Advertisment

ବାରହେତରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଗାଣ୍ଡେୟରୁ ନାମାଙ୍କନ ଭରିଲେ ପତ୍ନୀ କଳ୍ପନା

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆଜି ବାରହେତ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହାର ଅର୍ଥ ଉଭୟ ସ୍ୱାମୀ-ସ୍ତ୍ରୀ ଗୋଟିଏ ଦିନରେ ସମାନ ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Kalpana

Kalpana

ପ୍ରତ୍ୟକ୍ଷ ନିର୍ବାଚନକୁ ପୁଣିଥରେ ଓହ୍ଲାଇଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। ସେ ତାଙ୍କ ସ୍ୱାମୀଙ୍କ ଦଳ ଜେଏମଏମରୁ ପ୍ରାର୍ଥୀ ହୋଇଛନ୍ତି। ଦ

Advertisment

ଦଳ ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ଆଜି ଗାଣ୍ଡେୟ ଆସନରୁ ନାମାଙ୍କନ ଭରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆଜି ବାରହେତ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହାର ଅର୍ଥ ଉଭୟ ସ୍ୱାମୀ-ସ୍ତ୍ରୀ ଗୋଟିଏ ଦିନରେ ସମାନ ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରଥମେ ମଧ୍ୟାହ୍ନ ସମୟରେ କଳ୍ପନା ସୋରେନ ଦଳୀୟ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ରାଜ୍ୟସଭା ସାଂସଦ ସର୍ଫରାଜ ଅହମଦ ଉପସ୍ଥିତ ରହିଥିଲେ। ଗାଣ୍ଡେୟ ଆସନରୁ ପ୍ରକୃତରେ ସର୍ଫରାଜ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Advertisment

କିନ୍ତୁ କିଛି ମାସ ତଳେ ଇସ୍ତଫା ଦେବାରୁ ଏହା ଖାଲି ପଡ଼ିଥିଲା। ସର୍ଫରାଜ ଏବେ ରାଜ୍ୟସଭାର ସାଂସଦ ରହିଛନ୍ତି। ତାଙ୍କ ସ୍ଥାନରେ ଗାଣ୍ଡେୟରୁ କଳ୍ପନା ସୋରେନ ଉପ ନିର୍ବାଚନ ଲଢ଼ିଥିଲେ। ମେ’ ମାସରେ ହୋଇଥିବା ଉପ ନିର୍ବାଚନରେ ସେ ବିଜେପିର ଦିଲୀପ କୁମାର ବର୍ମାଙ୍କୁ ହରାଇଥିଲେ।

ଏବେ ସେ ପୁଣି ଉକ୍ତ ଆସନରେ ପୁଣି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କର ଲଢ଼େଇ ବିଜେପି ମୁନିଆ ଦେବୀଙ୍କ ସହ ହେବ। ଅନ୍ୟପକ୍ଷରେ ହେମନ୍ତ ସୋରେନ ପ୍ରାୟ ୨ଟା ବେଳେ ଦଳୀୟ ସମର୍ଥକଙ୍କ ସହ ନାମାଙ୍କନ କେନ୍ଦ୍ରରେ ପହଞ୍ଚିଥିଲେ। ଏହାପରେ ସେ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି।

Jharkhand Kalpana Soren