Advertisment

ତେଜିଲା ବାଲେଶ୍ୱର ଗୋଷ୍ଠୀ କନ୍ଦଳ; ଆତ୍ମସମ୍ମାନକୁ ବାଧିଥିବା ଅଭିଯୋଗ ଆଣିଲେ ଆନ୍ଦୋଳନକାରୀ

ଦଳ ଭିତରେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି ନିଜ ଦଳର ବିଧାୟକଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ମହିଳା।

ଅଦ୍ୟତନ ହୋଇଛି
Protest

Protest

Advertisment

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବାଲେଶ୍ୱର ବିଜେଡିରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳ ବିସ୍ଫୋରକ ରୂପ ଧାରଣ କଲାଣି। ଦଳ ଭିତରେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି ନିଜ ଦଳର ବିଧାୟକଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ମହିଳା। ଗତକାଲି ପୂର୍ବତନ ସାଂସଦ ଗୋଷ୍ଠୀ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ଦଳର ଶତାଧିକ ମହିଳା କର୍ମୀ ଗାନ୍ଧି ସ୍ମୃତି ଭବନରୁ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି ଦେଇଥିବା ବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥନରେ ରାଲି ଆୟୋଜନ କରିଛନ୍ତି।   

ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ଏକ ଶୃଙ୍ଖଳିତ ଦଳରେ ଅଛୁ। ତେଣୁ ବହୁ ଭାବିଚିନ୍ତି ଏପରି ପଦକ୍ଷେପ ନେଇଛୁ। କାହାକୁ ଡାକିକି ଅସମ୍ମାନ କରିବା ଖୁବ୍‌ ନିନ୍ଦନୀୟ । ଏହା ଆମକୁ ଖୁବ୍‌ ବାଧିଛି। ଆମ ଆତ୍ମସମ୍ମାନନରେ ଆଞ୍ଚ ଆସିଛି।

Advertisment
Protestଶତାଧିକ ମହିଳା ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ସବୁବେଳେ ମା’ଙ୍କୁ ସମ୍ମାନ କହୁଥିବା ବେଳେ ଏଠାରେ କିନ୍ତୁ କିଛି ଲୋକ ଉକ୍ତ ଛବିକୁ ମଳିନ କରିବାକୁ ସର୍ବଦା ପ୍ରୟାସରତ ଅଛନ୍ତି। ବିଧାୟକଙ୍କ କିଛି ସମର୍ଥକ ଗୋଷ୍ଠୀ ଏପରି କାଣ୍ଡ ଚଲାଇଛନ୍ତି । ଆମେ ସେମାନଙ୍କ ବିରୋଧରେ ଅଭିଯୋଗ କରୁଛୁ। ତେବେ ଏନେଇ ଆଗାମୀ ଦିନେ, ଦୁଇ ଦିନରେ ପ୍ରେସ୍‌ ମିଟ୍‌ କରି ଗଣମାଧ୍ୟମ ସମ୍ମୁଖରେ ସବୁ କଥା କହିବୁ ବୋଲି ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି।

ଗତ ଶନିବାର 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ବାଲେଶ୍ୱର ଗସ୍ତରେ ଯାଇଥିଲେ। ପାଣ୍ଡିଆନ୍‌ଙ୍କ ପାଇଁ ବାଲେଶ୍ୱର ମିଶନ୍‌ ହାଇସ୍କୁଲ ପଡ଼ିଆରେ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ମଞ୍ଚକୁ ପାଣ୍ଡିଆନ୍‌ ଆସିବା ପୂର୍ବରୁ ବାଲେଶ୍ୱର ସଦର ବିଧାୟକ ସ୍ୱରୁପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଥିଲେ।

ବିଧାୟକଙ୍କ ସମର୍ଥକମାନେ ପ୍ରଥମେ ଯାଇ ସଭାରେ ବସି ଯାଇଥିଲେ। ପରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମର୍ଥନ କୁହାଯାଉଥିବା କାଉନସିଲର ରଂଜିତା ମହାପାତ୍ର ଓ ତାଙ୍କ ସମର୍ଥକମାନେ ବସିବା ପାଇଁ ଯାଇଥିଲେ। ହେଲେ ସେତେବେଳକୁ ସେମାନଙ୍କ ବସିବା ପାଇଁ ସିଟ୍‌ ନଥିଲା। ଯାହାକୁ ନେଇ ସଭାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲା। ଏପରିକି ଠେଲାପେଲା, ଧସ୍ତାଧସ୍ତି ଓ ନାରାବାଜି ହୋଇଥିଲା।

ଏହି ଗଣ୍ଡଗୋଳରେ ବାଲେଶ୍ୱର ମ୍ୟୁନିସିପାଟିର ପୂର୍ବତନ ଅଧ୍ୟକ୍ଷ ସତନ କୁମାର ଦାସଙ୍କ ସାର୍ଟ ଚିରି ଯାଇଥିଲା। ସଭାରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ଏହି ଗଣ୍ଡଗୋଳ ଦେଖି ସ୍ତବ୍ଦ ହୋଇଯାଇଥିଲେ ଜନତା। ପରବର୍ତ୍ତୀ ସମୟରେ କାଉନସିଲର ରଂଜିତା ମହାପାତ୍ରଙ୍କୁ ସାମ୍ୱାଦିକଙ୍କ ପାଇଁ ପଡ଼ିଥିବା ସିଟ୍‌ରେ ବସାଇ ଦିଆଯାଇଥିଲା। ତା’ପରେ ଗଣ୍ଡଗୋଳ ପ୍ରଶମିତ ହୋଇଥିଲା।

BjD Balasore Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe