Advertisment

'ଜମ୍ମୁ-କଶ୍ମୀର ସହ ରକ୍ତ ସମ୍ପର୍କ ଅଛି... ସେମାନଙ୍କ ଯନ୍ତ୍ରଣା ଦୂର କରିବା ମୋର ଲକ୍ଷ୍ୟ'

ଶ୍ରୀନଗରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ରାହୁଲ ଗାନ୍ଧି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଜମ୍ମୁ-କଶ୍ମୀରରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶ୍ରୀନଗର ଗସ୍ତ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧି କହିଛନ୍ତି ଜମ୍ମୁ-କଶ୍ମୀର ସହ ତାଙ୍କର ରକ୍ତ ସମ୍ପର୍କ ରହିଛି।

Advertisment

ଶ୍ରୀନଗରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧି କହିଛନ୍ତି, "ମୁଁ ଜମ୍ମୁ-କଶ୍ମୀର ଲୋକଙ୍କୁ ଭଲପାଏ... ମୋର ପୁରୁଣା ସମ୍ପର୍କ ରହିଛି, ସେମାନଙ୍କ ସହ ମୋର ରକ୍ତ ସମ୍ପର୍କ ଅଛି। ଜମ୍ମୁ-କଶ୍ମୀର ଲୋକଙ୍କ ହୃଦୟରେ ଥିବା ଯନ୍ତ୍ରଣା ଦୂର କରିବା ମୋର ଉଦ୍ଦେଶ୍ୟ।"

ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଜମ୍ମୁ-କଶ୍ମୀରକୁ ଯଥାଶୀଘ୍ର ରାଜ୍ୟ ମାନ୍ୟତା ଫେରାଇବା ଆମର (କଂଗ୍ରେସ) ଏବଂ ଇଣ୍ଡିଆ ମେଣ୍ଟର ପ୍ରଥମ ପ୍ରାଥମିକତା। ନିର୍ବାଚନ ପୂର୍ବରୁ ଏପରି କରିବାକୁ ଆମେ ଆଶା କରିଥିଲୁ। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି, ଠିକ୍ ଅଛି...  ଆମ ପାଇଁ ଜମ୍ମୁ-କଶ୍ମୀର ଲୋକଙ୍କ ପ୍ରତିନିଧିତ୍ୱ କରିବା ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ମୁଁ ଆପଣଙ୍କୁ କହୁଛି... 

Advertisment

ମୁଁ ସମଗ୍ର ଦେଶରେ ଗଣତନ୍ତ୍ରକୁ ରକ୍ଷା କରୁଛି, କିନ୍ତୁ ମୋର ଲକ୍ଷ୍ୟ ହେଉଛି ଜମ୍ମୁ-କଶ୍ମୀର ଲୋକଙ୍କ ହୃଦୟରେ ଥିବା ଯନ୍ତ୍ରଣାକୁ ଦୂର କରିବା। ଏହା ମୋର ରାଜନୈତିକ ବିବୃତ୍ତି ନୁହେଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।  

ସେ ଆହୁରି କହିଛନ୍ତି, ସ୍ୱାଧୀନତା ପରେ ଅନେକ କେନ୍ଦ୍ରଶାସିତ ଅଞ୍ଚଳ ରାଜ୍ୟରେ ପରିଣତ ହୋଇଥିଲା। କିନ୍ତୁ ପ୍ରଥମ ଥର ପାଇଁ କୌଣସି ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଛ, ତାହା ହେଉଛି ଜମ୍ମୁ-କଶ୍ମୀର। ଏପରି ପ୍ରଥମ ଥର ହୋଇଛି, ଏହା ପୂର୍ବରୁ କେବେ ଏପରି ହୋଇନଥିଲା ବୋଲି ରାହୁଲ ଗାନ୍ଧି କହିଛନ୍ତି।

ତେବେ ଜମ୍ମୁ-କଶ୍ମୀର ସହ ରକ୍ତ ସମ୍ପର୍କ ଥିବା ନେଇ ରାହୁଲ ଗାନ୍ଧି ପ୍ରଥମ ଥର ବିବୃତ୍ତି ଦେଇନାହାନ୍ତି। ସେ ଏହା ପୂର୍ବରୁ 2012ରେ କାର୍ଗିଲରୁ କଶ୍ମୀର ଉପତ୍ୟକାକୁ ସଂଯୋଗ କରୁଥିବା ଏକ ସଡକ ଟନେଲର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ କହିଥିଲେ, "ମୁଁ ଜଣେ କଶ୍ମୀରୀ। ମୁଁ ଜମ୍ମୁ-କଶ୍ମୀର ଲୋକଙ୍କ ସହ ସାରା ଜୀବନ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି।"

Rahul Gandhi Jammu Kashmir J&K; Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe