Advertisment

ମମତାଙ୍କ ଦେହରେ ଗଲାନି ଓଡ଼ିଶାକୁ ବାତ୍ୟା ସହାୟତା

ଭୁବନେଶ୍ୱର: ମହାମାରୀ ଏବଂ ବାତ୍ୟା ଏକ ପ୍ରକୃତିର କରାଳ ରୂପ। ଏପରି ସ୍ଥିତିରେ ସମସ୍ତେ ପରସ୍ପର ପ୍ରତି ସମବେଦନା ଦେଖାନ୍ତି। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ବାତ୍ୟା ପୂର୍ବରୁ କେନ୍ଦ୍ର ସରକାର କାହିଁକି ଓଡ଼ିଶାକୁ ଅଧିକ ସହାୟତା ଟଙ୍କା ଘୋଷଣା କଲେ ବୋଲି ମମତା ବାନାର୍ଜୀ ପ୍ରେସ କନଫରେନସ କରି ପ୍ରଶ୍ନ କରିଛନ୍ତି। ସେ ଯୁକ୍ତି ରଖିଛନ୍ତି ପଶ୍ଚିମବଙ୍ଗ ବଡ଼ ରାଜ୍ୟ ହୋଇଥିଲା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ କାହିଁକି ଅଧିକ […]

ଅଦ୍ୟତନ ହୋଇଛି
ଜେଲରେ ଦୁଇ ରାତି କଟିବା ପରେ ବି ଟିଏମସି ନେତାଙ୍କୁ ମିଳିଲାନି ଆଶ୍ୱସ୍ତି

Mamata-Banarjee

Advertisment

ଭୁବନେଶ୍ୱର: ମହାମାରୀ ଏବଂ ବାତ୍ୟା ଏକ ପ୍ରକୃତିର କରାଳ ରୂପ। ଏପରି ସ୍ଥିତିରେ ସମସ୍ତେ ପରସ୍ପର ପ୍ରତି ସମବେଦନା ଦେଖାନ୍ତି। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ବାତ୍ୟା ପୂର୍ବରୁ କେନ୍ଦ୍ର ସରକାର କାହିଁକି ଓଡ଼ିଶାକୁ ଅଧିକ ସହାୟତା ଟଙ୍କା ଘୋଷଣା କଲେ ବୋଲି ମମତା ବାନାର୍ଜୀ ପ୍ରେସ କନଫରେନସ କରି ପ୍ରଶ୍ନ କରିଛନ୍ତି।

Advertisment

ସେ ଯୁକ୍ତି ରଖିଛନ୍ତି ପଶ୍ଚିମବଙ୍ଗ ବଡ଼ ରାଜ୍ୟ ହୋଇଥିଲା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ କାହିଁକି ଅଧିକ ଟଙ୍କା ଦେଲେ? ଖାଲି ପ୍ରେସ କନଫରେନସ ନୁହେଁ ଗୃହମନ୍ତ୍ରୀଙ୍କ ବୈଠକରେ ସେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ ବୋଲି ନିଜେ ପ୍ରେସ କନଫରେନସ ବେଳେ କହିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ୬୦୦ କୋଟି,  ଆନ୍ଧ୍ରପ୍ରଦେଶକୁ ୬୦୦ କୋଟି, ପଶ୍ଚିମବଙ୍ଗକୁ ୪୦୦ କୋଟିର ଅଗ୍ରୀମ ଟଙ୍କା ଘୋଷଣା କରିଛନ୍ତି। ଏଭଳି କରି କେନ୍ଦ୍ର ପାତର ଅନ୍ତର କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।

ମମତା ଓଡ଼ିଶାକୁ ଅଧିକ ଟଙ୍କାର ସହାୟତା କାହିଁକି ଦିଆଗଲା କହି ବେଙ୍ଗଲ ପ୍ରତି ମମତାଙ୍କର କେତେ ଦରଦ ଅଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଓଡ଼ିଶାକୁ ପ୍ରସଙ୍ଗ କରି ପଶ୍ଚିମବଙ୍ଗରେ ରାଜନୀତି କରିବାର ଉଦ୍ଦେଶ୍ୟ କଣ? ମମତା ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ପ୍ରଭାବିତ ସ୍ଥାନର ତାଲିକାକୁ ଗ୍ରହଣ କରନ୍ତି ନା ନିଜ ରାଜନୀତିକ ଉଦ୍ଦେଶ୍ୟ ରଖି ପ୍ରଭାବିତ ତାଲିକା ସ୍ଥିର କରନ୍ତି? ପଡ଼ୋଶୀ ରାଜ୍ୟ ଭାବରେ ସକାଳୁ ସଂଧ୍ୟା ଦୁଇ ରାଜ୍ୟ ମଧ୍ୟରେ ଯାତାୟତ ରହିଥାଏ। କିନ୍ତୁ ବାତ୍ୟାର ପ୍ରକୋପ ଯେ ଓଡ଼ିଶା ଉପରେ ଅଧିକ ଥିଲା ତାହା କଣ ମମତା ବୁଝିପାରିଲେନି? ନା କେନ୍ଦ୍ରକୁ ଦୋଷ ଦେବାକୁ ଯାଇ ଓଡ଼ିଶାକୁ କାହିଁକି ଅଧିକ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି?

Advertisment

https://twitter.com/ANI/status/1396794763794292741?s=20

ଗତବର୍ଷ ଏହି ସମୟରେ ବାତ୍ୟା ଅମ୍ଫାନର ପ୍ରଭାବରେ ଓଡ଼ିଶା, ବେଙ୍ଗଲ ପ୍ରଭାବିତ ହୋଇଥିଲା। ସେତେବେଳେ ଓଡ଼ିଶାକୁ ୫୦୦କୋଟି ବେଳେ ପଶ୍ଟିମବଙ୍ଗକୁ ୧୦୦୦ କୋଟି ଟଙ୍କାର ଅଗ୍ରୀମ ପ୍ୟାକେଜ ଘୋଷଣା କରିଥିଲେ। ସେତେବେଳେ କିନ୍ତୁ ଓଡ଼ିଶା କହିନଥିଲା କାହିଁକି ବେଙ୍ଗଲକୁ ଅଧିକ ରିଲିଫ୍ ଦେଲା କେନ୍ଦ୍ର? ଅନ୍ୟପଟେ ଅମ୍ଫାନ୍ ପାଇଁ କେନ୍ଦ୍ର ଦେଇଥିବା ଟଙ୍କାକୁ ନିଜ ଦଳୀୟ କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିରୋଧୀ ବିଜେପି ପ୍ରଶ୍ନ କରିଥିଲା। ମମତା କିନ୍ତୁ ଏବାବଦରେ ନିରବ ରହିଥିଲେ।

https://twitter.com/AmitShah/status/1396779300724961282?s=20

ପାଣିପାଗ ବିଭାଗ କହିଥିଲା ବାତ୍ୟା ୟାସ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ। ଏଥିପାଇଁ ଓଡ଼ିଶାର ୮ଟି ଜିଲ୍ଲାକୁ ରେଡ୍ ଜୋନ୍ ଅର୍ଥାତ୍ ବିପଦ ତାଲିକାରେ ରଖିଥିଲା। ହେଲେ ପଶ୍ଚିମବଙ୍ଗର ୨୦ଟି ଜିଲ୍ଲାକୁ ଅରେଞ୍ଜ ଜୋନରେ ରଖିଥିଲା। ଅର୍ଥାତ୍ ପ୍ରସ୍ତୁତ ରହିବାକୁ କହିଥିଲା। କିନ୍ତୁ ବାତ୍ୟାର ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିଲା। ଏବେ ୟସ୍ ଲ୍ୟାଣ୍ଡ ଫଲ କରି ଦୁର୍ବଳ ହୋଇସାରିଲାଣି। ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ପବନ ସହିତ ପ୍ରବଳ ବର୍ଷା ହୋଇଥିବା ବେଳେ ପଶ୍ଚିମବଙ୍ଗରେ କେବଳ ବର୍ଷା ହୋଇଛି। ତେଣୁ ମମତା ବାନାର୍ଜୀ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବାକୁ ଯାଇ ଓଡ଼ିଶାକୁ କାହିଁକି ଅଧିକ ଟଙ୍କା ଘୋଷଣା ନେଇ ପ୍ରଶ୍ନ କରିବା କେତେ ସମୀଚିନ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe