Advertisment

ପାଟ୍ଟଶାଣୀଙ୍କୁ ରାଜ୍ୟପାଳ ଅଫର୍ ଦେବେ କି ମୋଦି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ହେବେ କି ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।? ଏଥିପାଇଁ ସେ ଦିଲ୍ଲୀ ଯାଇ କଥାବାର୍ତ୍ତା ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ସତରେ କ’ଣ ଶ୍ରୀ ପାଟ୍ଟଶାଣୀ ରାଜ୍ୟପାଳ ଦୌଡ଼ରେ ଅଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଖୋଦ୍ ପ୍ରସନ୍ନ ପାଟ୍ଟଶାଣୀ। ରାଜ୍ୟପାଳ ପଦବୀ ପାଇଁ କୌଣସି ଲାଳସା ନଥିବା ସେ କହିଛନ୍ତି। ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ମୁଁ କୌଣସି ରେସରେ ନାହିଁ ଏବଂ ଏଥିପାଇଁ ଲାଳାୟିତ ମଧ୍ୟ […]

ଅଦ୍ୟତନ ହୋଇଛି
ପାଟ୍ଟଶାଣୀଙ୍କୁ ରାଜ୍ୟପାଳ ଅଫର୍ ଦେବେ କି ମୋଦି?

prasanna-pattsani

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ହେବେ କି ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।? ଏଥିପାଇଁ ସେ ଦିଲ୍ଲୀ ଯାଇ କଥାବାର୍ତ୍ତା ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ସତରେ କ’ଣ ଶ୍ରୀ ପାଟ୍ଟଶାଣୀ ରାଜ୍ୟପାଳ ଦୌଡ଼ରେ ଅଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଖୋଦ୍ ପ୍ରସନ୍ନ ପାଟ୍ଟଶାଣୀ। ରାଜ୍ୟପାଳ ପଦବୀ ପାଇଁ କୌଣସି ଲାଳସା ନଥିବା ସେ କହିଛନ୍ତି।

Advertisment

ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ମୁଁ କୌଣସି ରେସରେ ନାହିଁ ଏବଂ ଏଥିପାଇଁ ଲାଳାୟିତ ମଧ୍ୟ ନୁହେଁ। ଯଦି ଭଗବାନ ଚାହିଁବେ, ତାହେଲେ ମୁଁ ନିଶ୍ଚୟ ଏହାକୁ ଗ୍ରହଣ କରିବି। ଏଭଳି ପଦବୀ ପାଇଁ ମୁଁ ଲବି କରିବି ନାହିଁ। ରାଜ୍ୟସଭାକୁ ଯିବା ପାଇଁ ମୋତେ ନେତା କହିଥିଲେ। ଆଉ ତାହା କରିଦେବା କଥା। ଯଦି କିଛି ନକରିବେ, ତାହେଲେ ମୋର ସେଥିରେ ଦୁଃଖିତ ହେବାର ନାହିଁ। ଆଗକୁ ପୁଣି ରାଜ୍ୟସଭା ପଦ ଆସୁଛି। ସେଥିରେ ଯଦି ଦେବେ ଦେବେ। ଯଦି ନଦେବେ ଆମେ କାହିଁକି ତାଙ୍କୁ ଖୁସାମନ୍ତ କରିବା ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ କେତେ ବଡ଼ ଲୋକ। ସେ କାହିଁକି ଚାହିଁବେ ମୋତେ ରାଜ୍ୟପାଳ କରିବାକୁ। ଆଉ ଯଦି ସେ ଚାହିଁବେ ଏବଂ ମୁଁ ନଯିବି, ତାହେଲେ ମୋ’ଠାରୁ ବଡ଼ ବୋକା କିଏ ଅଛି। ଗୋଟିଏ ସତ୍ୟର ବଳ ଶହେ ହାତୀର ବଳ ଠାରୁ ସମାନ। ଗୋଟିଏ ମିଥ୍ୟାର ବଳ ହଜାରେ ଗଧର ବଳ ସହ ସମାନ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

Advertisment

ଅନ୍ୟପକ୍ଷରେ ପ୍ରସନ୍ନ ପାଟ୍ଟଶାଣୀ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏବେ Democracy ଟା DemonCracy ହେଇଯାଉଛି। ଘଟଣାଟି ବର୍ତ୍ତମାନ ସବଜୁଡିସ୍। ବିଜୁ ପଟ୍ଟନାୟକ ନାରୀଙ୍କୁ ସମ୍ମାନ ଦେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ନାରୀଙ୍କୁ ସମ୍ମାନ ଦିଅନ୍ତି। ବିଜେଡି ଆଜି ନାରୀମାନଙ୍କ ପାଇଁ ସୁଦୃଢ ହୋଇଛି ଏବଂ ଆମ ସରକାର ନାରୀମାନଙ୍କ ପାଇଁ ଆଜି କ୍ଷମତାରେ ବସିଛି। ସବୁ ରାଜନୈତିକ ଦଳ ଗୁଡ଼ିକର ନେତାମାନେ ପଦ ପାଇଗଲା ପରେ ସେମାନଙ୍କର ଗର୍ବ ବଢିଯାଏ। ମମିତା ପ୍ରସଙ୍ଗରେ ବିରୋଧୀ ଯେଉଁ ସବୁ ଅଭିଯୋଗ ଆଣୁଛନ୍ତି, ତାହା ସେମାନଙ୍କ ଧର୍ମ। ମମିତା ମାମଲାରେ ଆମକୁ କୋର୍ଟଙ୍କ ରାୟଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସେ ଏକାକୀ ନୁହଁନ୍ତି, ନିଜ ସମର୍ଥକଙ୍କୁ ମଧ୍ୟ ବିଜେପିରେ ସାମିଲ କରାଇବା ନେଇ ଚର୍ଚ୍ଚା ହେଉଛି। ଏଥିପାଇଁ ଦିଲ୍ଲୀରେ ଶୀର୍ଷ ସ୍ତରରେ କଥାବାର୍ତ୍ତା ହୋଇଛି। କେବଳ ଆନୁଷ୍ଠାନିକ ଭାବେ ମିଶ୍ରଣ ପର୍ବକୁ ଅପେକ୍ଷା କରାଯାଇଥିବା ଚର୍ଚ୍ଚା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe