ବାକି ଥିବା ତିନୋଟି ପର୍ଯ୍ୟାୟରେ କିଏ ‘ଖେଲା’ କରିବ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶେଷ ହୋଇଛି ୫ଟି ପର୍ଯ୍ୟାୟ ମତଦାନ। ବାକି ରହିଛି ତିନୋଟି ପର୍ଯ୍ୟାୟ ମତଦାନ। କରୋନା ପାଇଁ ସମସ୍ତ ରାଜନୀତିକ ଦଳ ନିର୍ବାଚନ କମିଶନଙ୍କ ପରାମର୍ଶ କ୍ରମେ ପ୍ରଚାର ଓ ରାଲି କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରିଛନ୍ତି। ସେହିପରି ରାଜନୀତିକ ହିଂସାକୁ ଦେଖି ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ରୋକ୍ ଲଗାଯାଇଛି। ଏବେ ଯେଉଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି ସେଥିରୁ ଅଧିକାଂଶ ଅଳ୍ପ ସଂଖ୍ୟକ ରହିଛନ୍ତି। ଆଉ ଏହି ବର୍ଗର ଲୋକଙ୍କୁ […]

modi-mamata

modi-mamata

Subhransu Sekhar
  • Published: Monday, 19 April 2021
  • Updated: 19 April 2021, 07:17 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶେଷ ହୋଇଛି ୫ଟି ପର୍ଯ୍ୟାୟ ମତଦାନ। ବାକି ରହିଛି ତିନୋଟି ପର୍ଯ୍ୟାୟ ମତଦାନ। କରୋନା ପାଇଁ ସମସ୍ତ ରାଜନୀତିକ ଦଳ ନିର୍ବାଚନ କମିଶନଙ୍କ ପରାମର୍ଶ କ୍ରମେ ପ୍ରଚାର ଓ ରାଲି କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରିଛନ୍ତି। ସେହିପରି ରାଜନୀତିକ ହିଂସାକୁ ଦେଖି ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ରୋକ୍ ଲଗାଯାଇଛି।

ଏବେ ଯେଉଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି ସେଥିରୁ ଅଧିକାଂଶ ଅଳ୍ପ ସଂଖ୍ୟକ ରହିଛନ୍ତି। ଆଉ ଏହି ବର୍ଗର ଲୋକଙ୍କୁ ନିଜ ଭୋଟ ବ୍ୟାଙ୍କ ଭାବେ ଟିଏମସି। କହିବାକୁ ଗଲେ ମମତାଙ୍କ ଗଡ଼ରେ ଏଥର ମତଦାନ ହେବାକୁ ଯାଉଛି। ହେଲେ ବିଜେପି ମଧ୍ୟ ମମତାଙ୍କ ଗଡ଼ରେ ଧସେଇ ପଶିଛି। ଆଉ ଛୋଟିଆ ଛୋଟିଆ ସଭା କରି ଟିଏମସିଙ୍କ ସମର୍ଥକଙ୍କୁ ବିଜେପି ଆଡକୁ ଆଣିବାକୁ ଚେଷ୍ଟା କରୁଛି। ତେବେ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି କହୁଥିବା ବେଳେ ଟିଏମସି ମଧ୍ୟ କହିଛି ମେ ୨ରେ ବିଜେପି ସଫା ହୋଇଯିବ।

ତିନୋଟି ପର୍ଯ୍ୟାୟରେ ୧୮୦ଟି ଆସନ

ମତଦାନ ଶେଷ ହୋଇଥିବା ପାଞ୍ଚଟି ପର୍ଯ୍ୟାୟରେ ମୋଟ ୧୮୦ଟି ଆସନର ଫଳାଫଳ ଇଭିଏମରେ ସିଲ୍ ହୋଇଯାଇଛି। ବାକି ତିନୋଟି ପର୍ଯ୍ୟାୟରେ ୧୧୪ଟି ଆସନ ପାଇଁ ଭୋଟ ପଡ଼ିବାକୁ ଯାଉଛି। ଏପ୍ରିଲ୍ ୨୨ରେ ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏଥିରେ ୪୩ଟି ଆସନ ରହିଛି। ଏପ୍ରିଲ୍ ୨୬ରେ ସପ୍ତମ ପର୍ଯ୍ୟାୟ ପାଇଁ ୩୬ଟି ଆସନରେ ମତଦାନ ହେବ ଏବଂ ଏପ୍ରିଲ ୨୯ରେ ଅଷ୍ଟମ ପର୍ଯ୍ୟାୟରେ ୩୫ଟି ଆସନ ପାଇଁ ମତଦାନ ହେବ। ଏହି ୧୧୪ଟି ଆସନର ବାଜିଗର କିଏ ହେବ ଏବେ ଏହାକୁ ନେଇ ଅଙ୍କକଷା ଚାଲିଥିବା ବେଳେ ଏହା ପୂର୍ବରୁ ଏହି ଆସନର ନିର୍ବାଚନ ଫଳାଫଳ କଣ ତାହା ଅବଲୋକନ କରିବାକୁ ହେବ।

ଏପ୍ରିଲ୍ ୨୨ ଷଷ୍ଠ ପର୍ଯ୍ୟାୟ

ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ୪୩ ଆସନରେ ୨୦୧୬ ବିଧାନସଭା ନିର୍ବାଚନ ବେଳେ ଟିଏମସି ଏବଂ ବାମପନ୍ଥୀ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଆଉ ତିନି ବର୍ଷ ପରେ ସାଧାରଣ ନିର୍ବାଚନ ବେଳକୁ ଏହି ଆସନରେ ରାଜନୀତିକ ଗଣିତ ବଦଳିଯାଇଥିଲା। ବିଜେପି ଏଠାରେ ମଜବୁତ ହୋଇଥିବା ବେଳେ ବାମପନ୍ଥୀ ଏକ ପ୍ରକାର ମୂଳପୋଛ ହୋଇଯାଇଥିଲା। ତେଣୁ ବିଜେପି ଓ ଟିଏମସି ମଧ୍ୟରେ ଏହି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ସବୁଠୁ ବଡ଼ କଥା ହେଲେ ୨୦୧୬ରେ ବିଜେପି ଏହି ଆସନରୁ କୌଣସି ଖାତା ଖୋଲିନଥିଲା।

ଏପ୍ରିଲ୍ ୨୬ ସପ୍ତମ ପର୍ଯ୍ୟାୟ

ସେହିପରି ଏପ୍ରିଲ ୨୬ରେ ସପ୍ତମ ପର୍ଯ୍ୟାୟ ମତଦାନ ବେଳେ ୩୬ଟି ଆସନ ପାଇଁ ମତଦାନ ହେବାକୁ ଯାଉଛି। ୨୦୧୬ ବିଧାନସଭା ନିର୍ବାଚନରେ ​​କଂଗ୍ରେସ-ବାମପନ୍ଥୀ ଦଳ ସବୁଠ ବଡ଼ ପାର୍ଟି ଏହି ଆସନରେ ଥିଲା। ଟିଏମସି ଦ୍ୱିତୀୟ ସ୍ଥାନରେ ଥିଲା। ମାତ୍ର ଠିକ୍ ତିନି ବର୍ଷ ପରେ ଲୋକସଭା ନିର୍ବାଚନରେ ​​କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଧରାଶୟୀ ହୋଇଥିଲା। ଆଉ ଲୋକସଭା ନିର୍ବାଚନ ସମୟରେ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ଫାଇଟ୍ ହୋଇଥିଲା। ଏହି ଆଧାରରେ ସପ୍ତମ ପର୍ଯ୍ୟାୟରେ ପୁଣି ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଉ ହେବ। ଯଦି କଂଗ୍ରେସ ଓ ବାମପନ୍ଥୀ ଦଳ ମେଣ୍ଟ ଭଲ ଭୋଟ୍ ପାଇବ ତାହେଲେ ବିଜେପି ଓ ଟିଏମସି ପାଇଁ କ୍ଷତିହୋଇପାରେ। ତେବେ ୨୦୧୬ରେ ବିଜେପି ଏହି ଆସନରୁ କୌଣସି ଖାତା ଖୋଲିନଥିଲା।

ଏପ୍ରିଲ୍ ୨୯ ଅଷ୍ଟମ ପର୍ଯ୍ୟାୟ

ସେହିପରି ଅନ୍ତିମ ପର୍ଯ୍ୟାୟରେ ୩୫ଟି ଆସନ ପାଇଁ ମତଦାନ ହେବାକୁ ଯାଉଛି। ଏହି ଆସନରୁ ୨୦୧୬ରେ ବିଜେପି ଗୋଟିଏ ମାତ୍ର ଆସନରେ ବିଜୟୀ ହୋଇଥିଲା। ହେଲେ ତିନି ବର୍ଷ ପରେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା। ଆଉ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ତେଣୁ ଏହି ପର୍ଯ୍ୟାୟରେ ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି।

କିଏ ‘ଖେଲା’ କରିବ?

ଚଳିତ ଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ପରି ହେଉଛି। ଲୋକସଭା ବେଳେ ବିଜେପି ଓ ଟିଏମସି ମଧ୍ୟରେ ପ୍ରମୁଖ ଲଢ଼େଇ ହୋଇଥିଲା। ଆଉ ଏବେ ମଧ୍ୟ ଟିଏମସି ଏବଂ ବିଜେପି ମଧ୍ୟରେ ପ୍ରମୁଖ ଲଢ଼େଇ ହେଉଛି।

ଏହି ନିର୍ବାଚନରେ କଂଗ୍ରେସ ଓ ବାମପନ୍ଥୀ ଦଳ ଗୁରୁତ୍ୱ ନପାଇବାର କାରଣ ଏମାନଙ୍କର ମେଣ୍ଟ। କାରଣ ଏହି ଦୁଇ ଦଳ କେରଳରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ରାଜ୍ୟରେ ମେଣ୍ଟକୁ ମଜବୁତ କରୁଛନ୍ତି କି ସ୍ଥିତି ହରାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ତେବେ ବାକି ଥିବା ୧୧୪ ଆସନରେ କିଏ ‘ଖେଲା’ କରିବ? ରାଜନୀତିକ ଗଣିତ ଅନୁଯାୟୀ ଟିଏମସି ଏବଂ ବିଜେପି ମଧ୍ୟରେ ଏଠି ଲଢ଼େଇ ହେବ। ମେ ୨ରେ ଫଳାଫଳ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story