Advertisment

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା, ଏବେ କଂଗ୍ରେସ ସରକାର କରୁଛି ଆଲିଶାନ ବଙ୍ଗଳା

ନୂଆଦିଲ୍ଲୀ: କହି ଦେଉଥାଏ ପରକୁ, ବାଟ ନ ଦିଶଇ ନିଜକୁ। ଓଡ଼ିଆରେ ଥିବା ଏହି ଆପ୍ତବାକ୍ୟଟି ବିରୋଧୀ କଂଗ୍ରେସ ପାଇଁ ପ୍ରଯୁଜ୍ୟ ହୋଇଛି। କରୋନା ମହାମାରୀ ବେଳେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ କଂଗ୍ରେସ ବିରୋଧ କରି ଯେଉଁ ବାଣ ମାରିଥିଲା। ତାହା ଏବେ ଦଳ ପାଇଁ ବୁମେରାଂ ହୋଇଛି। କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ କଂଗ୍ରେସ ପ୍ରଶ୍ନ […]

ଅଦ୍ୟତନ ହୋଇଛି
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା, ଏବେ କଂଗ୍ରେସ ସରକାର କରୁଛି ଆଲିଶାନ ବଙ୍ଗଳା

rahul-central-vista

Advertisment

ନୂଆଦିଲ୍ଲୀ: କହି ଦେଉଥାଏ ପରକୁ, ବାଟ ନ ଦିଶଇ ନିଜକୁ। ଓଡ଼ିଆରେ ଥିବା ଏହି ଆପ୍ତବାକ୍ୟଟି ବିରୋଧୀ କଂଗ୍ରେସ ପାଇଁ ପ୍ରଯୁଜ୍ୟ ହୋଇଛି। କରୋନା ମହାମାରୀ ବେଳେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ କଂଗ୍ରେସ ବିରୋଧ କରି ଯେଉଁ ବାଣ ମାରିଥିଲା। ତାହା ଏବେ ଦଳ ପାଇଁ ବୁମେରାଂ ହୋଇଛି। କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ହେଲେ ଏବେ ନିଜ ଦଳ ଦ୍ୱାରା ଶାସିତ ଦୁଇ ରାଜ୍ୟରେ ବିଧାୟକଙ୍କ ପାଇଁ ତିଆରି ହେଉଥିବା ବିଳାସପୂର୍ଣ୍ଣ ଘର ନିର୍ମାଣକୁ ନେଇ ଆସିଛି ସାଂଘାତିକ ଅଭିଯୋଗ। ଆଉ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ।

Advertisment

ନିକଟରେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଚାଲୁ ରଖିବାକୁ କୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ବ୍ୟାକଫୁଟରେ କଂଗ୍ରେସ ଏବଂ ଏହାକୁ ବିରୋଧ କରୁଥିବା କିଛି ବୁଦ୍ଧିଜୀବୀ। ଦୁଇ କଂଗ୍ରେସ ଶାସିତ ରାଜ୍ୟର ହାଉସିଂ ପ୍ରୋଜେକ୍ଟର ପ୍ରକଳ୍ପକୁ ପ୍ରସଙ୍ଗ କରି ଏବେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସେହି ବୁଦ୍ଧିଜୀବୀଙ୍କ ବିରୋଧରେ ବର୍ଷିଛନ୍ତି।

ସେ କହିଛନ୍ତି ନୂଆ ସଂସଦ ଭବନର ମୂଲ୍ୟ ୮୬୨ କୋଟି କିନ୍ତୁ ମହାରାଷ୍ଟ୍ର ଓ ରାଜସ୍ଥାନର ବିଧାୟକଙ୍କ ପାଇଁ ତିଆରି ହେବାକୁ ଥିବା ବିଳାସପୂର୍ଣ୍ଣ ଘର ପାଇଁ ୮୬୨ କୋଟିରୁ ଅଧିକ ଟଙ୍କା ରହିଛି। ଏହାକୁ ନେଇ ରାହୁଲ ଓ ସେହି ବୁଦ୍ଧିଜୀବୀ ବର୍ଗ କାହିଁକି ମୁହଁରେ ବିଣ୍ଡା ମାରି ବସିଛନ୍ତି ବୋଲି ହରଦୀପ ପ୍ରଶ୍ନ କରିଛନ୍ତି।

Advertisment

https://twitter.com/HardeepSPuri/status/1401414849012199428?s=20

କରୋନା ମହାମାରୀ ବେଳେ କେନ୍ଦ୍ର ସରକାର ଭିଷ୍ଟା ପ୍ରକଳ୍ପ କାମକୁ ସ୍ଥଗିତ ରଖିବା ଦରକାର। ସେହି ଟଙ୍କାକୁ ଅନ୍ୟତ୍ର କାମରେ ଲଗାଇବା ଦରକାର। କରୋନା ସମୟରେ ଲୋକଙ୍କ ଜୀବନ ରକ୍ଷା ଜରୁରୀ। ତେଣୁ ଭିଷ୍ଟା ପ୍ରକଳ୍ପର ପଇସା ଦେଶର ଚିକିତ୍ସା ଭିତ୍ତିଭୂମିରେ ନିବେଶ କରିବା ଦରକାର ବୋଲି ରାହୁଲ ଗାନ୍ଧୀ କହିଥିଲେ। ହେଲେ ରାଜସ୍ଥାନ ଓ ମହାରାଷ୍ଟ୍ର ସରକାର ବିଧାୟକଙ୍କ ପାଇଁ ବିଳାସପୂର୍ଣ୍ଣ ଘର ନିର୍ମାଣକୁ ନେଇ ରାହୁଲ୍ ଗାନ୍ଧୀ ଓ କଂଗ୍ରେସ ନେତା ମୌନ ରହିଛନ୍ତି।

ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନେତୃତ୍ୱାଧୀନ ସରକାର ବିଧାୟକମାନଙ୍କ ପାଇଁ ବିଳାସପୂର୍ଣ୍ଣ ଘର ନିର୍ମାଣ କାମ କରିବାକୁ ଅନୁମତି ଦେଇଛନ୍ତି। ବିଧାନସଭା ପାଖରେ ଥିବା ଜ୍ୟୋତି ନଗରରେ ବିଧାୟକଙ୍କ ପାଇଁ ମୋଟ୍ ୧୬୦ଟି ଫ୍ଲାଟ ନିର୍ମାଣ ହେବ। ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ମେ ୨୦ରୁ ଏହି କାମ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ କଂଗ୍ରେସ ବିରୋଧ କରୁଛି। ଏପରି କରି କେନ୍ଦ୍ରର ମୋଦି ସରକାର ଦେଶର ଅର୍ଥକୁ ନଷ୍ଟ କରୁଛନ୍ତି ବୋଲି କଂଗ୍ରେସ କହିଛି। ଯଦି କେନ୍ଦ୍ର ଅର୍ଥ ବରବାଦ କଲା ଏଠି ରାଜସ୍ଥାନରେ କଣ କରୁଛି କହି କଂଗ୍ରେସକୁ ବାଣ ମାରିଛନ୍ତି।

ରାଜସ୍ଥାନରେ ବିଧାୟକଙ୍କ ପାଇଁ ତିଆରି ହେଉଥିବା ଏହି ଫ୍ଲାଟ ଗୁଡିକ ୩୨୦୦ ବର୍ଗଫୁଟର ହେବ। ଏଥିରେ ଚାରୋଟି ବେଡ ରୁମ ଏବଂ ଏକ ଅଲଗା ପାର୍କିଂ ସ୍ଥାନ ରହିବ। ହାଉସିଂ ବୋର୍ଡ କହିଛି ଯେ ଜୟପୁର ବିକାଶ ପ୍ରାଧିକରଣ ୧୭୬ ଫ୍ଲାଟ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି। ସେଥିମଧ୍ୟରୁ ୧୬୦ ଟି ଫ୍ଲାଟକୁ ରାଜସ୍ଥାନ ହାଉସିଂ ବୋର୍ଡ ଅନୁମୋଦନ ଦେଇଛି। ଏହି ଫ୍ଲାଟ ୩୦ ମାସରେ ନିର୍ମାଣ ହେବ। ଏହାର ନିର୍ମାଣରେ ପ୍ରାୟ ୨୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସେହିଭଳି ମହାରାଷ୍ଟ୍ରରେ କଂଗ୍ରେସ ମେଣ୍ଟ ସରକାରରେ ରହିଛି। ଏଠାରେ ମନୋରାମା ବିଧାୟକ ପ୍ରକଳ୍ପ ଅଧୀନରେ ଏମଏଲଏ ହଷ୍ଟେଲ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe