‘ଦିବ୍ୟଶଙ୍କର’ ନିଆଁକୁ ଅଣ୍ଟିରେ ପୁରାଇଛନ୍ତି ନବୀନ: ଜାନକୀ ଯୁଗର ପୁନରାବୃତ୍ତି ହେବ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତା ଓ ସେକ୍ସ ସ୍କାଣ୍ଡାଲରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଗତ ୩ଦିନ ଧରି ରାଜ୍ୟରେ ସରଗରମ ପରିସ୍ଥିତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ମହିଳାଙ୍କୁ ନିର୍ମମ ହତ୍ୟାର ତଥ୍ୟ ପ୍ରମାଣ ମିଳିବା ସତ୍ତ୍ୱେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ଓ ଏଭଳି ବେପରୁୱା […]

janaki-pattnaik-and-naveen-

janaki-pattnaik-and-naveen-

Ordigital Desk
  • Published: Wednesday, 20 October 2021
  • Updated: 20 October 2021, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତା ଓ ସେକ୍ସ ସ୍କାଣ୍ଡାଲରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଗତ ୩ଦିନ ଧରି ରାଜ୍ୟରେ ସରଗରମ ପରିସ୍ଥିତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ମହିଳାଙ୍କୁ ନିର୍ମମ ହତ୍ୟାର ତଥ୍ୟ ପ୍ରମାଣ ମିଳିବା ସତ୍ତ୍ୱେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ଓ ଏଭଳି ବେପରୁୱା ଆଭିମୁଖ୍ୟ ଓଡ଼ିଶାରେ ୯୦ ଦଶକରେ କଂଗ୍ରେସ ଶାସନର ପୁନରାବୃତ୍ତିର ଅୟଂଆରମ୍ଭ ବୋଲି ଚର୍ଚ୍ଚା ହେଉଛି। ନିଜର ଭାବମୂର୍ତ୍ତି ପାଇଁ ୫ଥର ଶାସନରେ ବସିଥିବା ନବୀନ ଏବେ ଏଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ସାହାସ କରିପାରୁନାହାନ୍ତି ଓ କ’ଣ ତାଙ୍କ ପାଇଁ ବାଧକ ସାଜିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବେବିନା, ଇତିଶ୍ରୀ, ମାଧବୀଲତା, ସସ୍ମିତା ଓ ସ୍ମିତାରାଣୀ ହତ୍ୟା ଭଳି ମମିତା ହତ୍ୟା ମାମଲା ବି କିଛିଦିନର ହୋ-ହାଲ୍ଲା ପରେ ଶାନ୍ତ ପଡ଼ିଯିବ ଭାବି ନବୀନ ସରକାର ଚୁପ୍ ବସି ପଡ଼ିଛନ୍ତି। ତେବେ ନବେ ଦଶକରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ଯେଭଳି ଅଞ୍ଜନା ମିଶ୍ର ମାମଲାରେ ତତକାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ସୁରକ୍ଷା ଦେବାକୁ ଜିଦ୍ ଦେଖାଇ ନିଜ ଶାସନର ଅନ୍ତ ଘଟାଇଥିଲା, ଏବେ ଠିକ୍ ସେଭଳି ମମିତା ମେହେର ମାମଲାରେ ନବୀନ ପଟ୍ଟନାୟକ ସରକାର ମନ୍ତ୍ରୀ ଦିବ୍ୟଶଙ୍କରକୁ ସୁରକ୍ଷା ଦେବାର ଜିଦ୍ ଧରି ପରୋକ୍ଷରେ ବିଜେଡି ଶାସନର ପତନର ବୀଜରୋପଣ କରୁଥିବା ଚର୍ଚ୍ଚା ହେଉଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୧୩ ତାରିଖରେ ପୁଲିସ ୪ଦିନ ଅଟକ ରଖିବା ଭିତରେ ସେ ନିଜର ଗଡ଼ଫାଦର ତଥା ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଫୋନ୍ ନମ୍ବରକୁ ଏକାଧିକ ଥର ଫୋନ୍ କରିଛନ୍ତି। ଏପରିକି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ମଧ୍ୟ ୩ରୁ ୪ଥର କଥା ହୋଇଥିବାର ସୂଚନା ମିଳିଛି। ତେଣୁ ୧୭ତାରିଖରେ ଗୋବିନ୍ଦ ଫେରାର ହେବା ପଛରେ ଗୃହ ମନ୍ତ୍ରୀଙ୍କ ଭୂମିକା କ’ଣ ଥିଲା ତାହା ପୁଲିସ ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ହୋଇପଡ଼ିଛି।

ସେହିପରି ଗୋବିନ୍ଦଙ୍କ ସ୍କୁଲକୁ ମନ୍ତ୍ରୀ ଶ୍ରୀ ମିଶ୍ର ଅନେକଥର ଯାଇଥିବା ଓ ସେଠାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରହିବାର ତଥ୍ୟ ପ୍ରମାଣ ବି ପୁଲିସ ହାତରେ ଲାଗି ସାରିଛି ଏବଂ ମନ୍ତ୍ରୀଙ୍କ ବଳରେ ଗୋବିନ୍ଦ ନିଜର ଅନୈତିକ କାର୍ଯ୍ୟ ମାଧ୍ୟମରେ ପ୍ରଭାବଶାଳୀ ପାଲଟିଥିବା ସ୍ପଷ୍ଟ ହୋଇଛି। ତେଣୁ ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ଉଭୟ ଗୋବିନ୍ଦ ଓ ଶ୍ରୀ ମିଶ୍ରଙ୍କ ଫୋନ୍ କଲ୍ ରେକର୍ଡସରୁ ଉଭୟଙ୍କର ସମ୍ପର୍କ ଘନିଷ୍ଠତାର ପ୍ରମାଣ ପୁଲିସକୁ ସହଜରେ ମିଳିପାରିବ। ତେବେ ପ୍ରଶ୍ନ ଉଠୁଛି, ନିଜର ବସ୍ (ଗୃହମନ୍ତ୍ରୀ) ଶ୍ରୀ ମିଶ୍ରଙ୍କୁ ଦେଖିବାମାତ୍ରେ ସାଲ୍ୟୁଟ୍ କରୁଥିବା ରାଜ୍ୟ ପୁଲିସ କ’ଣ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାହାସ କରିପାରିବ? ଏହା ମଧ୍ୟ ପୁଲିସ ପକ୍ଷେ ସମ୍ଭବପର ନୁହେଁ? ଶ୍ରୀ ମିଶ୍ର ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତଦନ୍ତ ମଧ୍ୟ ନିରପେକ୍ଷ ହେବ ବୋଲି ଆଶା କରାଯାଇ ନପାରେ।

ସେହିପରି ୨୦୧୯ ସାଧାରଣ ନିର୍ବାଚନ ପରଠୁ କଳାହାଣ୍ଡି ଜିଲ୍ଲା ରାଜନୀତିରେ ଶ୍ରୀ ମିଶ୍ରଙ୍କ ପ୍ରଭାବ ବୃଦ୍ଧି ଓ ରାଜ୍ୟର ୪ଟି ହେଭିୱେଟ୍ ବିଭାଗର ମନ୍ତ୍ରୀ ପଦ ତାଙ୍କୁ ଦେଇ ବିଜେଡି ପରାମର୍ଶଦାତା ପରୋକ୍ଷରେ ଶ୍ରୀ ମିଶ୍ରଙ୍କୁ ବଳିୟାନ କରାଇଛନ୍ତି। ଏପରିକି ବିଜେଡିର କଳାହାଣ୍ଡି ଜିଲ୍ଲା ପାଇଁ ଦଳୀୟ କାର୍ଯ୍ୟାଳୟ ନିମନ୍ତେ ଯେଉଁ ଜମିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ତାହା ଶ୍ରୀ ମିଶ୍ରଙ୍କର ଏବଂ ମୋଟା ଅଙ୍କ ଦେଇ ଦଳ ସେହି ଜମି କିଣିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ବିଜେଡିର ଯେଉଁ ପ୍ରଭାବଶାଳୀ ଯୁବ ବିଧାୟକଙ୍କ ଯୋଗୁ ଶ୍ରୀ ମିଶ୍ର ଏକକାଳୀନ ୪ଟି ବିଭାଗ ଦାୟିତ୍ୱ ତୁଲାଉଛନ୍ତି ସେହି ବିଧାୟକଙ୍କର ପଶ୍ଚିମ ଓଡ଼ିଶାରେ ବ୍ୟବସାୟିକ ସାମ୍ପ୍ରାଜ୍ୟ ବୃଦ୍ଧିରେ ବି ମନ୍ତ୍ରୀ ଶ୍ରୀ ମିଶ୍ର ଭାଗିଦାରୀ ଥିବା ଚର୍ଚ୍ଚା ହେଉଛି।

ଏହି ବ୍ୟବସାୟିକ ହିସାବନିକାସ ସରୁ ନଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ହଟାଇବା କାଳେ ବୁମେରାଂ ହେବ ସେହି ଆଶଙ୍କାରେ ବିଜେଡି ପରାମର୍ଶଦାତା ଓ ସମ୍ପୃକ୍ତ ପ୍ରଭାବଶାଳୀ ଯୁବ ବିଧାୟକ କୁଆଡ଼େ ଏବେ ‘ଦିବ୍ୟଶଙ୍କର’ ରୂପକ ନିଆଁକୁ ଅଣ୍ଟିରେ ପୁରାଇ ରଖିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୂପ ଭାବେ ପ୍ରଭାବିତ କରି ସମୟ ଗଡ଼ାଇ ଚାଲିଛନ୍ତି। ଆଉ ଇତିଶ୍ରୀ, ମାଧବୀଲତା, ସସ୍ମିତା ଓ ସ୍ମିତାରାଣୀ, ମାହାଙ୍ଗା ଡବଲ ମର୍ଡର ଭଳି ମାମଲାରେ ବିରୋଧୀ ଦଳକୁ ମ୍ୟାନେଜ୍ କରି ମାମଲାକୁ ଡଷ୍ଟବିନକୁ ପକାଇବାରେ ସକ୍ଷମ ହୋଇଥିବା ବିଜେଡି ଏବେ ଅନୁରୂପ ଫର୍ମୂଲା ଆପଣାଇ ଦିବ୍ୟଶଙ୍କରକୁ ସୁରକ୍ଷିତ ରଖିବ ବୋଲି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଆଉ ବିବାଦ ଓ ଅନୀତିର ଗନ୍ଧକୁ ବାରି କାର୍ଯ୍ୟାନୁଷ୍ଠାନ ନେଉଥିବା ନବୀନଙ୍କର ଏବେ ଏଭଳି ଆଭିମୁଖ୍ୟ ହିଁ ପରୋକ୍ଷରେ ରାଜ୍ୟବାସୀଙ୍କୁ ୧୯୯୯ ମସିହାର ଅଞ୍ଜନା ମିଶ୍ର ଯୌନ ନିର୍ଯାତନା ମାମଲାରେ କଂଗ୍ରେସ ଜାନକୀବଲ୍ଲଭ ପଟ୍ଟନାୟକ ସରକାରର ଆଭିମୁଖ୍ୟକୁ ସତେଜ କରାଇଛି। ଅଞ୍ଜନା ମାମଲା କଂଗ୍ରେସକୁ ରାଜ୍ୟରେ ତଳିତଳାନ୍ତ କରିଥିବାବେଳେ ମମିତା ମାମଲାରେ ନବୀନଙ୍କ ବର୍ତ୍ତମାନର ଆଚରଣ ପରୋକ୍ଷରେ ବିଜେଡିକୁ ଆଗାମୀ ଦିନରେ ତଳିତଳାନ୍ତ କରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଏତେ ହୋ-ହାଲ୍ଲା ପରେ ବି ନବୀନ ସରକାର ମମିତା ମେହେର ହତ୍ୟା ଭଳି ସମ୍ବେଦନଶୀଳ ମାମଲାର କ୍ରାଇମବ୍ରାଂଚ ହେଉ ଅବା ଏସଆଇଟି ଅବା ବିଚାରବିଭାଗୀୟ ତଦନ୍ତ ପାଇଁ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ତାହା ବି ବୁଝାପଡ଼ୁନି। ପଂଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିଲେ ବି ବିଭିନ୍ନ ଇସ୍ୟୁରେ ମ୍ୟାନେଜ ହେଉଥିବା ଅପାରଗ ଦୁଇ ବିରୋଧୀ ଦଳର ଦୟନୀୟ ସ୍ଥିତିକୁ ଆକଳନ କରି ସମ୍ଭବତଃ ବିଜେଡି ପରାମର୍ଶଦାତା ଏପରି ଆଭିମୁଖ୍ୟ ଆପଣାଇ ମନ୍ତ୍ରୀ ଦିବ୍ୟଶଙ୍କରକୁ ସୁରକ୍ଷା ଦେବାକୁ ଚିନ୍ତା କରୁଥିବା ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story