Advertisment

ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ୁଛନ୍ତି ଦୁଇ ପୂର୍ବତନ ବିଧାୟକ

ଭଦ୍ରକ/ରାଉରକେଲା (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣଭୂମିକୁ ଓହ୍ଲାଇଛନ୍ତି ଦୁଇ ପୂର୍ବତନ ବିଧାୟକ। ସେମାନେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୁଣି ଉଭୟେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଦୁଇ ପୂର୍ବତନ ବିଧାୟକ ହେଲେ- ପ୍ରଫୁଲ୍ଲ ଜେନା ଓ ହାଲୁ ମୁଣ୍ଡାରି। ପ୍ରଫୁଲ୍ଲ ଜେନା ଜନତା ଦଳ ଟିକେଟ୍‌ରେ ୧୯୯୦ରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ଭଣ୍ଡାରିପୋଖରୀ ୧୫ ନମ୍ବର ଜୋନ୍‌ରୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ୁଛନ୍ତି ଦୁଇ ପୂର୍ବତନ ବିଧାୟକ

Prafulla Jena and Halu Mundari

ଭଦ୍ରକ/ରାଉରକେଲା (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣଭୂମିକୁ ଓହ୍ଲାଇଛନ୍ତି ଦୁଇ ପୂର୍ବତନ ବିଧାୟକ। ସେମାନେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୁଣି ଉଭୟେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି।

Advertisment

ଏହି ଦୁଇ ପୂର୍ବତନ ବିଧାୟକ ହେଲେ- ପ୍ରଫୁଲ୍ଲ ଜେନା ଓ ହାଲୁ ମୁଣ୍ଡାରି। ପ୍ରଫୁଲ୍ଲ ଜେନା ଜନତା ଦଳ ଟିକେଟ୍‌ରେ ୧୯୯୦ରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ଭଣ୍ଡାରିପୋଖରୀ ୧୫ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଗତକାଲି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ନିର୍ବାଚନ ଜିତିବେ ବୋଲି ଆଶା ରଖିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ପ୍ରଫୁଲ୍ଲଙ୍କ ନଜର ଏହା ଉପରେ ଥିବା କୁହାଯାଉଛି।

ସେହିପରି ପୂର୍ବତନ ବିଧାୟକ ଜାଲୁ ମୁଣ୍ଡାରୀ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ବିଜେଡି ଟିକେଟ୍‌ରେ ଏହି ନିର୍ବାଚନ ଲଢ଼ୁଛନ୍ତି। ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଳକ୍ (କ) ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ବି ଜିତିବେ ବୋଲି ଆଶା ରଖିଛନ୍ତି। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଜେଏମ୍‌ଏମ୍ ଟିକେଟ୍‌ରେ ରଘୁନାଥପାଲି ଆସନରୁ ବିଜୟୀ ହୋଇଥିଲେ। ସେହିଭଳି ସେ ବିଶ୍ରା ବ୍ଲକ୍ (କ) ଆସନରୁ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

Advertisment
Odisha Panchayat Election 2022