Advertisment

INLD ହରିଆଣା ମୁଖ୍ୟ ନାଫେ ସିଂହ ରାଠୀଙ୍କୁ ଗୁଳିକରି ହତ୍ୟା, ପୂର୍ବରୁ ମିଳିଥିଲା ହତ୍ୟା ଧମକ

ନାଫେ ସିଂହ ରାଠୀ ବାହାଦୂରଗଡର ପୂର୍ବତନ ବିଧାୟକ ଥିଲେ ଏବଂ ଦୁଇ ଥର INLD ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ହରିଆଣାର ପୂର୍ବତନ ବିଧାୟକ ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Rathee's File Photo

Rathee's File Photo

ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିଆଣା ମୁଖ୍ୟ ନାଫେ ସିଂହ ରାଠୀଙ୍କୁ ଗୁଳିକରି ହତ୍ୟା। ରବିବାର ଝାଜାର ଜିଲ୍ଲାର ବାହାଦୁରଗଡରେ ତାଙ୍କୁ ହତ୍ୟା କରାଯାଇଛି। ଏଥିରେ ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Advertisment

ଆକ୍ରମଣକାରୀମାନେ ରାଠୀଙ୍କ ଗାଡିକୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲେ। ରାଠୀ ଏକ ଏସୟୁଭିରେ ଯାତ୍ରା କରୁଥିବା ସମୟରେ ବାହାଦୁରଗଡ ନିକଟରେ ଗୁଳି କରାଯାଇଥିଲା। ଏଥିରେ ଅନେକ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଡା ଘଟଣାକୁ ତିବ୍ର ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନିନ୍ଦା କରିଛନ୍ତି। ସେ କହିଛନ୍ତି, "ହରିଆଣାରେ INLD ରାଜ୍ୟ ସଭାପତି ନାଫେ ସିଂହ ରାଠୀଙ୍କୁ ଗୁଳି କରି ହତ୍ୟା କରାଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଏହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିତ କେତେ ବିପର୍ଯ୍ୟୟ ତାହା ପ୍ରମାଣ କରୁଛି। ଏପରି ଘଟଣା ପରେ କେହି ନିଜକୁ ସୁରକ୍ଷିତ ମଣୁନାହାଁନ୍ତି।" 

Advertisment

ନାଫେ ସିଂହ ରାଠୀ କିଏ?
ନାଫେ ସିଂହ ରାଠୀ ବାହାଦୂରଗଡର ପୂର୍ବତନ ବିଧାୟକ ଥିଲେ ଏବଂ ଦୁଇ ଥର INLD ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ହରିଆଣାର ପୂର୍ବତନ ବିଧାୟକ ସଂଘର ସଭାପତି ମଧ୍ୟ ଥିଲେ।

ଜଣେ INLD ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 70 ବର୍ଷୀୟ ରାଠୀଙ୍କୁ ଗତ କିଛି ଦିନ ହେବ ମୃତ୍ୟୁ ଧମକ ଦିଆଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ରାଠୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Haryana INLD Chief Nafe Singh Rathee Nafe Singh Shot Dead