Advertisment

'ସୁସ୍ଥ ଓଡ଼ିଶା' ସହିତ ସିଏମଓଙ୍କ ସମ୍ପର୍କ କ'ଣ?

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସିଏମଓଙ୍କ ସହ ‘ସୁସ୍ଥ ଓଡ଼ିଶା’ର ସମ୍ପର୍କ କ’ଣ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସରକାରୀ ଅଫିସ ହୋଇଥିବା ବେଳେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପ୍ରାଇଭେଟ ଫେସବୁକ ପେଜ ସହ କ’ଣ ରହିଛି ନେଣ ଦେଣ? ଦଳୀୟ ପ୍ରଚାରରେ ମାତିନିତ ସିଏମଓ? କାରଣ ଆଜି ସିଏମଓଙ୍କ ଫେସବୁକ ପେଜରୁ ସରକାରୀ କାର୍ଯ୍ୟକ୍ରମକୁ ଉକ୍ତ ପେଜ ସହ ଟ୍ୟାଗ କରାଯାଇ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ଆଜି ରାଜ୍ୟ ସରକାର ସ୍ୱାଧୀନତା ଦିବସ […]

ଅଦ୍ୟତନ ହୋଇଛି
'ସୁସ୍ଥ ଓଡ଼ିଶା' ସହିତ ସିଏମଓଙ୍କ ସମ୍ପର୍କ କ'ଣ?

SUSTHA-ODISHA

Advertisment

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସିଏମଓଙ୍କ ସହ 'ସୁସ୍ଥ ଓଡ଼ିଶା'ର ସମ୍ପର୍କ କ'ଣ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସରକାରୀ ଅଫିସ ହୋଇଥିବା ବେଳେ 'ସୁସ୍ଥ ଓଡ଼ିଶା' ନାମକ ଏକ ପ୍ରାଇଭେଟ ଫେସବୁକ ପେଜ ସହ କ'ଣ ରହିଛି ନେଣ ଦେଣ? ଦଳୀୟ ପ୍ରଚାରରେ ମାତିନିତ ସିଏମଓ? କାରଣ ଆଜି ସିଏମଓଙ୍କ ଫେସବୁକ ପେଜରୁ ସରକାରୀ କାର୍ଯ୍ୟକ୍ରମକୁ ଉକ୍ତ ପେଜ ସହ ଟ୍ୟାଗ କରାଯାଇ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ଆଜି ରାଜ୍ୟ ସରକାର ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଥିବା ବେଳେ ଏହାର ପ୍ରଚାର ଉଦ୍ଦେଶ୍ୟରେ ସିଏମଓଙ୍କ ଫେସବୁକ ପେଜରେ ପୋଷ୍ଟ କରାଯାଇଛି। ଯାହାକୁ 'ସୁସ୍ଥ ଓଡ଼ିଶା' ନାମକ ବିଜେଡି ଦ୍ୱାରା ପଚିଚାଳିତ ଫେସବୁକ ପେଜ ସହ ଟ୍ୟାଗ କରାଯାଇଛି। ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

Advertisment

ସୂଚନା ଅନୁଯାୟୀ ରାଜ୍ୟ ସରକାର ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି। ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବାକୁଥିବା ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହେବ ବୋଲି ସରକାର କହିଛନ୍ତି। ଏ ନେଇ ସିଏମଓଙ୍କ ଫେସବୁକ ପେଜରେ ପୋଷ୍ଟ ହୋଇଛି। ଯେଉଁଥିରେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପେଜକୁ ଟ୍ୟାଗ କରାଯାଇଛି। ଯାହା ବିଜେଡି ଦ୍ୱାରା ପରିଚାଳିତ ଏକ ଫେସବୁକ ପେଜ୍ ବୋଲି ସେଥିରେ ଦର୍ଶାଯାଇଛି। ଆଉ ଏହି ପେଜର ଡିପିରେ ରହିଛି ଶାସକ ଦଳର ଦଳୀୟ ଚିହ୍ନ 'ଶଙ୍ଖ' ରହିଛି। ଏହାକୁ ନେଇ ବିଜେପି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଫିସର ଫେସବୁକ ପେଜ (ସିଏମଓ) ସରକାରୀ କାମ ପାଇଁ ବ୍ୟବହୃତ ହୁଏ। ହେଲେ ‘ସୁସ୍ଥ ଓଡ଼ିଶା’ ନାମକ ଫେସବୁକ ପେଜକୁ ଟ୍ୟାଗ କରିବା କେବେ ଗ୍ରହଣୀୟ ନୁହେଁ। ‘ସୁସ୍ଥ ଓଡ଼ିଶା’ ଫେସବୁକ ପେଜଟି ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ଏବଂ ସେହି ପେଜରେ ରହିଛି ବିଜୁ ଜନତା ଦଳର ଲୋଗୋ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।publive-image

Advertisment

ସେ କହିଛନ୍ତି, “କେନ୍ଦ୍ରର ଜାତୀୟ ଖାଦ୍ୟ ସୁରକ୍ଷା ପାଖରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ସମସ୍ତ କଥାକୁ ମୁଖ୍ୟମନ୍ତ୍ରୀ ରାଜନୀତିକରଣ କରିଛନ୍ତି। ଆଉ ସମସ୍ତ ପ୍ରସଙ୍ଗକୁ ଦଳୀୟ ଭିତ୍ତିରେ ଓଡ଼ିଶାରେ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଦଳୀୟ ଲୋଗୋ ଲାଗି ପରିଚାଳିତ ହେଉଥିବା ‘ସୁସ୍ଥ ଓଡ଼ିଶା’ ପେଜକୁ ଟ୍ୟାଗ କରିବାର ଅର୍ଥ ପ୍ରମାଣ କରିଛି ଆଗାମୀ ଦିନରେ ଶାସକ ଦଳର ଲୋକ ଏହି ଯୋଜନାର କେବଳ ଲାଭ ପାଇବେ। ସିଏମଓ ଆକାଉଣ୍ଟରୁ ଯେଉଁଭଳି ପୋଷ୍ଟ ହୋଇଛି ତାହା ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ଏ ନେଇ ଆଗାମୀ ଦିନରେ କ୍ଷମା ମାଗିବାର ଆବଶ୍ୟକତା ରହିଛି”।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe