Advertisment

ବିଆରଏସ୍‌ ସାଂସଦ କହିଲେ, କଂଗ୍ରେସକୁ ଅଭିନନ୍ଦନ ଜଣାଇବାକୁ ପଡ଼ିବ

୧୧୯ଟି ଆସନ ବିଶିଷ୍ଟ ତେଲେଙ୍ଗାନାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦।

author-image
Jitendra Garnayak
ଅଦ୍ୟତନ ହୋଇଛି
MP K Keshava Rao

MP K Keshava Rao

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ଆଜି ତେଲେଙ୍ଗାନାରେ ଚାଲିଛି ଭୋଟ୍ ଗଣତି। ପ୍ରାରମ୍ଭରୁ ଏଠାରେ କଂଗ୍ରେସ ଆଗୁଆ ଚାଲିଛି। ଏହାକୁ ଦେଖି ନିଜ ପରାଜୟ ନିଶ୍ଚିତ ବୋଲି ଜାଣିସାରିଲାଣି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)। ଦଳର ସାଂସଦ କେ କେଶବ ରାଓଙ୍କ ବୟାନ ମଧ୍ୟ ପ୍ରମାଣିତ କରୁଛି ଯେ ଦଳ ନିଜ ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇଗଲାଣି।

Advertisment

ସାଂସଦ କେ କେଶବ ରାଓ କହିଛନ୍ତି, ସେମାନଙ୍କୁ (କଂଗ୍ରେସକୁ) ଅଭିନନ୍ଦନ ଜଣାଇବାକୁ ପଡ଼ିବ। ସେମାନେ ବଢ଼ିଆ କାମ କରିଛନ୍ତି। ଆମେ ତଳକୁ ଖସିଗଲୁ। ସେମାନେ ଉପରକୁ ଉଠିଗଲେ। ଏହାକୁ ଗ୍ରହଣ କରିବାକୁ ପଡ଼ିବ। କାରଣ ତଥ୍ୟ ସାମ୍ନାକୁ ଆସିଗଲାଣି। ଆଉ କିଛି ଲୁଚାଇବାର ନାହିଁ।

୧୧୯ଟି ଆସନ ବିଶିଷ୍ଟ ତେଲେଙ୍ଗାନାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦। ଭୋଟ୍ ଗଣତିକୁ ପ୍ରାୟ ଅଢ଼େଇ ଘଣ୍ଟା ହୋଇଯାଇଥିବା ବେଳେ କଂଗ୍ରେସ ୬୮ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଗତ ଥର ୯୯ଟି ଆସନ ଜିତିଥିବା ବିଆରଏସ୍‌ ୩୯ଟି ଆସନରେ ଆଗୁଆ ଚାଲିଛି। ବିଜେପି ୫ଟି ଓ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ଚାଲିଛନ୍ତି।

Advertisment
Congress Brs KCR Telengana Assembly Election