ପଦ୍ମପୁର: ସରିଲା ମତଦାନ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ କଡ଼ାସୁରକ୍ଷା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ହାର ୮୦.୫ % ରେକର୍ଡ କରାଯାଇଛି ଓ ଏହି ହାର ପ୍ରାୟ ୮୨ ପ୍ରତିଶତ ରହିବ ବୋଲି ଆକଳନ ହୋଇଛି । ଏହାସହିତ ବିଜେଡି, ବିଜେପି ଓ କଂଗ୍ରେସର ୩ ପ୍ରାର୍ଥୀଙ୍କ ସମେତ ମୋଟ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ଇଭିଏମ୍ ମେସିନ୍ ପହଂଚିବା […]

Padampur Voting

Padampur Voting

Ordigital Desk
  • Published: Monday, 05 December 2022
  • Updated: 05 December 2022, 08:58 PM IST

Sports

Latest News

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ କଡ଼ାସୁରକ୍ଷା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ହାର ୮୦.୫ % ରେକର୍ଡ କରାଯାଇଛି ଓ ଏହି ହାର ପ୍ରାୟ ୮୨ ପ୍ରତିଶତ ରହିବ ବୋଲି ଆକଳନ ହୋଇଛି । ଏହାସହିତ ବିଜେଡି, ବିଜେପି ଓ କଂଗ୍ରେସର ୩ ପ୍ରାର୍ଥୀଙ୍କ ସମେତ ମୋଟ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ଇଭିଏମ୍ ମେସିନ୍ ପହଂଚିବା ପରେ ଆସନ୍ତା ୮ତାରିଖରେ ୧୪ଟି ଟେବୁଲରେ ପ୍ରାୟ ୨୩ ରାଉଣ୍ଡରେ ଏହି ଭୋଟ୍ ଗଣତି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପାଇଁ ହାଇଭୋଲଟେଜ୍ ପ୍ରଚାର ଓ ବିଜେଡି-ବିଜେପି ମଧ୍ୟରେ ଜୋରଦାର ଛକାପଞ୍ଝା ମଧ୍ୟରେ ଆଜି ମତଦାନ ଶେଷ ହୋଇଛି । ୬ଟି ପିଙ୍କ ବୁଥ୍ ସମେତ ମୋଟ ୩୧୯ଟି ବୁଥରେ ପ୍ରାୟ ୮୨ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବାର ଥିଲେ ମଧ୍ୟ ଭୋଟରଙ୍କ ମଧ୍ୟରେ ଉତ୍ସାହ ଯୋଗୁ ମତଦାନ ପ୍ରାୟ ସାଢ଼େ ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଝାରବନ୍ଧ ବ୍ଲକର ୨ ନମ୍ବର ବୁଥରେ ଇଭିଏମ୍ ମେସିନ ଖରାପ ଯୋଗୁ ପ୍ରାୟ ୨ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା । ସେହିପରି ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ପାଇକମାଳ ବ୍ଲକର ଛେଳିଆମାଲ ସମେତ ପଲସଦା ଓ ସାରସମାଲ ବୁଥରେ ସାମାନ୍ୟ ଉତ୍ତେଜନା ଲାଗି ରହିଥିଲା । ମାଓପ୍ରବଣ ଅଂଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପୁଲିସ ପକ୍ଷରୁ ବାଇକ୍ ପାଟ୍ରୋଲିଂ ଓ କମ୍ବିଂ ଅପରେସନ୍ ମଧ୍ୟ ହୋଇଥିଲା । ମୋଟ ୧୪୧୩ଜଣ ପୁଲିସ କର୍ମୀଙ୍କ ସମେତ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସକୁ ନିର୍ବାଚନ କାର୍ଯ୍ୟରେ ମୁତୟନ କରାଯାଇଥିଲା । କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀମାନେ ନିଜ ନିଜ ବୁଥକୁ ଯାଇ ମତଦାନ କରିଛନ୍ତି ।

ଆଜି ମତଦାନ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫% ମତଦାନ ହୋଇଛି ଓ ଏବେବି ୭୧ଟି ବୁଥରେ ପ୍ରାୟ ୪ହଜାର ଭୋଟର ନିଜର ମତାଧିକାର ସାବ୍ୟସ୍ତ ପାଇଁ ଅପେକ୍ଷା କରିଛନ୍ତି । ଇଭିଏମ୍ ମେସିନ ଜଗିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୮ତାରିଖରେ ଭୋଟିଂ ନିମନ୍ତେ ପ୍ରଶାସନ ପକ୍ଷରୁ ୧୪ଟି ଟେବୁଲ ଓ ୨୩ ରାଉଣ୍ଡର ଗଣତି ପାଇଁ ବ୍ୟବସ୍ଥା ହୋଇଛି ।

ସୂଚନାଯୋଗ୍ୟ, ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରାୟ ୨.୫୭ଲକ୍ଷ ଭୋଟର ଅଛନ୍ତି । ୨୦୧୯ରେ ପଦ୍ମପୁରରେ ୭୯.୦୫% ଭୋଟ୍ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos