କଂଗ୍ରେସର ଜର୍ସି ପିନ୍ଧିବେ ନା ବାହାରୁ କୋଚ୍‌ ସାଜିବେ ପ୍ରଶାନ୍ତ କିଶୋର?

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିବା ବେଳେ ଆଜି ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ମଧ୍ୟ ତାଙ୍କୁ ଦଳରେ କେଉଁ ଭୂମିକା ଦେବ, ତା’ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ଏସବୁ ଭିତରେ ପ୍ରଶାନ୍ତ କିଶୋର କଂଗ୍ରେସର ଜର୍ସି ପିନ୍ଧି ସିଧାସଳଖ ମୈଦାନକୁ ଓହ୍ଲାଇବେ ନା ବାହାରୁ କୋଚ୍‌ ହେବାକୁ ପସନ୍ଦ କରିବେ, ତା’ହା ଏବେ […]

PK

PK

Hemant Lenka
  • Published: Thursday, 05 August 2021
  • Updated: 05 August 2021, 05:21 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିବା ବେଳେ ଆଜି ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ମଧ୍ୟ ତାଙ୍କୁ ଦଳରେ କେଉଁ ଭୂମିକା ଦେବ, ତା’ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ଏସବୁ ଭିତରେ ପ୍ରଶାନ୍ତ କିଶୋର କଂଗ୍ରେସର ଜର୍ସି ପିନ୍ଧି ସିଧାସଳଖ ମୈଦାନକୁ ଓହ୍ଲାଇବେ ନା ବାହାରୁ କୋଚ୍‌ ହେବାକୁ ପସନ୍ଦ କରିବେ, ତା’ହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

୨୦୧୪ ପରଠାରୁ କଂଗ୍ରେସର ଅବସ୍ଥା ଦେଶରେ ଧୀରେଧୀରେ ବିଲୁପ୍ତ ହେବାରେ ଲାଗିଛି। ୨୦୧୯ ନିର୍ବାଚନ ପରେ ଦଳ ଆହୁରି ଖରାପ ସ୍ଥିତିକୁ ଚାଲି ଆସିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଟ୍ରାକ୍‌କୁ ଫେରିବାକୁ ଚାହୁଁଛି। ଦଳର ଏପରି କମବ୍ୟାକ୍‌ ପାଇଁ ପ୍ରଶାନ୍ତ କିଶୋର ଏକମାତ୍ର ଯୋଗ୍ୟ ବ୍ୟକ୍ତି ବୋଲି କୁହାଯାଉଛି।

ସେ ମଧ୍ୟ ଦଳକୁ ପୁଣି ଟ୍ରାକ୍‌କୁ ଫେରାଇବା ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଏକାଧିକ ରାଉଣ୍ଡର ବୈଠକ ମଧ୍ୟ କରିଛନ୍ତି। ତେଣୁ ସେ କଂଗ୍ରେସ ପାଇଁ ଗେମ ଚେଞ୍ଜର ହେବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି, ପ୍ରଶାନ୍ତ କିଶୋରଙ୍କୁ ଦଳରେ ମୁଖ୍ୟ ପରାମର୍ଶଦାତା ପଦରେ ଅବସ୍ଥାପିତ କରିବାକୁ ଯୋଜନା କରାଯାଇଛି।

ସେ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଦାୟିତ୍ୱରେ ରହିପାରନ୍ତି। ତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ରଣନୀତିର ଜାତୀୟ ସାଧାରଣ ସମ୍ପାଦକ ପଦ ଦେବାକୁ ବିଚାର କରାଯାଉଥିବା ସେ କହିଛନ୍ତି।

କିନ୍ତୁ ପ୍ରଶାନ୍ତ କିଶୋର ବାରମ୍ବାର ଗାନ୍ଧି ପରିବାରର ସଦସ୍ୟଙ୍କ ସହ ଆଲୋଚନା କରୁଥିଲେ ହେଁ କେବେ ହେଲେ ସିଧାସଳଖ ଦଳରେ ସାମିଲ ହେବେ ବୋଲି କହିନାହାନ୍ତି। ତେଣୁ ସେ ଦଳରେ ଯୋଗ ଦେବେ କି ନାହିଁ, ସେକଥା ସଂସଦର ମୌସୁମୀ ଅଧିବେଶନ ପରେ ଜଣାପଡ଼ିବ। ଯଦି ସେ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ନ ହେବେ, ତା’ହେଲେ ବାହାରୁ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ।

ପ୍ରଶାନ୍ତ କିଶୋରଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତାଙ୍କ ପାଖକୁ ଏଯାଏ କଂଗ୍ରେସ ପକ୍ଷରୁ ପଦପଦବୀର ଅଫର ଆସିନାହିଁ। ସେହିପରି ସେ ମଧ୍ୟ କୌଣସି ପଦପଦବୀର ଆବଶ୍ୟକ କରୁନାହାନ୍ତି। ସେ କେବଳ ଫ୍ରି ହ୍ୟାଣ୍ଡ ବା ମୁକ୍ତ ହସ୍ତରେ କାମ କରିବାକୁ ଚାହୁଁଛନ୍ତି।

କାରଣ ପୂର୍ବରୁ ସେ ଯେଉଁ ସବୁ ଦଳ ପାଇଁ କାମ କରିଛନ୍ତି, ସେମାନେ ସମସ୍ତେ ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ ହିଁ ବାଟ ଚାଲିଥିଲେ। କଂଗ୍ରେସରେ ମଧ୍ୟ ପ୍ରଶାନ୍ତ ସେଭଳି ପରିବେଶ ଚାହୁଁଛନ୍ତି। ସେ ମୁକ୍ତ ଭାବେ କାମ କରିବା ସହ ନିଜ ଇଚ୍ଛାରେ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ତେଣୁ କଂଗ୍ରେସ ତାଙ୍କ କଥାରେ କେବଳ ପରିଚାଳିତ ହେବା ଦରକାର ବୋଲି ପ୍ରଶାନ୍ତ ଚାହୁଁଛନ୍ତି। କଂଗ୍ରେସ ଯଦି ତାଙ୍କର ଏସବୁ କଥାରେ ରାଜି, ତା’ହେଲେ ସେ ଖୁବଶୀଘ୍ର ଦଳ ପାଇଁ କୋଚ ସାଜି ପାରନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଶାନ୍ତ କିଶୋର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଘରକୁ ଯାଇଥିଲେ। ଏଠାରେ ସେ ଆଲୋଚନା କରି ଫେରିବା ପରେ କଂଗ୍ରେସ ପାଇଁ ସେ କାମ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୪ ନିର୍ବାଚନ ପରେ ଫର୍ମ ହରାଇଥିବା କଂଗ୍ରେସ ୨୦୧୯ରେ ଆହୁରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକାଧିକ ନେତା ଦଳ ଛାଡ଼ିବା ମଧ୍ୟ ଦଳ ପାଇଁ କାଳ ହୋଇଛି। ଏସବୁ ଭିତରେ ରାଜନୀତିକ ପଣ୍ଡିତମାନେ ପ୍ରଶାନ୍ତ କିଶୋର ଦଳର ସଙ୍କଟମୋଚକ ସାଜିବେ ବୋଲି ମତ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story