ପଦ୍ମପୁର ଉପନିର୍ବାଚନ: ଆତ୍ମପ୍ରଚାରରେ ମାତିଛନ୍ତି ସୁଶାନ୍ତ ଓ ନବ, ବିଜେଡି ପାଇଁ ବୁମେରାଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ପରାଜୟକୁ ନେଇ ବ୍ୟାକଫୁଟରେ ଥିବା ବିଜେଡି ଏବେ ଯେନତେନ ପ୍ରକାରେ ପଦ୍ମପୁର ଉପନିର୍ବାଚନ ଜିିତିବା ପାଇଁ କସରତ ଆରମ୍ଭ କରିଦେଇଛି । ଦଳର ପ୍ରାୟ ୧୩ଜଣ ମନ୍ତ୍ରୀ, ୩୮ରୁ ଅଧିକ ବିଧାୟକ ଓ ଶତାଧିକ ନେତାଙ୍କୁ ଧରି ପଦ୍ମପୁରରେ ବିଜେଡି ନିଜର ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରୁଥିବାବେଳେ ପଶ୍ଚିମଓଡ଼ିଶାର ୨ଜଣ ନେତା ସୁଶାନ୍ତ ସିଂ ଓ ନବ ଦାସଙ୍କ ପାଇଁ ବିଜେଡିର ଅଙ୍କ […]

Sushant Singh and Naba Das

Sushant Singh and Naba Das

Ordigital Desk
  • Published: Thursday, 24 November 2022
  • Updated: 24 November 2022, 07:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ପରାଜୟକୁ ନେଇ ବ୍ୟାକଫୁଟରେ ଥିବା ବିଜେଡି ଏବେ ଯେନତେନ ପ୍ରକାରେ ପଦ୍ମପୁର ଉପନିର୍ବାଚନ ଜିିତିବା ପାଇଁ କସରତ ଆରମ୍ଭ କରିଦେଇଛି । ଦଳର ପ୍ରାୟ ୧୩ଜଣ ମନ୍ତ୍ରୀ, ୩୮ରୁ ଅଧିକ ବିଧାୟକ ଓ ଶତାଧିକ ନେତାଙ୍କୁ ଧରି ପଦ୍ମପୁରରେ ବିଜେଡି ନିଜର ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରୁଥିବାବେଳେ ପଶ୍ଚିମଓଡ଼ିଶାର ୨ଜଣ ନେତା ସୁଶାନ୍ତ ସିଂ ଓ ନବ ଦାସଙ୍କ ପାଇଁ ବିଜେଡିର ଅଙ୍କ ଧାମନଗର ଭଳି ଓଲଟପାଲଟ ହେବାର ଆଶଙ୍କା ଦେଖାଦେଇଛି । ବିଶେଷକରି ଭଟଲି ବିଧାୟକ ସୁଶାନ୍ତ ସିଂ ଏହି ନିର୍ବାଚନର ସମସ୍ତ ଶ୍ରେୟ ନେବାକୁ ବିଭିନ୍ନ ଉପାୟରେ ଉଦ୍ୟମ କରୁଥିବାବେଳେ ମନ୍ତ୍ରୀ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ପଦ୍ମପୁରରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଆଳରେ ମଇଦାନକୁ ଓହ୍ଲାଇ ଦଳୀୟ ସଭାସମିତିରେ ଆବଶ୍ୟକତାଠୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି । ଏହି ଦୁଇ ନେତାଙ୍କ ନିଜର ପତିଆରା ଦେଖାଇବା ଉଦ୍ଦେଶ୍ୟରେ ନିଜସ୍ୱ ଏଜେଣ୍ଡା ରଖି କାର୍ଯ୍ୟ କରୁଥିବାରୁ ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଦିନରାତି ପରିଶ୍ରମ ମାତିଥିବା ଅଧିକାଂଶ ବିଜେଡି ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଉପରକୁ ସବୁକିଛି ଠିକଠାକ୍ ଦିଶୁଥିଲେ ମଧ୍ୟ ବିଜେଡି ନେତାମାନଙ୍କର ଏହି ଅସନ୍ତୋଷ ବିଜେଡି ପାଇଁ ଧାମନଗର ଭଳି ଆତ୍ମଘାତୀ ହୋଇପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧାମନଗର ଆସନରେ ପରାଜିତ ବିଜେଡି ପାଇଁ ଏବେ ପଦ୍ମପୁର ଆସନ ଜିଣିବା ସମ୍ମାନର ପ୍ରଶ୍ନ ପାଲଟିଛି । ବିଧାନସଭା ଶୀତ ଅଧିବେଶନ ସତ୍ତ୍ୱେ ୧୩ଜଣ ମନ୍ତ୍ରୀ ଓ ୩୮ରୁ ଅଧିକ ବିଧାୟକ ପଦ୍ମପୁରରେ ପଡ଼ି ରହି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ହିଁ ବିଜେଡିର ଗମ୍ଭୀରତାକୁ ପ୍ରମାଣିତ କରାଉଛି । ପଦ୍ମପୁରରେ ଚାଷୀଙ୍କ ଆନ୍ଦୋଳନ ଓ ସ୍ୱତନ୍ତ୍ର ଜିଲ୍ଲା ପାଇଁ ଧାରଣା, ବିଜେଡି ପ୍ରାର୍ଥୀଙ୍କ ଜାତିଆଣ ଓ ଉପକୂଳ ବୋହୂ ହେବାର ସମସ୍ୟା, ଜଳସେଚନ ସମେତ ଗ୍ରାମାଂଚଳରେ ମୌଳିକ ଭିତ୍ତିଭୂମିର ଅଭାବ ଏବଂ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କୁ ମ୍ୟାନେଜ କରିବାର ସଠିକ୍ ମାର୍ଗ ନମିଳିବା ଭଳି ପ୍ରତିକୂଳ ପ୍ରସଙ୍ଗ ମଧ୍ୟରେ ବିଜେଡି ସେଠାରେ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ବିଜେଡିରେ ରହିଥିବା ଅନ୍ତଃକନ୍ଦଳ ଓ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଦ୍ମପୁରରେ ଦୀର୍ଘ ୧୩ଦିନ ଧରି ପଡ଼ି ରହି ନିର୍ବାଚନ ପରିଚାଳନା କରୁଥିବାବେଳେ ସୁଶାନ୍ତ ସିଂ ଓ ନବ କିଶୋର ଦାସ ନିଜସ୍ୱ ଏଜେଣ୍ଡାରେ ରହି କାର୍ଯ୍ୟ କରିବା, ଧାମନଗର ପରାଜୟରେ ପ୍ରମୁଖ କାର୍ପେଟଦାର ପ୍ରଣବ ବଳବନ୍ତରାୟଙ୍କ ପଦ୍ମପୁରରେ ମାମଲାତି ଏବଂ ଦଳର ବରିଷ୍ଠ ନେତାଙ୍କୁ ଆବଶ୍ୟକ ଗୁରୁତ୍ୱ ନମିଳିବା ହିଁ ବିଜେଡି ପାଇଁ ଏବେ ପଦ୍ମପୁରରେ ଅଧିକ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି ।

ପ୍ରଣବ ପ୍ରକାଶଙ୍କ ଏକାନ୍ତ ଅନୁଗତ ବିଜେଡିର ଭଟଲି ବିଧାୟକ ସୁଶାନ୍ତ ସିଂ ଆତ୍ମପ୍ରଚାରରେ ବ୍ୟସ୍ତ ରହି ପଦ୍ମପୁର ନିର୍ବାଚନର ସଫଳତାର ଶ୍ରେୟ ନେବାକୁ ଏବେଠୁ ଜୋରଦାର ଉଦ୍ୟମ କରିବା ସହ ନିକଟରେ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇଙ୍କୁ ଖୋଲା ବିରୋଧ କରୁଥିବା ଜଣାପଡ଼ିଛି । ଯେଉଁଥିପାଇଁ ଶ୍ରୀ ବଢ଼େଇଙ୍କ କୁଲତା ସମାଜର ନେତାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦିଓ ଶ୍ରୀ ବଢ଼େଇଙ୍କୁ ଲଲିପପ୍ ଦେବା ସଦୃଶ ଦଳର ମୁଖପାତ୍ର ପଦବୀ ଦିଆଯାଇଛି, କିନ୍ତୁ ଏହାକୁ ପଦ୍ମପୁରର କୁଲତା ସମାଜ ସହଜରେ ଗ୍ରହଣ କରିପାରିନି । ବିଶେଷକରି ସୁଶାନ୍ତ ସିଂଙ୍କ ଇଙ୍ଗିତରେ ବଢ଼େଇ ଓ ତାଙ୍କ ସମର୍ଥକ କୁଲତା ସମାଜର ନେତାମାନଙ୍କୁ ଅଣଦେଖା କରାଯାଉଥିବାରୁ ତା’ର ପ୍ରଭାବ ନିର୍ବାଚନୀ ଫଳାଫଳ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଥିବା ଚର୍ଚ୍ଚା । ସେହିପରି ବିଜେଡି ପ୍ରାର୍ଥୀ ବର୍ଷା ଅନ୍ୟ ଜାତିରେ ବିବାହ କରିବାକୁ ନେଇ ବିଂଝାର ସମାଜ ମଧ୍ୟରେ ରହିଥିବା ରୋଷକୁ ଏପର୍ଯ୍ୟନ୍ତ ଶାନ୍ତ କରିବାରେ ବିଜେଡି ସକ୍ଷମ ହୋଇନଥିବାବେଳେ ବର୍ଷାଙ୍କ ବିଦେଶିନୀ(ଉପକୂଳ ବୋହୂ) ପ୍ରସଙ୍ଗ ଆଉ ତାଙ୍କ ସପକ୍ଷରେ ବିଜେଡିର ମାତ୍ରାଧିକ ଉପକୂଳ ନେତାମାନେ ପ୍ରଚାର କରିବାକୁ ସ୍ଥାନୀୟ ପଦ୍ମପୁର ବାସିନ୍ଦା ଠିକ୍‌ଭାବେ ହଜମ କରିପାରୁନଥିବା ଜଣାପଡ଼ିଛି । ଯାହାର ପ୍ରଭାବ ନିର୍ବାଚନୀ ଫଳାଫଳ ଉପରେ ପଡ଼ିବାର ଆଶଙ୍କା ରହିଛି ।

ସେହିପରି ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଝିଅ ଦୀପାଳିଙ୍କୁ ଏବେ ପଦ୍ମପୁର ନିର୍ବାଚନୀ ମଇଦାନରେ ଲଂଚ୍ କରାଇଛନ୍ତି । ବିଜେଡିର ସମସ୍ତ ନିର୍ବାଚନୀ ସଭାସମିତିରେ ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ ଅଣଦେଖା କରାଯାଇ ଦୀପାଳିଙ୍କୁ ମାତ୍ରାଧିକ ଗୁରୁତ୍ୱ ମିଳୁଛି ଆଉ ତାଙ୍କୁ ମଂଚରେ ବସିବାକୁ ଆସନ ସହ ଭାଷଣ ଦେବାରେ ବି ପ୍ରାଥମିକତା ଦିଆଯାଉଛି । ଯାହାକୁ କେବଳ ବିଜେଡି ନେତାମାନେ ନୁହଁନ୍ତି ବରଂ ପଦ୍ମପୁରର ସାଧାରଣ ଭୋଟର ବି ନାପସନ୍ଦ କରୁଛନ୍ତି । ତଥାପି ବିଜେଡି ପରାମର୍ଶଦାତା ଓ ବିଜେଡି ସଂଗଠନ ସମ୍ପାଦକଙ୍କ ଏକାନ୍ତ ଅନୁଗତ ହୋଇଥିବାରୁ ଉଭୟ ନବ ଦାସ ଓ ସୁଶାନ୍ତ ସିଂଙ୍କୁ କେହି ଖୋଲାଖୋଲି ବିରୋଧ କରୁନଥିବା ଜଣାପଡ଼ିଛି । ଯଦିଓ ଏହି ଦୁଇ ନେତା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଭବିଷ୍ୟତ କମ୍ ଓଲଟା ନିଜ ନିଜର ରାଜନୀତିକ ସ୍ଥିତି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ତା’ଛଡ଼ା ଧାମନଗର ନିର୍ବାଚନରେ ସାମିଲ ଥିବା ସମସ୍ତ ନେତାଙ୍କୁ ଦଳ ପଦ୍ମପୁର ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିଥିଲେ ମଧ୍ୟ ଭଦ୍ରକର ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ସେଠାରେ ଦଳୀୟ ପ୍ରଚାରର ମଙ୍ଗ ଧରିଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ଓରଫ ବବିଙ୍କୁ ପ୍ରଭାବିତ କରି ବଳବନ୍ତରାୟ ସେଠାରେ ମାମଲାତି ଦେଖାଉଛନ୍ତି । ବରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କୁ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ଆଜି ଇଡି ଜେରା କରିଛି। ତେଣୁ  ବିଧାୟକ ସୁଧୀର ସାମଲ ପ୍ରଚାର ମଇଦାନକୁ ଓହ୍ଲାଇବା ମଧ୍ୟ ବିଜେଡି ପାଇଁ ଆଉ ଏକ ସମସ୍ୟା ପାଲଟିବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story