Advertisment

ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା।

ଅଦ୍ୟତନ ହୋଇଛି
Harsh Malhotra & Baijayant Panda

Harsh Malhotra & Baijayant Panda

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା। ତାଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଦାୟିତ୍ୱ ମିଳିବାକୁ ନେଇ ସେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟ ଯୋଗେ ସେ ସାଂସଦ ପଣ୍ଡାଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

Advertisment

ଏକ୍ସ ପୋଷ୍ଟରେ ମଲହୋତ୍ରା କହିଛନ୍ତି, "ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୋତେ ନିର୍ବାଚନ ପରିଚାଳନା ସଂଯୋଜକ ରୂପରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା, ସହପ୍ରଭାବୀ ସାଂସଦ ଅତୁଲ ଗର୍ଗ, ରାଷ୍ଟ୍ରୀୟ ସଚିବ ତଥା ଦିଲ୍ଲୀ ନିର୍ବାଚନ ସହପ୍ରଭାରୀ ଅଳକା ସିଂହ ଗୁର୍ଜାର, ଦିଲ୍ଲୀର ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବ ଏବଂ ଦିଲ୍ଲୀ ସଂଗଠନ ମନ୍ତ୍ରୀ ପବନ ରାଣାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।" 

ପ୍ରକାଶ ଥାଉକି, ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବ୍ରୁଆରୀରେ ନିର୍ବାଚନ ହେବା ନେଇ ଅନୁମାନ କରାଯାଉଛି। ଏହା ପୂର୍ବରୁ ଗତକାଲି ବିଜେପି ପକ୍ଷରୁ ନିର୍ବାଚନ ପରିଚାଳନା କମିଟି ଘୋଷଣା କରାଯାଇଛି। ଏଥିରେ ହର୍ଷଦୀପ ମଲହୋତ୍ରାଙ୍କୁ ସଂଯୋଜକ ଦାୟିତ୍ୱ ମିଳିଛି।

Advertisment

ଏହି ଦାୟିତ୍ୱ ମିଳିବା ପରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। 

Bjp Baijayant Panda Delhi Assembly Election Harshdeep Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe