Advertisment

ଆସନ୍ତାକାଲି ବାଲେଶ୍ୱର,କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ବୈଠକ: ପ୍ରଚାରକୁ ଓହ୍ଲାଇବେ ହେମାମାଳିନୀ,ଅଶ୍ୱିନୀ ଓ ଅନୁଭବ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଦିନ ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବଣାଇଠାରେ ଏବଂ ମଧ୍ୟାହ୍ନ ସାଢ଼େ ୧ଟାରେ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

BJP

BJP

Advertisment

ରାଜ୍ୟରେ ପ୍ରଚାର ଅଭିଯାନକୁ ବିଜେପି ଜୋରଦାର କରିଛି । ଆସନ୍ତାକାଲି ଦଳର ରାଜ୍ୟର ଶୀର୍ଷ ନେତୃତ୍ୱମାନେ ବାଲେଶ୍ୱର,କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରଠାରେ ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଆସନ୍ତାକାଲି ଦଳର ଷ୍ଟାର ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାରକୁ ଓହ୍ଲାଇବେ । ଆସନ୍ତାକାଲି ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସାଂସଦ ଅନୁଭବ ମହାନ୍ତି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ସେହିପରି ଡ୍ରିମଗାର୍ଲ ସାଂସଦ ହେମାମାଳିନୀ ଆସନ୍ତାକାଲି ଦେବଗଡ଼ ଓ ପାଲଲହଡ଼ାଠାରେ ଦୁଇଟି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ଆଜି ଏନେଇ ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତାକାଲି ୧୮ ତାରିଖରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ବାଲେଶ୍ୱରଠାରେ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରେ, କେନ୍ଦ୍ରାପଡ଼ାଠାରେ ମଧ୍ୟାହ୍ନ ୨ଟାରେ ଏବଂ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେବେ ।

ସେହିପରି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଦିନ ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବଣାଇଠାରେ ଏବଂ ମଧ୍ୟାହ୍ନ ସାଢ଼େ ୧ଟାରେ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।

Advertisment

ଓଡ଼ିଶା ଗସ୍ତରେ ଥିବା ସାଂସଦ ହେମାମାଲିନୀ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ଦେବଗଡ଼ଠାରେ ଏବଂ ପୂର୍ବାହ୍ନ ୧୧.୪୫ରେ ପାଲଲହଡ଼ାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆସନ୍ତାକାଲି ସକାଳ ୯.୪୫ରେ କଂଟାବାଞ୍ଜିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ସାଂସଦ ତଥା ସିନେଷ୍ଟାର ଅନୁଭବ ମହାନ୍ତି ଓ ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଆସ୍କାଠାରେ, ପୂର୍ବାହ୍ନ ୧୧.୧୫ରେ ପୋଲସରାଠାରେ ଏବଂ ଅପରାହ୍ନ ୨ଟାରେ ଭଂଜନଗରଠାରେ ଅନୁଷ୍ଠିତ ବିଶାଳ ରୋଡ୍ ସୋ ଏବଂ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
ପୂର୍ବତନ ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତା କାଲି ପୂର୍ବାହ୍ନ ସାଢ଼େ ୧୦ଟା ଏବଂ ଅପରାହ୍ନ ୩ଟାରେ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଦୁଇଟି ରୋଡ୍ ଶୋ’ କାର୍ଯ୍ୟକ୍ରମରେ ଯୋଗଦେବେ ।

ସେହିପରି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ବ୍ରଜରାଜନଗରଠାରେ ଏବଂ ମଧ୍ୟାହ୍ନ ସାଢ଼େ ୧୨ଟାରେ ଝାରସୁଗୁଡ଼ାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ  ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe