ୍ଦା କରାଯାଉଛି। ଆଗାମୀ ଦିନରେ ତୃତୀୟ ଲହରର ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ସୁରଙ୍କ ଭଳି ବରିଷ୍ଠ ନେତା କରୋନା ସଂକ୍ରମିତ ଥାଇକି ଯଦି ସର୍ବସାଧାରଣରେ ବୁଲିବେ, ତାହେଲେ ଏହା ଅନ୍ୟମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

ସୂଚନାଯୋଗ୍ୟ, ବୁଧବାର ସୁରେଶ ରାଉତରାୟଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଅଯାଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁର କ୍ୱାରେଣ୍ଟାଇନରେ ଥିଲେ। ତାଙ୍କ କରୋନା ଆକ୍ରାନ୍ତ ହୋଇଥିବା ଖବର ଜଣାପଡ଼ିବା ପରେ ଶୁଭେଛୁ ଓ ସମର୍ଥକଙ୍କ ସହ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe