୧୪ ବର୍ଷ ପରେ ପୁଣି କାହିଁକି ଚର୍ଚ୍ଚାରେ ନନ୍ଦିଗ୍ରାମ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ୧୪ ବର୍ଷ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ। ପୂର୍ବ ମେଦିନାପୁରର ଥିବା ଏହି ନନ୍ଦିଗ୍ରାମ ଅନ୍ତିମଥର ପାଇଁ ୨୦୦୭ରେ ଜମି ଅଧିଗ୍ରହଣକୁ ନେଇ ଚର୍ଚ୍ଚାକୁ ଆସିଥିଲା। ଯାହାକି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଚଳିତଥର କିନ୍ତୁ ନିର୍ବାଚନକୁ ନେଇ ଚର୍ଚ୍ଚାରେ ରହିଛି ଏହି ବିଧାନସଭା ଆସନ। ପଶ୍ଚିମବଙ୍ଗରେ ଯେଉଁ କିଛି ଆସନ ଉପରେ ସାରା ଦେଶର ନଜର ରହିଛି ତା’ମଧ୍ୟରେ ନନ୍ଦିଗ୍ରାମ ସର୍ବାଗ୍ରେ ରହିଛି। କାରଣ ଏହି ଆସନରେ ଟିଏମସିରୁ […]

mamata-vs-subhendu

mamata-vs-subhendu

Subhransu Sekhar
  • Published: Saturday, 06 March 2021
  • Updated: 12 March 2021, 08:41 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ୧୪ ବର୍ଷ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ। ପୂର୍ବ ମେଦିନାପୁରର ଥିବା ଏହି ନନ୍ଦିଗ୍ରାମ ଅନ୍ତିମଥର ପାଇଁ ୨୦୦୭ରେ ଜମି ଅଧିଗ୍ରହଣକୁ ନେଇ ଚର୍ଚ୍ଚାକୁ ଆସିଥିଲା। ଯାହାକି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଚଳିତଥର କିନ୍ତୁ ନିର୍ବାଚନକୁ ନେଇ ଚର୍ଚ୍ଚାରେ ରହିଛି ଏହି ବିଧାନସଭା ଆସନ।

ପଶ୍ଚିମବଙ୍ଗରେ ଯେଉଁ କିଛି ଆସନ ଉପରେ ସାରା ଦେଶର ନଜର ରହିଛି ତା’ମଧ୍ୟରେ ନନ୍ଦିଗ୍ରାମ ସର୍ବାଗ୍ରେ ରହିଛି। କାରଣ ଏହି ଆସନରେ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦିଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ ହେଲେ ଏହି ଆସନର ପୂର୍ବତନ ଟିଏମସି ବିଧାୟକ ତଥା ଏବେର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇପାରନ୍ତି। ଯିଏକି ନନ୍ଦିଗ୍ରାମର ପୁଅ। ଅର୍ଥାତ୍ ମମତା ଏହି ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ତେଣୁ ନିର୍ବାଚନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମାଟିର ପୁଅ ବନାମ ଝିଅ। ଅନ୍ୟ କୌଣସି ଦଳ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

ବିଧାନସଭା ଆସନର ଇତିହାସ

ଦେଶ ସ୍ୱାଧୀନ ହେବା ପାଖରୁ ଏହି ଆସନରେ ଏହାକୁ ମିଶାଇ ୧୮ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଇତିହାସ କହୁଛି ଏହି ଆସନ ସର୍ବାଧିକ ସିପିଆଇ ଓ କଂଗ୍ରେସ ପାଖରେ ରହିଛି। ହେଲେ ୨୦୦୯ରେ ବିଧାନସଭା ଉପନିର୍ବାଚନ ପରେ ଏହି ଆସନ ତୃଣମୂଳ କଂଗ୍ରେସ ଦଖଲକୁ ଆସିଛି। ୨୦୦୬ରେ ବିଧାନସଭା ନିର୍ବାଚନ ବେଳେ ବିଧାୟକ ଲିୟାସ ମହମ୍ମଦ ଲାଞ୍ଚ ମାମଲାରେ ଫସିବା ପରେ ଇସ୍ତଫା ଦେଇଥିଲେ। ପରେ ୨୦୦୭ରେ ନନ୍ଦିଗ୍ରାମ ପାଇଁ ସିପିଆଇ ସରକାର ବିରୋଧରେ ଲଢ଼େଇ କରିଥିବା ଟିଏମସି ୨୦୦୯ ଉପନିର୍ବାଚନରେ ଏହାର ପରିଣାମ ପାଇଥିଲା। ଆଉ ସେବେଠାରୁ ଏହି ବିଧାନସଭା ଆସନ ଟିଏମସି ପାଖରେ ରହିଛି।

୨୦୦୯ରେ ଟିଏମସିର ଫିରୋଜା ବିବି ଏହି ଆସନରୁ ବିଜୟୀ ହୋଇଥିଲେ। ପରେ ୨୦୧୧ରେ ମଧ୍ୟ ପୁଣିଥରେ ନିର୍ବାଚନରେ ଫିରୋଜା ବିବି ବିଜୟୀ ହୋଇଥିଲେ। ପରେ ୨୦୧୬ରେ ଶୁଭେନ୍ଦୁ ଅଧିକାରୀ ଏହି ଆସନରୁ ନିର୍ବାଚିତ ହୋଇଥିଲେ।

ନନ୍ଦିଗ୍ରାମ ଆନ୍ଦୋଳନ

୨୦୦୭ରେ ଏହି ସ୍ଥାନରେ ବାମପନ୍ଥୀ ସରକାର ଏକ ସ୍ପେଶାଲ ଇକୋନମିକ ଜୋନ୍ ତିଆରି କରିବା ପାଇଁ ଘୋଷଣା କରିଥିଲା। ହେଲେ ଏହାକୁ ବିରୋଧ କରିଥିଲା ଟିଏମସି। ବାମପନ୍ଥୀ ସରକାରର ଏହି ନିଷ୍ପତ୍ତି ପାଇଁ ଅନେକ ଲୋକ ଘର ହରାଇଥିଲେ। ଏମିତିକି ସ୍ଥାନୀୟ ପୁଲିସ ଏବଂ ଲୋକଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଯେଉଁଥିରେ ଅନେକ ପ୍ରାଣ ହରାଇଥିଲେ। ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସେତେବେଳେ ବାମପନ୍ଥୀ ସରକାରକୁ ବିରୋଧ କରି ୨୬ ଦିନ ଅନଶନରେ ବସିଥିଲେ ମମତା ବାନାର୍ଜୀ। ଏହାପରେ ଆଇନରେ ପରିବର୍ତ୍ତନ ହୋଇଥିଲା। ୨୦୦୭ରେ ନନ୍ଦିଗ୍ରାମ ଆନ୍ଦୋଳନ ପରେ ୨୦୦୯ରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ଟିଏମସି ପ୍ରଥମଥର ପାଇଁ ନନ୍ଦିଗ୍ରାମରେ ବିଜୟୀ ହୋଇଥିଲା। ଆଉ ଦୀର୍ଘ ୩୪ ବର୍ଷ ଧରି ଯେଉଁ ଆସନ ସିପିଏମ ପାଖରେ ଥିଲା ତାହା ଟିଏମସି ଦଖଲକୁ ଆସିଥିଲା। ନନ୍ଦିଗ୍ରାମ ଆନ୍ଦୋଳନର ନେତୃତ୍ୱ ଶୁଭେନ୍ଦୁ ଅଧିକାରୀ ନେଉଥିଲେ। ତେଣୁ ଏଠାରେ ତାଙ୍କର ପତିଆରା ରହିଛି।

ଶୁଭେନ୍ଦୁଙ୍କ ପାଇଁ ରହିଛି ଅଡୁଆ

ଯଦିଓ ନନ୍ଦିଗ୍ରାମ ଆସନ ପାଇଁ ଶୁଭେନ୍ଦୁଙ୍କ ନାଁ ବିଜେପି ଘୋଷଣା କରିନାହିଁ ହେଲେ ମତଦାନ ବେଳେ ଶୁଭେନ୍ଦୁଙ୍କ ସବୁ ଆକଳନ ଭୁଲ୍ ହୋଇପାରେ। ଏହାର କାରଣ ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୦ ପ୍ରତିଶତ ମୁସଲିମ୍ ଭୋଟର ରହିଛନ୍ତି। ଆଉ ଟିଏମସି ଯେଉଁ ପ୍ରାର୍ଥୀ ଘୋଷଣା କରିଛି ସେଥିମଧ୍ୟରୁ ୪୨ ମୁସଲମାନ ପ୍ରାର୍ଥୀ ରହିଛନ୍ତି। ହେଲେ ବିଜେପି ଜୟ ଶ୍ରୀ ରାମର ନାରା ଦେଇ ହିନ୍ଦୁତ୍ୱ କାର୍ଡ ଖେଳିଛି। ତେଣୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁଙ୍କ ମୁଣିରେ ମୁସଲିମଙ୍କ ଭୋଟ୍ ପଡ଼ିବା ସନ୍ଦେହ ଘେରରେ। ହେଲେ ଶୁଭେନ୍ଦୁ ମାଟିର ପୁଅ ତେଣୁ ଏବଂ ବ୍ୟକ୍ତିଗତ ଚେହେରା ପାଇଁ କିଛି ମୁସଲିମ ଭୋଟ ତାଙ୍କ ସପକ୍ଷକୁ ଆସିପାରେ।

ସେହିପରି ହିନ୍ଦୁ ଓ ଅନ୍ୟ ସମ୍ପ୍ରଦାୟର ଭୋଟରଙ୍କ ସଂଖ୍ୟା ୬୦ ପ୍ରତିଶତ ରହିଥିଲେ ମଧ୍ୟ ମମତା ପଶ୍ଚିମବଙ୍ଗରେ ଏବେବି ସର୍ବାଧିକ ଲୋକପ୍ରିୟ ନେତା। ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟର ଟିଏମସିକୁ ସମର୍ଥନ ରହିଥିବାରୁ ମମତାଙ୍କ ପାଇଁ ସେତେଟା ଚ୍ୟାଲେଞ୍ଜ ହେବନି ଏହି ଆସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story