ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ

ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା

BJD PhotoOR

ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ଓ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ

Manoranjan Sial
  • Published: Saturday, 23 November 2024
  • Updated: 23 November 2024, 06:04 PM IST

Sports

Latest News

ଯାଜପୁର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି। ହିମାଂଶୁ ସାହୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରିଛନ୍ତି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ। ସେ ଖାଲି ଏଣ୍ଟ୍ରୀ ମାରିନାହାନ୍ତି, ବରଂ ହିମାଂଶୁଙ୍କ ବିରୋଧରେ ବହେ ବର୍ଷିଛନ୍ତି। ପ୍ରମିଳା ମାଡାମଙ୍କ ଆରୋପର ଗୋଟି ଗୋଟି କରି ଜବାବ ଦେଇଛନ୍ତି ହିମାଂଶୁ।

ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, କାହା ଉପରେ ହିଂସା ହୋଇଛି? ପୁଲିସ୍‌ ତଦନ୍ତ କରି ପଦକ୍ଷେପ ନେବ। କିନ୍ତୁ ପୁଲିସ ଏବେ ସରକାରଙ୍କ ବୋଲକରା ସାଜିଛି। ବିଜେଡି କର୍ମୀ ଓ ନେତାଙ୍କୁ ପୁଲିସ ଲଗାଇ ସରକାର ହାରାସ୍‌ କରୁଛନ୍ତି। ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା? ତାଙ୍କ ବେକରୁ ଉତ୍ତରୀୟ ଖସିନି। ସେ କ’ଣ କହୁଛନ୍ତି ଚେନ ଛଡେଇ ନେଲେ? ଭିଜୁଆଲ୍‌ରେ ତ କିଛି ଦେଖିବାକୁ ମିଳୁନାହିଁ। ଆତ୍ମ ପ୍ରଚାର ପାଇଁ ଧର୍ମଶାଳା ବିଧାୟକ ଏପରି କହୁଛନ୍ତି। ବିଧାୟକ କହୁଛନ୍ତି ଡିଡିଏମ୍‌ ଅଫିସ୍‌କୁ ଯାଉଥିଲେ। ରାତି ୭ ରୁ ୭.୪୫ ମିନିଟ୍‌ରେ କାହିଁକି ଅଫିସ୍‌ ଯାଉଥିଲେ? କିଛି କଳା କାରବାର କରିବାକୁ ଯାଉଥିଲେ କି? ୨୦୦ ଲୋକଙ୍କୁ ଧରି ଧର୍ମଶାଳା ବିଧାୟକ କାହିଁକି ଯାଇଥିଲେ? ବିରଜା ପ୍ରକଳ୍ପ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିଜେପି ସରକାର। କିଏ ଦୋଷୀ ପୁଲିସ ତଦନ୍ତ କରୁ ବୋଲି ପ୍ରମିଳା କହିଛନ୍ତି।

Also Read

ପ୍ରମିଳାଙ୍କ ଆରୋପର ଜବାବ ଦେଇଛନ୍ତି ହିମାଂଶୁ। ସେ କହିଛନ୍ତି, ତାଙ୍କ ନେତାଙ୍କ ନାଁ ଧରି ମୋତେ ଆକ୍ରମଣ କଲେ। ଦଳ ନିର୍ବିଶେଷରେ ଜଣେ ବିଧାୟକଙ୍କୁ ମାଡ଼ ହେବା ସମ୍ବେଦନଶୀଳ ଘଟଣା। ସମ୍ବେଦନ ପ୍ରକାଶ ନ କରି ଓଲଟା ପାଲଟା କହିବା ନିନ୍ଦାଜନକ। ଲଜ୍ଜ୍ୟ କହିବ ସେ ନେତ୍ରୀଙ୍କୁ। ସିଏ ମାନସିକ ଭାରସାମ୍ୟ ହରାଇ ବସିଲେଣି। ସାଧାରଣ ଲୋକ ଜାଗି ଉଠିଲେଣି। ସାଧାରଣ ଲୋକଙ୍କ ମତରେ ତାଙ୍କ ନେତା ହାରିଗଲେ। ଏଥିରେ କ୍ଷୁବ୍ଧ ହେବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ସେ କହିଛନ୍ତି, ମୁଁ ଯେତେବେଳେ ବେଳେ ମାଡ଼ ଖାଉଥିଲି, ସେତେବେଳେ ସାଧାରଣ ଲୋକ ଆସି ଛିଡ଼ା ହେଲେ। ୨୦୦ ଲୋକ କେତେବେଳେ ଆଣିଲି? ଆଜି ପର୍ଯ୍ୟନ୍ତ ମୁଁ ବିରଜା ପ୍ରକଳ୍ପ ଓ ହାଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ ସେ କହିଛନ୍ତି।

ରାତିରେ ଜିଲ୍ଲାପାଳଙ୍କ ଅଫିସ୍‌ ଯିବା ନେଇ ଶ୍ରୀ ସାହୁ କହିଛନ୍ତି, ସାଢ଼େ ୬ଟା ପରେ ମୋତେ ଆକ୍ରମଣ ହୋଇଛି। ରାତି ୮ଟା ବା ୯ଟା ଯାଏଁ ଜିଲ୍ଲାପାଳଙ୍କ ଅଫିସ୍‌ ଖୋଲି ରହୁଛି। ଯଦି ତାଙ୍କର ଏତେ ସନ୍ଦେହ, ତେଣୁ ସେ ଡିଡିଏମ୍‌ଙ୍କୁ ପଚାରିପାରିବେ। ତେବେ ପ୍ରମିଳା ମାଡାମଙ୍କୁ ପ୍ରଶ୍ନ, ସିଏ କଣ ୪ଟା ନା ୫ଟା ବେଳୁ ଶୋଇ ପଡ଼ନ୍ତି? ସିଏ ୬ଟା ବେଳେ କେବେ କଣ ଅଫିସ୍‌ ଯାଇନାହାନ୍ତି। ଏଇଟା କେବଳ ଛୋଟ ଛୁଆଙ୍କ ପରି ବାଚଳାମି ବୋଲି ହିମାଂଶୁ କହିଛନ୍ତି।

ଉତ୍ତରୀୟର ଖସିନଥିବା ପ୍ରମିଳାଙ୍କ ଆରୋପ ନେଇ ଶ୍ରୀ ସାହୁ କହିଛନ୍ତି, ମୋ ଗାଡ଼ିର ଆଗ ଓ ପଛ ପାର୍ଶ୍ୱରୁ ମାଡ଼ ହୋଇଛି। କ’ଣ ଶୂନ୍ୟରୁ ଆସି ମାଡ଼ ହୋଇଥିଲା? ଏକଥା କହିବା ପାଇଁ ଲଜ୍ଜା ଲାଗୁଛି। ମୁଁ ଉତ୍ତରିୟର କେତେବେଳେ କେଉଁଠି ରଖୁଛି ଓ ପକାଉଛି ତା’ର ଭିଡିଓ କରି କ’ଣ ପ୍ରମିଳା ମାଡ଼ାମଙ୍କୁ ପଠାଇବି? ଏଭଳି କଥା କହିବା ବେଳକୁ ଲାଜ୍ଜା ଲାଗୁଛି ବୋଲି ହିମାଂଶୁ କହିଛନ୍ତି।

ସେ ଆହୁରି କହିଛନ୍ତି, ମାଆ ବିରଜାଙ୍କ ପ୍ରକଳ୍ପ କାମ ଯାହା ହେଉଛି, ସେଥିରେ ଆମର ସହମତି ରହିଛି। ପ୍ରଳଳ୍ପ କାମ ଆହୁରି କେମିତି ଭଲ ହୋଇପାରିବ ତାହା ଉପରେ ଆମେ ସମସ୍ତେ ଧ୍ୟାନ ଦେଇଛୁ। ସେଥିପାଇଁ ପ୍ରଶାସନ ତତ୍ପର ଦେଖାଉଛି ବୋଲି ହିମାଂଶୁ କହିଛନ୍ତି।

ମାଆ ବିରଜାଙ୍କ ନାଁରେ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି ଗୌତମ ରାଏ। ସେ କହିଛନ୍ତି, ବିନା ସୂଚନାରେ କାହିଁକି ସେଦିନ ରାସ୍ତାରୋକ କରିଥିଲେ। ଏହା କଣ ଗଣତନ୍ତ୍ର? ଗାଡ଼ି ଭିତରେ ମାରପିଟ୍‌, ପିଏସ୍‌ଓଙ୍କୁ ଆକ୍ରମଣ ଓ ଚେନ ଛିଡ଼ାଇବା କଣ ଗଣତନ୍ତ୍ର? ସେମାନଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଅନେକ ଫରକ ଅଛି। ୨୪ ବର୍ଷର ଶାସନରେ ଯାଜପୁରରେ ଅରାଜକତା ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ରାଏ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story