Advertisment

ବ୍ରଜରାଜନଗରରେ ଅଳକା-ରାଧାରାଣୀ-କିଶୋର ଲଢ଼େଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡି ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଏଣୁ ଏବେ ସ୍ପଷ୍ଟ ଚିତ୍ର ଆସିଯାଇଛି। ବ୍ରଜରାଜନଗର ଉପନିର୍ବାଚନରେ ଅଳକା, ରାଧାରାଣୀ ଓ କିଶୋରଙ୍କ ମଧ୍ୟରେ ହେବ ଲଢ଼େଇ। […]

ଅଦ୍ୟତନ ହୋଇଛି
ବ୍ରଜରାଜନଗରରେ ଅଳକା-ରାଧାରାଣୀ-କିଶୋର ଲଢ଼େଇ

Politicians

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡି ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଏଣୁ ଏବେ ସ୍ପଷ୍ଟ ଚିତ୍ର ଆସିଯାଇଛି। ବ୍ରଜରାଜନଗର ଉପନିର୍ବାଚନରେ ଅଳକା, ରାଧାରାଣୀ ଓ କିଶୋରଙ୍କ ମଧ୍ୟରେ ହେବ ଲଢ଼େଇ।

Advertisment

ଟିକେଟ୍ ପାଇବା ପରେ କିଶୋର ପଟେଲ କହିଛନ୍ତି, ଆମେ ବିଜେପି ଓ ବିଜେଡିକୁ ନିଶ୍ଚିତ ଭାବେ ଟକ୍କର ଦେବୁ। ସେମାନେ ଯେଉଁ ସବୁ ଜନସ୍ୱାର୍ଥ ବିରୋଧୀ କାମ କରୁଛନ୍ତି, ଲୋକେ ସେ ବିଷୟରେ ଅବଗତ ହେଲେଣି। ଲୋକେ ଏନେଇ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଜୀବନ ଦୁର୍ବିସହ ହେଲାଣି। ଏହି ଦୁଇ ଦଳର ସମସ୍ତ ପ୍ରକାର ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ବିରୋଧରେ ଆମେ ସ୍ୱର ଉତ୍ତୋଳନ କରିବୁ।

ଜନମତ ତାଙ୍କ ସପକ୍ଷରେ ରହିବ ବୋଲି ଆଶା କରିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ। କିଶୋର ପଟେଲ ପୂର୍ବରୁ ୧୯୭୭, ୧୯୮୦ ଓ ୧୯୯୫ ମସିହାରେ କଂଗ୍ରେସ ଟିକେଟ୍‌ରେ ସୁନ୍ଦରଗଡ଼ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ବ୍ରଜରାଜନଗର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ। ତେବେ ସେ ୩୮ ହଜାର ଭୋଟ୍‌ ପାଇ ତିନି ନମ୍ବରରେ ରହିଥିଲେ। ଅନ୍ୟପକ୍ଷରେ ୨୦୧୪ରେ ବିଜେପିର ରାଧାରାଣୀ ପଣ୍ଡା ୫୦ ହଜାରରୁ ଅଧିକ ଭୋଟ୍ ପାଇ ଏହି ଆସନରୁ ବିଜୟୀ ହୋଇଥିଲେ।

Advertisment

କିଶୋର ପଟେଲ ବ୍ରଜରାଜନଗରରୁ କେବେ ବିଧାୟକ ହୋଇ ନଥିବା ବେଳେ ରାଧାରାଣୀ ପଣ୍ଡା ଥରେ ଏଠାରୁ ବିଜୟୀ ହୋଇଛନ୍ତି। ୨୦୧୯ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେଡି ନେତା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ। ଅନ୍ୟପକ୍ଷରେ ଅଳକା ନିର୍ବାଚନ ରଣାଙ୍ଗନରେ ସଂପୂର୍ଣ୍ଣ ନୂଆ। ତେବେ ସେ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ହୋଇଥିବାରୁ ତଥା ବିଜେଡିର ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପଲା ଭାରି ରହିପାରେ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିଲା। ମେ’ ୩୧ରେ ଏଠାରେ ଭୋଟ୍ ହେବାକୁ ଯାଉଥିବା ବେଳେ ଜୁନ୍ ୩ ତାରିଖରେ ଗଣତି ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe