Advertisment

ଉଦ୍ଧବଙ୍କୁ ଚେକ୍ ଦେବା ପାଇଁ ରାଣେଙ୍କୁ ପାଖକୁ ନେଲେ ମୋଦି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଆସାମର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୋଦି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ କ୍ୟାବିନେଟରେ ମହାରାଷ୍ଟ୍ରର ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ସାମିଲ ହେବା ମହାରାଷ୍ଟ୍ରରେ ବିଜେପିକୁ ଅଧିକ ମଜବୁତ କରିବ ବୋଲି କୁହାଯାଉଛି। ତେବେ ନାରାୟଣ ରାଣେଙ୍କୁ ମନ୍ତ୍ରୀ କରାଇ ପରୋକ୍ଷରେ ମୋଦି ଶିବସେନା ସୁପ୍ରିମୋ ତଥା ଏବେର ମୁଖ୍ୟମନ୍ତ୍ରୀ […]

ଅଦ୍ୟତନ ହୋଇଛି
ଉଦ୍ଧବଙ୍କୁ ଚେକ୍ ଦେବା ପାଇଁ ରାଣେଙ୍କୁ ପାଖକୁ ନେଲେ ମୋଦି

narayan-rane

Advertisment

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଆସାମର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୋଦି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ କ୍ୟାବିନେଟରେ ମହାରାଷ୍ଟ୍ରର ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ସାମିଲ ହେବା ମହାରାଷ୍ଟ୍ରରେ ବିଜେପିକୁ ଅଧିକ ମଜବୁତ କରିବ ବୋଲି କୁହାଯାଉଛି। ତେବେ ନାରାୟଣ ରାଣେଙ୍କୁ ମନ୍ତ୍ରୀ କରାଇ ପରୋକ୍ଷରେ ମୋଦି ଶିବସେନା ସୁପ୍ରିମୋ ତଥା ଏବେର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚେକ୍ ଦେଇଛନ୍ତି।

Advertisment

ମହାରାଷ୍ଟ୍ର ରାଜନୀତିରେ ନାରାୟଣ ରାଣେ ଏକ ବଡ ନାମ। ସେ ହେଉଛନ୍ତି ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଆଶୀର୍ବାଦରେ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଶିବସେନା ସହ ତାଙ୍କର ସମ୍ପର୍କ ବେଶୀ ଦିନ ରହିଲା ନାହିଁ। ତେଣୁ ସେ କଂଗ୍ରେସର ହାତ ଧରିଥିଲେ। ପରେ ବିଜେପିରେ ସାମିଲ ହୋଇଛନ୍ତି। ଏବେ ସେ ରାଜ୍ୟସଭା ସାଂସଦ ରହିଛନ୍ତି।

କଂଗ୍ରେସରେ ଥିବାବେଳେ ନାରାୟଣ ରାଣେ ରାଜସ୍ୱ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଯେତେବେଳେ ସେ କଂଗ୍ରେସରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ବାରମ୍ବାର ଜିଦ୍ ଧରିଥିଲେ। କିନ୍ତୁ ତାଙ୍କୁ ସମର୍ଥନ ନମିଳିବାରୁ ସେ କଂଗ୍ରେସକୁ ବାଏ ବାଏ କହିଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ। ବିଜେପିରୁ ରାଣେ ଏବେ କେନ୍ଦ୍ରରେ ମନ୍ତ୍ରୀ ଭାବରେ ସାମିଲ ହୋଇଛନ୍ତି। ଯାହାକି ବିଜେପିକୁ ଏବେ ମହାରାଷ୍ଟ୍ରରେ ରାଜନୀତିକ ଲାଭ ଦେବ ବୋଲି କୁହଯାଉଛି।

Advertisment

ରାଜନୀତିରେ ନାରାୟଣ ରାଣେ ଅନେକ ଥର ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛନ୍ତି। ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଅଭିଜ୍ଞତା ଥିବାରୁ ସେ ପ୍ରଶାସନକୁ ପରିଚାଳନା କରିବାରେ ସକ୍ଷମ। ଅନ୍ୟପଟେ ଶିବସେନା ଓ ଉଦ୍ଧବ ଠାକରେଙ୍କ ସହ ରାଣେଙ୍କ ବିବାଦ ଅଛପା ନୁହେଁ। ତେଣୁ କେନ୍ଦ୍ରରେ ରାଣେଙ୍କ ସ୍ଥିତି ମହାରାଷ୍ଟ୍ରରେ ବିଜେପିକୁ ମଜବୁତ କରାଇବ। ଅନ୍ୟପକ୍ଷରେ, ମେଣ୍ଟ ସରକାରରେ ଥିବା ଶିବସେନାର ପ୍ରାଧାନ୍ୟ ବଢ଼ୁଥିବାରୁ ରାଣେଙ୍କ ଦବଦବା ବିଜେପି ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି। ନାରାୟଣ ରାଣେ ଶିବସେନା ଛାଡିବା ପଛର ମୁଖ୍ୟ କାରଣ ଉଦ୍ଧବ ଠାକରେ। ବିଜେପିରେ ଯୋଗଦେବା ପରେ ରାଣେ ପ୍ରତ୍ୟେକ ଅଭିଭାଷଣରେ ସେ ଉଦ୍ଧବ ଠାକରେ ଏବଂ ଶିବସେନାକୁ ତୀବ୍ର ସମାଲୋଚନା କରନ୍ତି। ତେଣୁ ଏବେ ନାରାୟଣ ରାଣେଙ୍କୁ ଅଧିକ କ୍ଷମତା ଦେଇ ମୋଦି ଉଦ୍ଧବଙ୍କ ଆଗରେ ଛିଡା କରିଛନ୍ତି ବଡ଼ ଚ୍ୟାଲେଞ୍ଜ।

ତେବେ ଆଗାମୀ ଦିନରେ ଶିବସେନା ବିଜେପି ଦ୍ୱାରା ଲାଭବାନ ହେଉଛି କି କ୍ଷତି ସହିବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe