Advertisment

ହାରିଲେ ପ୍ରଣବ, ଜିତିଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ

ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଜେପିରୁ ହିମାଂଶୁ ଶେଖର ସାହୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ନିରାଶ କରି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ଯାହାକୁ ନେଇ ହିମାଂଶଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

author-image
Manoranjan Sial
Pranab

Pranab

ହାରିଲେ ପାୱାରଫୁଲ୍‌ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ। ଆଉ ଜିତିଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ। ସେ ୩୧ଶହ ଭୋଟ୍‌ରେ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଆଉ ବିଜେଡି ଓ ବିଜେପି ଶିବିରରେ ନୈରାଶ୍ୟ ଖେଳିଯାଇଛି।

Advertisment

ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଜେପିରୁ ହିମାଂଶୁ ଶେଖର ସାହୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ନିରାଶ କରି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ଯାହାକୁ ନେଇ ହିମାଂଶଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବାରମ୍ୱାର ପ୍ରାର୍ଥୀ କରିବା ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ। ହେଲେ ନିରାଶ ହୋଇଥିଲେ। ବିଜେପି ନେତୃମଣ୍ଡଳୀଙ୍କଠାରୁ ନିରାଶ ହେବା ପରେ ହିମାଂଶୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।

ଆଜି ହିମାଂଶୁ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛି। ସେ ୩୧ ଶହ ଭୋଟ୍‌ରେ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟୀ ହେବା ପରେ ହିମାଂଶୁଙ୍କ ସମର୍ଥକଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି।

Advertisment

ଧର୍ମଶାଳା ନିର୍ବାଚନମଣ୍ଡଳୀ ହେଉଛି ପ୍ରଣବ ବଳବନ୍ତରାୟଙ୍କ ପାରମ୍ପରିକ ସିଟ୍‌। ତାଙ୍କ ବାପା କଳ୍ପତରୁ ଦାସ ୧୯୯୫ ମସିହାରୁ ସେଠାରୁ ବିଜୟୀ ହୋଇ ଆସୁଥିଲେ। ତାଙ୍କ ବିୟୋଗ ପରେ ପୁଅ ପ୍ରଣବ ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ସେ ଲଗାତାର ଭାବେ ଦୁଇ ଥର ବିଧାୟକ ହୋଇଥିଲେ। ସେ ବିଜୟୀ ହେବେ ବୋଲି ଆଶା କରି ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା।

BjD Election Results LokSabha Election Results 2024