Advertisment

ପରାଜୟରେ ରେକର୍ଡ: ୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ

ବାରମ୍ବାର ପରାଜୟ ସତ୍ତ୍ୱେ ତିନି ଦଶନ୍ଧୀ ହେବ ନିର୍ବାଚନ ଲଢି ଆସୁଛନ୍ତି ଏହି 'ନିର୍ବାଚନ ରାଜା'।

ଅଦ୍ୟତନ ହୋଇଛି
K Padmarajan

K Padmarajan

Advertisment

ଥରେ ନୁହେଁ କି ଦୁଇ ଥର ଶହ ଶହ ଥରର ବିଫଳତା ପରେ ବି ଚେଷ୍ଟା ଜାରି ରଖିଛନ୍ତି ଜଣେ ରାଜନୀତି ପ୍ରେମୀ। ନିର୍ବାଚନରେ ୨୩୮ ଥର ପରାଜୟ ସତ୍ତ୍ୱେ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ତାମିଲନାଡୁର କେ ପଦ୍ମରାଜନ। ଏଥର ସେ ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Advertisment

୬୫ ବର୍ଷୀୟ ଏହି ଟାୟାର ମରାମତି ଦୋକାନର ମାଲିକ ନିଜ ସହର ମେଟୁରରୁ ୧୯୮୮ରେ ପ୍ରଥମେ ନିର୍ବାଚନ ଲଢିବା ଆରମ୍ଭ କରିଥିଲେ। ସେବେଠାରୁ ପଞ୍ଚାୟତଠୁ ଲୋକସଭା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରାର୍ଥୀ ହୋଇଆସୁଛନ୍ତି ପଦ୍ମରାଜନ। ନିର୍ବାଚନରେ ସାଧାରଣ ଲୋକଟିଏ ବି ଭାଗ ନେଇପାରେ, ତାହା ପ୍ରମାଣ କରିବା ପାଇଁ ମୁଁ ଏହି ପ୍ରୟାସ କରୁଥିବା ପଦ୍ମରାଜନ କହିଛନ୍ତି। 

Padmarajan With Limca Awardଲିମକା ଆୱାର୍ଡ ସହ ପଦ୍ମରାଜନ

ସେ କହିଛନ୍ତି, "ମୋ ପାଇଁ ବିଜୟ ନିର୍ବାଚନରେ ଭାଗନେବାରେ ଅଛି। ବିଫଳ ହେବା ମଧ୍ୟ ଏକ ଖୁସି। କିଏ ଜିତିବ ତାହା ପରବର୍ତ୍ତୀ କଥା। କିଏ ମୋ ବିପକ୍ଷ ପ୍ରତିଦ୍ୱନ୍ଦ୍ୱିତା କରୁଛି ମୁଁ ଖାତିର କରେନି।" ତିନି ଦଶନ୍ଧି ହେବ ନାମାଙ୍କନ ଭରିବା ମଧ୍ୟରେ ପାଖାପାଖି ଏକ ହଜାର ଡଲାର(୮୩,୩୯୫) ଖର୍ଚ୍ଚ କରିଥିବା କହିଛନ୍ତି ପଦ୍ମରାଜନ। 

Advertisment

'ନିର୍ବାଚନ ରାଜା' ନାମରେ ନାମିତ ପଦ୍ମରାଜନ ୨୦୧୧ରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ମେଟୁରରେ ବିଧାନସଭା ନିର୍ବାଚନ ପାଇଁ ଛିଡା ହୋଇଥିଲେ ଏବଂ ୬,୨୭୩ ଖଣ୍ଡ ଭୋଟ୍ ଜିତିଥିଲେ। ଏହାକୁ ନେଇ ପଦ୍ମରାଜନ କହିଛନ୍ତି, ମୁଁ ଗୋଟିଏ ଭୋଟ୍ ମଧ୍ୟ ଆଶା କରିନଥିଲି। କିନ୍ତୁ ଲୋକ ମଧ୍ୟ ଭୋଟ୍ ଦେଇଥିଲେ, ଏହା ଦର୍ଶାଇଛି ଯେ ଲୋକମାନେ ମୋତେ ଗ୍ରହଣ କରୁଛନ୍ତି।

ଏତେ ସବୁ ବିଫଳତା ମଧ୍ୟରେ ପଦ୍ମରାଜନ ଆଉ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ସେ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। 

ପ୍ରତ୍ୟେକ ନିର୍ବାଚନରେ ସେ ଭିନ୍ନ ଭିନ୍ନ ଚିହ୍ନ ନେଇ ମୈଦାନକୁ ଓହ୍ଲାନ୍ତି। ତାଙ୍କ ଚିହ୍ନ କେତେବେଳେ ମାଛ ଥାଏ ତ ଆଉ କେତେଳେ ରିଙ୍ଗ, ଟୋପି, ଟେଲିଫୋନ୍ ଇତ୍ୟାଦି। ଏଥର ତାଙ୍କ ଚିହ୍ନ ଟାୟାର ରହିଛି।

ଖବର ଅନୁସାରେ, ଟାୟାର ମରାମତି ଦୋକାନ ବ୍ୟତୀତ, ପଦ୍ମରାଜନ ହୋମିଓପାଥିକ୍ ଉପଚାର ସହ ସ୍ଥାନୀୟ ଗଣମାଧ୍ୟମର ସମ୍ପାଦକ ଭାବରେ କାର୍ଯ୍ୟ କରନ୍ତି। ଏତେ ସବୁ ବୃତ୍ତି ମଧ୍ୟରେ ନିର୍ବାଚନ ଲଢିବା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ପଦ୍ମରାଜନ ଲୋକସଭା ପ୍ରାର୍ଥୀ ହୋଇଥିବା ଧର୍ମପୁରୀ ଆସନରେ ଏପ୍ରିଲ ୧୯ରେ ଭୋଟ୍ ପଡିବ। 

Election Lok Sabha Polls K Padmarajan Election King
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe